Odisha news

ଅଲିଭରିଡ଼େଲଙ୍କ ଅଣ୍ଡାଦାନ ପାଇଁ କୋଣାର୍କ ବନବିଭାଗର ପ୍ରସ୍ତୁତି ଜୋରଦାର

0

କୋଣାର୍କ : ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି କଟକଣା ।ସମୁଦ୍ର କୁଳରୁ ନିର୍ଦ୍ଧଷ୍ଟ ଅଂଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।ଉକ୍ତ ଅଂଚଳରେ ଟ୍ରଲର‌ ଓ ମୋଟର ଚାଳିତ ଡ଼ଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି । କୋଣାର୍କ ଉପକୁଳରେ ‌ଚିତ୍ରେଶ୍ବରୀ କଅଁରପୁର ‌ଠାରୁ ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ପର୍ଯ୍ୟନ୍ତ ପ୍ରତିବର୍ଷ ହଜାରହଜାର ସଂଖ୍ୟାରେ କଇଁଛ ଅଣ୍ଡା ଦେଇଥାନ୍ତି ।ଏହାକୁ ଦୃଷ୍ଟିରେ ରଖି କଅଁରପୁର , ଚନ୍ଦ୍ରଭାଗା ଓ କୋଣାର୍କ –ପୁରୀ ବେଳମାର୍ଗରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଶିବିରକୁ ମରାମତି କରାଯିବା ସହିତ ସେଠାରେ କଇଁଛ ଅଣ୍ଡା ଗୁଡ଼ିକ ସଂଗ୍ରହ କରାଯାଇ ସୁରକ୍ଷିତ ଅବସ୍ଥାରେ ରଖାଯାଇଥାଏ ।

କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ ତିନୋଟି ଯାକ ଅସ୍ଥାୟୀ କଇଁଛ ସୁରକ୍ଷା ଶିବରକୁ ସଠିକ ଭାବେ ମରାମତି କରାଯାଇ ପ୍ରସ୍ତୁତ କରାଯିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ବୋଲି କୋଣାର୍କ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି ।ଚଳିତବର୍ଷ  କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧିନରେ ଥିବା ସମୁଦ୍ର ମଧ୍ୟରେ ବେଆଇନ ଟ୍ରଲର ଚଳାଚଳ ରୋକିବା ଲାଗି ମତ୍ସ୍ୟବିଭାଗ ଓ ସାମୁଦ୍ରିକ ପୁଲିସର ସହଯୋଗରେ ପାଟ୍ରୋଲିଂ ବ୍ୟବସ୍ଥା ପାଇଁ ସ୍ଥିର କରାଯାଇଥିବାର ବ୍ୟବସ୍ଥା ହୋଇଛି।  କଇଁଛ ସୁରକ୍ଷା,ଅଣ୍ଡାଦାନ  ଓ ଅଣ୍ଡା ସଂଗ୍ରହ ରେ ଯେଭଳି କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ ସେଥିପାଇଁ ଚନ୍ଦ୍ରଭାଗା ନୋଳିଆସାହି ମତ୍ସ୍ୟଜୀବି ଙ୍କୁ ଏନେଇ ସଚେତନ କରାଯିବା ସହିତ ତାଲିମ ଦିଆଯିବା ପାଇଁ ଲକ୍ଷ୍ୟ ରହିଛି ବୋଲି  ବନାଧିକାରୀ ଶ୍ରୀ ବେହେରା ଗଣମାଧ୍ୟମ କୁ କହିଛନ୍ତି।

Leave A Reply