କୋଦଳା : (Susanta Kumar Pattnayak) : ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ବେଗୁନିଆପଡା ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଏହି ସମୀକ୍ଷା ବୈଠକରେ କରୋନା ମହାମାରୀର ସଚେତନତା ବିଷୟରେ ଆଲୋଚନା କରିଥିଲେ।ନଭେମ୍ବର ଓ ଡିସେମ୍ବର ମାସ ଥଣ୍ଡାର ପ୍ରକୋପ ରହିବାକୁ ଥିବା ବେଳେ ଶୀତଦିନ କରୋନା ସଂକ୍ରମଣ ବ୍ଯାପିବା ଆଶକାଂ କରାଯାଉଛି ।
ଏଥି ନେଇ ଜିଲ୍ଲାର ସମସ୍ତ ବ୍ଲକ୍ ଗୁଡିକରେ ବ୍ଯାପକ ସଚେତନତା କରାଯାଉଛି ବୋଲି କହିଛନ୍ତି ଜିଲାପାଳ। ମାସ୍କ ବ୍ଯବହାର, ସାବୁନ୍ ଦ୍ବାରା ଭଲକରି ହାତ ଧୋଇବା ସହ କୋଭିଡ୍ ଗାଇଡ୍ ଲାଇନ୍ କିଭଳି ଭାବେ କଡାକଡି ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ଏଥି ସହ ଏମଏନଜିଆରଏସ କାର୍ଯ୍ୟ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ।
ବ୍ଲକର ବିଭିନ୍ନ ସରପଞ୍ଚଙ୍କ ସହ ଆଲୋଚନା କରି ପଞ୍ଚାୟତ ସ୍ତରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଅଗ୍ରଗତି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବିଭିନ୍ନ ପଞ୍ଚାୟତରେ ଏମଏନଜିଆରଏସ କାର୍ଯ୍ୟର କଚ୍ଛପ ଗତିକୁ ନେଇ ଯନ୍ତ୍ରୀ ମାନଙ୍କୁ ତାଗିତ କରିଥିଲେ ଜିଲ୍ଲାପାଳ। ବଜାର ଦୋକାନ ସମ୍ମୁଖରେ ପଡ଼ିରହୁଥିବା ଅଳିଆ ଆବର୍ଜନା ଗୁଡ଼ିକ ସଫେଇ ନ ହେଉଥିବା ଜାଣିବାପରେ ଆବର୍ଜନା ପରିଷ୍କାର କରିବା ପାଇଁ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ତହସିଲଦାରଙ୍କୁ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା |ତହସିଲଦାର ଅବନୀ କୁମାର ସାହୁ, ବିଡ଼ିଓ ବେଦବର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ |