ନର୍ଲା: (ଦୀପକ କୁମାର ଠାକୁର)ନର୍ଲା ବ୍ଳକ ଅନ୍ତର୍ଗତ ମାଣ୍ଡେଲସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ପଦ୍ମଲୋଚନ ଭୋଇଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନରୁ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ୪୭ ବର୍ଷ ବୟସରେ ଇହଧାମ ତ୍ୟାଗ କଲେ।।ସ୍ଵର୍ଗତ ଭୋଇ ଏକାଧାରରେ ଜଣେ ଶିକ୍ଷାବିତ, ନାଟ୍ୟକାର, ଅଭିନେତା,ସାହିତ୍ୟ ପ୍ରେମୀ,ସଂଗଠକ,ମେଲାପୀ ବ୍ୟକ୍ତି ଭାବରେ ପରିଚିତ ଥିଲେ। ନର୍ଲା ସାହିତ୍ୟ ମନ୍ଦିରର ଉପସଭାପତି, ନୂଆଁ ମୁହଁ ପତ୍ରିକାର ସଂପାଦକ, ସାହିତ୍ୟ ନାଟକ କଳା ପରିଷଦର ପ୍ରତିଷ୍ଠାତା ସଭାପତି, କଳାହାଣ୍ଡି କୁଲତା ସମାଜର ଆଞ୍ଚଳିକ କମିଟିର ସଂପାଦକ ଭାବେ କାର୍ଯ୍ୟ ନିର୍ବାହୀ କରିଥିଲେ। ନିଜ ଜନ୍ମସ୍ଥାନ ରେଖପୁରଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।
ବଡ଼ପୁଅ ଭୁତେଶ୍ଵର ଭୋଇ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତ ଭୋଇଙ୍କ ପରଲୋକରେ ନର୍ଲା ସାହିତ୍ୟ ମନ୍ଦିରର କର୍ମକର୍ତ୍ତା, ନୂଆଁ ମୁହଁ ପତ୍ରିକାର କର୍ମକର୍ତ୍ତା, ଶିକ୍ଷକ ମହଲ, ନର୍ଲା ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକ ଦୀପକ କୁମାର ଠାକୁର, ସୁନୀଲ କୁମାର ଧଙ୍ଗଡା ମାଝୀ,ଥବିରାମ ବୁଦ୍ଧିଆ,ଅଜୟ ସେନାପତି,ରାଜ କୁମାର ସିଂ ଦେଓ,ନିରଞ୍ଜନ ଗଉଡ, ପ୍ରଦୀପ କୁମାର ଗଉଡ,ତ୍ରିଲୋଚନ ଗଉଡ, ସୁଶାନ୍ତ ଚାନ୍ଦ,ଖଗେଶ୍ୱର କୁମାର, କାଶୀନାଥ ଦାଶ,ଭିକାରୀ ଗଉଡ,ସଞ୍ଜିବ ଦାସ ପ୍ରମୁଖ ସହ ସମାଜସେବୀ କୁମୁଦ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି।