କାର୍ତିକମାସକୁ ଧର୍ମର ମାସ ବୋଲି କୁହାଯାଇଥାଏ l ଶାସ୍ତ୍ରରେ କୁହାଯାଇଛି ଯେ ଲୋକମାନେ ଏହି ପୁରା ମାସକୁ ପୂଜାପାଠ ଓ ଧର୍ମକର୍ମରେ ଲଗାଇଥାନ୍ତି l କାରଣ ଲୋକମାନେ ନିୟମ ପୂର୍ବକ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ମିଳିତ ଭାବରେ ପୂଜା କରିଥାନ୍ତି ,କୁହାଯାଏ ଯେ ଏପରି ପୂଜା କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ଓ ସମସ୍ତ କଷ୍ଟ ଲାଘବ ହୋଇଥାଏ l କାର୍ତିକମାସରେ ୭ ଟି ନିୟମକୁ ମୁଖ୍ୟତଃ ମାନିବା ଆବଶ୍ୟକ l କୁହାଯାଏ ଯେ ଏହି ନିୟମକୁ ଗୁରୁବାରରେ ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ l
* କାର୍ତିକମାସ ଗୁରୁବାରରେ ତୁଳସୀ ମାତାଙ୍କୁ ବିଶେଷ ଭାବରେ ପୂଜା କରାଯାଇଥାଏ l ଏହିଦିନ ତୁଳସୀ ମୂଳରେ ସକାଳୁ ଗୋବରରେ ଲିପି ଫୁଲ ଚନ୍ଦନ ସିନ୍ଦୁର ଦେଇ ପୂଜା କରିବା ଆବଶ୍ୟକ l ସକାଳେ ଓ ସନ୍ଧ୍ୟା ସମୟରେ ଘିଅ ଦୀପ ଜଳାଇ ପ୍ରସାଦ ଅର୍ପଣ କରିବେ l
* କାର୍ତିକ ମାସରେ ଚଟାଣରେ ଶୋଇବା ହିତକର l ସେହିପରି ଗୁରୁବାର ଦିନ ଭୂମି ଉପରେ ଏକ ସପ ବିଛାଇ ଶୁଆନ୍ତୁ l କାରଣ ମନ ପବିତ୍ର ରହିବା ସହିତ ମନ ଶାନ୍ତ ରହିଥାଏ I
* କାର୍ତିକମାସ ଗୁରୁବାରରେ ଦେହରେ ତେଲ ଲଗାଇବା ଉଚିତ ନୁହେଁ Iଏହି ମାସରେ ନରକ ଚତୁର୍ଦଶୀ ପଡିଥାଏ l ଯାହା କରିବା ଅତ୍ୟନ୍ତ ଶୁଭ l
* କାର୍ତିକ ଗୁରୁବାରରେ ପୋଖରୀ କିମ୍ବା ନଦୀରେ ଭୋରୁ ଗାଧୋଇ ଦୀପଦାନ କଲେ ଶୁଭଫଳ ମିଳେ l
* କାର୍ତିକ ଗୁରୁବାର ଦିନ ଲକ୍ଷ୍ମୀଙ୍କୁ ଅନ୍ନ ଅର୍ପଣ କରି ଗ୍ରହଣ କରନ୍ତୁ l ସନ୍ଧ୍ୟା ସମୟରେ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପାଖରେ କିଛି ମିଠା ଜିନିଷ ଅର୍ପଣ କରନ୍ତୁ ଯାହାଦ୍ୱାରା ଘରେ ଅଭାବ ରହିବ ନାହିଁ l
* କାର୍ତିକ ଗୁରୁବାର ଦିନ କିଛି ଲୋକଙ୍କୁ ଖାଇବାକୁ ଦେବା ଆବଶ୍ୟକ l କାରଣ କୁହାଯାଇଛି ଯେ ଦରିଦ୍ର ଓ ଭୋକିଲାଙ୍କୁ ଖାଇବାକୁ ଦେଲେ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି l
* ଏହିଦିନ କ୍ରୋଧ ପରିତ୍ୟାଗ କରି ସଂଯମତା ଧାରଣ କରିବା ଆବଶ୍ୟକ l କାରଣ ଆମ କ୍ରୋଧରେ କାହା ପ୍ରତି କିଛି ଖରାପ ଆଚରଣ ନ ହେବା ଉଚିତ l