ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ବ୍ରାହ୍ମଣମରା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ମୋରଡା ଥାନା ଅନ୍ତର୍ଗତ ବ୍ରାହ୍ମଣମରା ଗ୍ରାମ ନିକଟରେ ଓଡି-୧୧ବି-୦୦୯୨ ନମ୍ବର ବିଶିଷ୍ଟ ଏକ ଟ୍ରକ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କାଦେଇ ଓଲଟି ପଡିଥିଲା । ଫଳରେ ଟ୍ରକ୍ ତଳେ ହେଲ୍ପର ଓ ଶ୍ରମିକମାନେ ଚାପି ହୋଇଯାଇଥିଲେ ।
ସ୍ଥାନୀୟ ଲୋକେ ଟ୍ରକ୍ ତଳୁ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଟ୍ରକ୍ ହେଲ୍ପର ଓ ଜଣେ ଶ୍ରମିକଙ୍କୁ ଡାକ୍ତର ମୃତଘୋଷଣା କରିଥିବାବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତେବେ ମୃତକଦ୍ୱୟ ହେଲେ ଛେଲା ମହାକୁଡ(୪୦) ଓ କାଳିଆ ମହାନ୍ତ(୩୦) ଏବଂ ଆହତଦ୍ୱୟ ପାଗଲୁ ବେହେରା ଓ ଡାକ ମାରାଣ୍ଡି ବୋଲି ଜଣାଯାଇଛି । ତେବେ ଆହତଦ୍ୱୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାତ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଲାକୁ ଚିକିସôା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଫେରାର ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଥିବାବେଳେ ଏନେଇ ମୋରଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।