ବାଲିଗୁଡା : ଆରପାରିରେ ବରିଷ୍ଠ ବିଜେପି ନେତା ବିପ୍ର ପ୍ରଧାନ l ଗୁରୁବାର ବିଳମ୍ବିତ ରାତିରେ ବିପ୍ରପ୍ରଧାନଙ୍କ ବିୟୋଗ ହୋଇଛି l ତାଙ୍କ ଅକାଳ ବିୟୋଗ ଖବରଶୁଣି ସମଗ୍ର କନ୍ଧମାଳରେ ଶୋକର ଛାୟା ଖେଳି ଯାଇଛି l ଖବର ପାଇବା ପରେ ସ୍ୱର୍ଗତ ପ୍ରଧାନଙ୍କ ନିଜ ଗ୍ରାମ କ.ନୂଆଗାଁ ବ୍ଲକର ଗୁଞ୍ଜିଗାଁକୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତାଙ୍କ ସୁଅ ଛୁଟିଥିଲା l ମୃତ୍ୟୁ ବେଳକୁ ତାଙ୍କୁ 45 ବର୍ଷ ହୋଇଥିଲା l ସେ କିଛି ଦିନ ତଳେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ l
ଏକା ଧାରାରେ ସେଜଣେ ପୂର୍ଵତନ ସମିତି ସଭ୍ୟ, ଆଦିବାସୀ ନେତା, ସମାଜସେବୀ, ତଥା ନିର୍ଭିକ ସ୍ପଷ୍ଟବାଦୀ ଓ ମେଳାପୀ ସ୍ଵଭାଵର ବ୍ୟକ୍ତି ଥିଲେ l ତାଙ୍କ ଶେଷ ଦର୍ଶନଓ ଶ୍ରଦ୍ଧାଞ୍ଜଳି ଦେବାକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର,ବିଜେପିର ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ଙ୍କ ସମେତ ବହୁ ଆଦିବାସୀ ନେତା ଓ ବିଜେପିର ସକ୍ରିୟ କର୍ମକର୍ତ୍ତା ତଥା ବିଭିନ୍ନ ସଂଗଠନର ସଦସ୍ୟ ଯୋଗଦେଇଥିଲେ l ଗାଁ ମଶାଣିରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ମରଶରୀରକୁ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା l ବିପ୍ରଭାଇଙ୍କ ବିୟୋଗ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ହୋଇଗଲା ବୋଲି ବିଜେପିର ଜିଲ୍ଲା ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି l