Odisha news

ରାବଣ ଶକ୍ତିଶାଳୀ ହୋଇ ମଧ୍ୟ ସୀତାଙ୍କ ସ୍ଵୟଂବରରେ କାହିଁକି ଉଠାଇ ପାରିଲେନି ଶିବଧନୁ

0

ଦଶମୁଣ୍ଡିଆ ରାବଣ ଯିଏ ଅତ୍ୟନ୍ତ ଜ୍ଞାନୀ ଥିଲା ,ଅପାର ଶକ୍ତି ଯାହା ଭିତରେ ଭରି ରହିଥିଲା ତାସାହିତ ଅପାର ସାହସ କାରଣରୁ ଶିବଙ୍କର ନିବାସ ସ୍ଥାନ କୈଳାସ ପର୍ବତକୁ ନିଜ ହାତରେ ଉଠାଇ ନେଇଥିଲା ଓ ନିଜର ଶକ୍ତି ପଦର୍ଶନ କରି ଭଗବାନ ଶିବଙ୍କର ବିଶେଷ ବରଦାନ ହାସଲ କରିଥିଲା l କିନ୍ତୁ ବେଳେ ବେଳେ ଏହି ପ୍ରଶ୍ନ ମନରେ ଉଠିଥାଏ ଯେ ଅଟେ ବଳବାନ ହେବ ପରେ ମଧ୍ୟ ସେ କିପରି ମା ସୀତାଙ୍କ ଶ୍ୱମ୍ବରରେ ଶିବ ଧନୁକୁ ହଲାଇ ପାରିଲା ନାହିଁ ,ଯେବେକି ଏହି ଶିବଧନୁ ତାପାଇଁ ଗୋଟିଏ ସାଧାରଣ ଜିନିଷ ଥିଲା l

ଏହି କାରଣରୁ ଉଠାଇ ପାରିନଥିଲା ଶିବଧନୁ –

କୁହାଯାଏ ଯେ ଏହି ଧନୁଟି ଭଗବାନ ଶିବଙ୍କର ଥିଲା l ଯାହା ଅତ୍ୟନ୍ତ ଶକ୍ତିଶାଳୀ ଥିଲା ,ସେଥିପାଇଁ ଏହି ଧନୁକୁ ଉଠାଇବାତ ଦୂରର କଥା ଏହାକୁ ହଲାଇବା ମଧ୍ୟ ମଣିଷ ପକ୍ଷରେ ଅସମ୍ଭବ ଅଟେ l ଏହି ଧନୁର ଗୋଟିଏ ଧ୍ୱନି ପର୍ବତକୁ ମଧ୍ୟ ହଲାଇ ଡେଇଁ ପରେ l କିନ୍ତୁ ରାବଣତ ଅତ୍ୟନ୍ତ ବଳଶାଳୀ ଓ ବିଦ୍ୱାନ ଥିଲା l ତା ପକ୍ଷରେ ଏହି ଧନୁ ଉଠାଇବା ସମ୍ଭବ ଥିଲା କିନ୍ତୁ ସେ ଏହା କରି ପାରିଲା ନାହିଁ  l ଏହି ଘଟଣା ପଛରେ ଗୋଟିଏ କାରଣ ରହିଛି ଯାହା ରାମଚରିତ ମାନସରେ ବର୍ଣ୍ଣନା କରାଯାଇଛି l ଯେଉଁଥିରେ ଲେଖା ଯାଇଛି ଏପରି ଗୋଟିଏ ଶ୍ଳୋକ ଯାହା ରାମକୁ ସ୍ଵର୍ଗବାଣୀ ହୋଇଥିଲା ବୋଲି କୁହାଯାଇଛି l

ସେହି ଶ୍ଳୋକ ଅନୁସାରେ ହେ ପୁତ୍ର ଶ୍ରୀରାମ ଉଠ ଓ ଭବସାଗର ରୁପି ଏହି ଧନୁକୁ ଭାଙ୍ଗି ଜନଙ୍କକର ପୀଡ଼ାକୁ ଦୁରକର l ରାଜା ଜନକ ନିଜ କନ୍ୟା ସୀତାଙ୍କର ବିବାହକୁ ନେଇ ଅତ୍ୟନ୍ତ ଚିନ୍ତିତ ଥିବେ l ଏହି ଶିବ ଧନୁକୁ ଉଠାଇବା ପାଇଁ ଶକ୍ତିର ନୁହେଁ ପ୍ରେମର ଆବଶ୍ୟକତା ରହିଥିଲା l ଯେଉଁ ବ୍ୟକ୍ତି ଅହଂକାର ଠାରୁ ଅନେକ ଦୂରରେ ,ଦୟାଳୁ ,କୃପାଳୁ ହୋଇଥିବା ଓ ତା ମଧ୍ୟରେ ଦୟା ,କ୍ଷମା ପ୍ରଭୃତି ଥିବା ସେ ହିଁ କେବଳ ଏହି ଶିବ ଧନୁକୁ ଉଠାଇ ପାରିବ l କିନ୍ତୁ ରାବଣ ଗୋଟିଏ ଅହଙ୍କାରୀ ରାଜା ଥିଲା l ତା ଭିତରେ ଅହଂକାର ଭରି ରହିଥିଲା l ସେ ସମସ୍ତ ବସ୍ତୁକୁ ଶକ୍ତିରେ ହାସଲ କରିବା ପାଇଁ ଚାହୁଁଥିଲା l ଏହି କାରଣରୁ ସ୍ଵୟମ୍ବରରେ ଶିବ ଧନୁକୁ ହଲାଇ ପାରିଲା ନାହିଁ l

ପ୍ରଭୁ ଶ୍ରୀରାମ ମାତ୍ର ଥରଟିଏ ପ୍ରୟାସ କରି ଶିବ ଧନୁକୁ ଭାଙ୍ଗିଥିଲେ-

ରାମାୟଣ ଅନୁସାରେ ଯେତେବେଳେ ପ୍ରଭୁ ଶ୍ରୀ ରାମଙ୍କର ପାଳି ପଡିଲା ଶିବଧନୁ ଭାଙ୍ଗିବା ପାଇଁ ସେ ଅତ୍ୟନ୍ତ ସମ୍ମାନର ସହିତ ଶିବଙ୍କର ଏହି ଧନୁଟିକୁ ପ୍ରଣାମ କରିଥିଲେ ଓ ତାହାର ପରିକ୍ରମା କରିଥିଲେ l ଯେତେବେଳେ ସେ ଏହାକୁ ଉଠାଇବା ପାଇଁ ଚେଷ୍ଟା କଲେ ମାତ୍ର ଗୋଟିଏ ପ୍ରୟାସରେ ସଫଳ ହୋଇଥିଲେ l ଏହା ସମସ୍ତ ଘଟଣା ଭଗବାନ ଶ୍ରୀ ରାମଙ୍କର ସ୍ନେହ ,ବିନୟ ,ଶିଳତା ଓ ନିର୍ମଳତା କାରଣରୁ ସମ୍ଭବ ହୋଇଛି l

Nalco
Leave A Reply