କାକୁଡ଼ିର ସବୁଠୁ ଭଲ କଥାଟି ହେଲା ଏଥିରେ ୯୫ ପ୍ରତିଶତ ପାଣି ରହିଥାଏ l ଯାହା ଶରୀରକୁ ସତେଜ ରଖିବାରେ ସହାୟକ ହୋଇଥାଏ l ଏହା ବ୍ୟତୀତ ଏଥିରେ କପର,ପୋଟାସିୟମ,ଭିଟାମିନ-ବି ,କେ ,ସି ଓ ମ୍ୟାଗନେସିୟମ ଭରପୁର ମାତ୍ରାରେ ରହିଥାଏ ,ତା ସହିତ ଏହା ମାଙ୍ଗାନିଜର ଗନ୍ତାଘର ଅଟେ l ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଜଳର ଆବଶ୍ୟକତା ପୂର୍ଣ୍ଣ ହୋଇଥାଏ l କିଛି ଲୋକ କଞ୍ଚା କାକୁଡି ଖାଇବାକୁ ପସନ୍ଦ କରିଥିବା ବେଳେ ଆଉକିଛି ଲୋକ କାକୁଡ଼ିକୁ ଏକ ଡ଼ିସ ଭାବରେ ପ୍ରସ୍ତୁତ କରି ଖାଇବା ପାଇଁ ପସନ୍ଦ କରନ୍ତି l କାରଣ ବେଳେ ବେଳେ କଞ୍ଚା କାକୁଡ଼ିକୁ ଖାଇବାକୁ ଭଲ ଲାଗିନଥାଏ l ଆଜି ଆସନ୍ତୁ ଜାଣିବା କାକୁଡ଼ିକୁ ଅନ୍ୟ କେଉଁ ଉପାୟରେ ପ୍ରସ୍ତୁତ କରି ଖାଇ ପାରିବା l
କାକୁଡି ସେବନ କରିବା ଦ୍ୱାରା କଣ ଲାଭ ହୋଇଥାଏ -କାକୁଡି ଶରୀରକୁ ସତେଜ କରିବା ସହିତ ଡିହାଇଡ୍ରେସନରୁ ଦୁରେଇ ରଖିଥାଏ l ଖରାଦିନେ ଅଧିକ ଝାଳ ବାହାରିବା କାରଣରୁ ଆମେ ଡିହାଇଡ୍ରେସନର ଶିକାର ହୋଇଥାଉ l କାକୁଡି ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ l ତ୍ୱଚାରେ କାକୁଡ଼ିର ରସ ପ୍ରୟୋଗ କଲେ ତ୍ୱଚା ସୁସ୍ଥ ରହିଥାଏ l କାକୁଡି ଖାଇବା ଦ୍ୱାରା ପେଟ ଗରମ ହୋଇଥିଲେ ଉପଶମ ମିଳିଥାଏ l କାକୁଡି ଯେଉଁ ମାନଙ୍କର ଦୁର୍ଗନ୍ଧ ଶ୍ୱାସ ଥାଏ ତାହାକୁ ଠିକ କରିବାରେ ସାହାଯ୍ୟ କରେ l ସେଥିପାଇଁ ପ୍ରତେକ ଦିନ ଛୋଟ ଖଣ୍ଡିଏ କାକୁଡ଼ିକୁ ନିଜ ଜିଭତଳେ ଜାକାନ୍ତୁ l ଏହା ଦୁର୍ଗନ୍ଧ ଉତ୍ପନ କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ l
କାକୁଡ଼ିକୁ ଆପଣ କିପରି ପ୍ରସ୍ତୁତ କରି ଖାଇବେ -ଗୋଟିଏ କାକୁଡି ନେଇ ଏହାକୁ ମଝିରୁ କାଟି ଦିଅନ୍ତୁ l ଏହା ପରେ କିଛି ଆଳୁ ଚକଟା ,ପିଆଜ ,ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ରଖନ୍ତୁ l ଏହାକୁ କାକୁଡି ମଝିରେ ଭାରି ଦିଅନ୍ତୁ l ବର୍ତମାନ କଡ଼ାଇରେ ତେଲ ଢାଳି କାକୁଡ଼ିକୁ ଛୁଙ୍କ ଲଗାନ୍ତୁ l ଏହା ପରେ ଏହାକୁ ଖାଆନ୍ତୁ l
କାକୁଡିରେ ଥଣ୍ଡା ପାନୀୟ ପ୍ରସ୍ତୁତ କରି ପିଅନ୍ତୁ -ଫଳେ କାକିଡି ନିଅନ୍ତୁ ଓ ଏହାକୁ ଛୋଟ ଛୋଟ କରି କାଟନ୍ତୁ ,ଏଥିରେ କିଛି ଅଦା ଛେଚା ମିଶାନ୍ତୁ ,କିଛି ଧନିଆ ପତ୍ର ମିଶାନ୍ତୁ ,ଗୋଟିଏ ଅଁଳା ବିନା ମଞ୍ଜିରେ ପକାନ୍ତୁ ,ଏହା ପରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଛାଣି ଦିଅନ୍ତୁ l ଛାଣି ସାରିବା ପରେ ଏଥିରେ କିଛି କଳା ଲୁଣ ଓ ଲେମ୍ବୁ ରସ ମିଶାଇ ପିଅନ୍ତୁ l ଏହା ପେଟକୁ ଥଣ୍ଡା ରଖିବା ସହିତ ଗ୍ୟାସ ଏସିଡିଟିକୁ ମଧ୍ୟ ଦୂର କରିବ l