Odisha news

ମାତୃଶକ୍ତି ମହିଳା ମହାସଂଘ ପୁନର୍ଗଠନ ନଷ୍ପତ୍ତିବେଆଇନ ଓ ଅଗଣତାନ୍ତ୍ରିକ

0

ତିହିଡି,୦୫/୧୧: ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ମାତୃଶକ୍ତି ମହିଳା ମହାସଂଘ ପୁନର୍ଗଠନ କାର୍ଯ୍ୟ ଆସନ୍ତା ୭ ତାରିଖରେ କରାଯିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ସଂଘ ପକ୍ଷରୁ ତିବ୍ର ବିରୋଧ କରାଯାଇଛି । ଗତ ୦୭-୦୨-୧୯ରେ ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ହୋଇଥିବା ଏହି ମହାସଂଘକୁ ତା’ର କାର୍ଯ୍ୟକାଳ ଅର୍ଥାତ ଆସନ୍ତା ୦୬-୦୨-୨୧ ପୂର୍ବରୁ ବେଆଇନ ଭାବେ ଭାଙ୍ଗିଦେଇ ପୁନର୍ଗଠନ କରିବା କେତେଦୂର ନ୍ୟାୟ ସଙ୍ଗତ ବୋଲି ସଂଘର କର୍ମକର୍ତ୍ତମାନେ ପ୍ରଶ୍ନ କରିଛନ୍ତି । ସେହିପରି ଏହି ମହାସଂଘ ପୁନର୍ଗଠନ କରିବାକୁ ଯେଉଁ ଏମବିକେଙ୍କୁ ଦାୟିତ୍ୱ ଦିଆଯାଇଛି ତାଙ୍କୁ ଗତ ୨୨-୧୦-୧୮ରେ ସଂଘରରୁ ବହିଷ୍କାର କରାଯାଇଛି ।

ଅନ୍ୟପକ୍ଷେ ସଂଘ ପୁନର୍ଗଠନ ଲାଗି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଯେଉଁ ୨ଜଣ ମନୋନୀତ ହୋଇ ଆଞ୍ଚଳିକ ମଞ୍ଚକୁ ଆସିବା କଥା, ସେସବୁ ସ୍ଥାନରେ ବିପିଏମ୍ ରାଜନୈତିକ ଚାପରେ ପଡି ଶାସକ ଦଳର ସପକ୍ଷବାଦୀଙ୍କୁ ଆଣୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ସେହିପରି ୧୦ ଜଣରୁ କମ୍ ସଦସ୍ୟ ଥିବା ଓ ୩ ବର୍ଷ ଧରି ଅକାମି ହୋଇପଡିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ପୁନର୍ଗଠନ ପ୍ରକ୍ରିୟାରେ ସାମିଲ କରାଯାଇଛି । ତେଣୁ ଉକ୍ତ ସଂଘ ପୁନର୍ଗଠନର କୌଣସି ଯଥାର୍ଥତା ନାହିଁ ବୋଲି ମହାସଂଘ ପକ୍ଷରୁ ଦର୍ଶାଯାଇଛି ।

ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ନେତ୍ରୀ ମାନଙ୍କୁ କାର୍ଯ୍ୟକାଳ ଶେଷ ହେବା ଯାଏଁ ସମୟ ଦେବା, ବିପିଏମଙ୍କ ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ କରିବା, ପ୍ରତ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ଜିବି ମେମ୍ବରଙ୍କ ତାଲିକା ସହିତ ବୈଠକର ବିବରଣୀ କପି ସିଆର୍ପି ମାନଙ୍କ ଦ୍ୱାରା ମହାସଂଘକୁ ଅଣାଯିବା, ବ୍ୟାଙ୍କ ଆକାଉଣ୍ଟକୁ ସଚଳ ପୂର୍ବକ ଋଣ କାରବାର ବିପିଏମଙ୍କ ଦ୍ୱାରା ବନ୍ଦ କରାଯାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଂଘ ଟଙ୍କା ଆଦାୟ କରିବା, ବ୍ୟାଙ୍କ ଋଣ ଆଣିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନୁମତି ପ୍ରଦାନ କରିବା, ସରକାରୀ ଅନୁଦାନ ଆସିବା ପରେ ମହାସଂଘ ପୁନର୍ଗଠନ କରିବା ଓ ଗତ ୧୩-୦୨-୨୦ ରିଖରେ ହୋଇଥିବା ମହାସଂଘର ଅଡିଟ ରିପୋର୍ଟ ପ୍ରଦାନ କରିବାକୁ ସଂଘର ସଭାନେତ୍ରୀ ନିରୁପମା ଦାସ, ଜୟନ୍ତୀ ନାୟକ, କୋଷାଧ୍ୟକ୍ଷ ସୁରତି ମହାପାତ୍ର, ଉପଦେଷ୍ଟା ଅମୀୟଚାନ୍ଦ ନାୟକ, ମଲ୍ଲିରାଣୀ ମାଝି, ଜେମାମଣି ପୃଷ୍ଟି, ସୁବାସିନୀ ଦାସ, ପ୍ରତିମା ମହାଳିକ, ଶାନ୍ତିଲତା ନାୟକ, ସୁଷମା ପାତ୍ର ପ୍ରମୁଖ ଏହି ମର୍ମରେ ବିଡିଓଙ୍କ ସମେତ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଜୀବନ ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଜିଲାପାଳ ଓ ଜିଲା ପ୍ରକଳ୍ପ ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply