Odisha news

ଟ୍ରମ୍ପଙ୍କୁ ସମର୍ଥନ କରି ବାନ୍ଧବୀ ହରାଇଲେ ରେପର

0

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ ରେପର ଲିଲବେନ ନିକଟରେ ନିଜର ସୋସିଆଲ ମିଡ଼ିଆ ଜରିଆରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ l ମିଳିଥିବା ସୂଚନା ଅନୁସାରେ ,ବେନଙ୍କର ଏହି ପଦକ୍ଷପ ପାଇଁ ତାଙ୍କର ବାନ୍ଧବୀ ଅସନ୍ତୁଷ୍ଟ ହୋଇଛନ୍ତି ଓ ସେ ବେନଙ୍କ ସହିତ ନିଜର ସମ୍ପର୍କ ଛିନ୍ନ କରିଛନ୍ତି l ଅକ୍ଟୋବର ୨୯ ତାରିଖ ଦିନ ବେନ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ ଓ ରାଷ୍ଟ୍ରପତିଙ୍କ ପ୍ଳାଟିନମ ପ୍ଲାନ ବିଷୟରେ ଉଭୟ କଥା ହୋଇଥିଲେ l ଏହି ପ୍ଲାନ ଅନୁସାରେ ଅସବର୍ଣ୍ଣ ସମୁଦାୟରେ ୫ ସହ ମିଲିୟନ ଡଲାର ଇନଭେସ୍ଟ କରିବାର ଥିଲା l ଟ୍ରମ୍ପ ଓ ବେନଙ୍କ ଫଟୋ ମଧ୍ୟ ଖୁବ ଭାଇରଲ ହୋଇଥିଲା l

ଏହି ଘଟଣା ପରେ ବେନଙ୍କର ବାନ୍ଧବୀ ଡେନିସ ବେନଙ୍କୁ ସୋସିଆଲ ମିଡିଆରେ ବ୍ଲକ କରିଥିଲେ ଓ ନିଜର ଇନ୍ସଟାଗ୍ରାମକୁ ଡ଼ିଲିଟି କରିଥିଲେ l ସେ ନିଜ ଆକାଉଣ୍ଟ ଡ଼ିଲିଟି କରିବା ପୂର୍ବରୁ ଲେଖିଥିଲେ ଯେ ବେଳେ ବେଳେ ପ୍ରେମ ସବୁକିଛି ହୋଇ ନଥାଏ ଏହାପରେ ଡେନିସ ଓ ବେନଙ୍କର ବ୍ରେକପ ଖବର ଚାରିଆଡେ ବ୍ୟାପି ଯାଇଥିଲା l ୩୪ ବର୍ଷୀୟ ଡେନିସ ପ୍ଲସ ସାଇଜ ମଡେଲ ଅଟନ୍ତି l ସେ ଆମେରିକାରେ ମଡେଲିଂ ପାଇଁ ଖୁବ ପ୍ରସିଦ୍ଧ ଅଟନ୍ତି l ସେ ଏହା ବ୍ୟତୀତ ଅନେକ ଟିଭି ସୋରେ ମଧ୍ୟ କାମ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଡେନିସ ଚଳିତ ବର୍ଷ ବେନଙ୍କ ସହିତ ସମ୍ପର୍କରେ ଆସିଥିଲେ l ବେନ ଓ ଡେନିସଙ୍କର ଫଟୋ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ l

Leave A Reply