ଯେଉଁମାନେ କୋଭିଡ୍ରୁ ଆରୋଗ୍ୟଲାଭ କରୁଛନ୍ତି ସେମାନଙ୍କ ଶରୀରରେ ଭୂତାଣୁ ବିରୋଧରେ ଲଢ଼ିବାର କିଛି ଶକ୍ତି (ଇମୁ୍ୟନିଟି) ଅତି କମ୍ରେ ୬ ମାସ ପର୍ଯ୍ୟନ୍ତ ତିଷ୍ଠି ରହୁଛି । ୟୁରୋପରେ ହୋଇଥିବା ଗବେଷଣାରୁ ଏ କଥା ଜଣାପଡିଛି । ଆହୁରି ମଧ୍ୟ ଜଣାପଡ଼ିଛି ଏଇ ଇମୁ୍ୟନିଟି ସୃଷ୍ଟି କରିବାରେ ଆଣ୍ଟିବଡିର କୌଣସି ଭୂମିକା ନାହିଁ, ବରଂ ଟି-ସେଲ୍ଗୁଡ଼ିକ ଏ ଦିଗରେ ସହାୟକ ହେଉଛନ୍ତି । ଅବଶ୍ୟ ଏଇ ଗବେଷଣା ରିପୋର୍ଟ ଉପରେ ଅନ୍ୟ ବିଶେଷଜ୍ଞମାନେ ନିଜ ନିଜ ମତେ ଦ ଇ ନ । ହ । ; ି । ର ି େ ପ । ଟ ର୍ େ ର କୁହାଯାଇଛି ଯେ ବଳଶାଳୀ ଟି-ସେଲ୍ ହିଁ କୋଭିଡ୍ ଭୂତାଣୁ ବିରୋଧରେ ୬ ମାସରୁ ଅଧିକ ଦିନ ଧରି ଲଢ଼ୁଛି । ଟି-ସେଲ୍ ବା ଟି-କଣିକା ଏକ ପ୍ରମୁଖ ଲସିକାଣୁ (ଲିମ୍ଫୋସାଇଟ୍) । ଏହି ଲସିକା କଣିକା ସେ୍ୱତରକ୍ତ କଣିକା । ଏହା ରୁଗ୍ଣ ଜ ୀ ବ େ କ । ଷ ଗୁ ଡ଼ି କ ୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଉଛି । ସାର୍ସ କ୍ଷେତ୍ରରେ ମଧ୍ୟ ଟିସେଲ୍ ଏପରି ଇମୁ୍ୟନିଟି ସୃଷ୍ଟି କରିଥାଏ । ଏହି ଗବେଷଣା ଭିତ୍ତିରେ କୋଭିଡ୍ ଟିକା ପ୍ରସ୍ତୁତ ହୋଇପାରିବ ବୋଲି ଜଣେ ଗବେଷକ ମତବ୍ୟକ୍ତ କରିଛନ୍ତି ।
