Odisha news

ଭୀଷଣ ସାମୁଦ୍ରିକ ଝଡ ‘ଗୋନି’ ର ଫିଲିପାଇନରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ

0

ମାନିଲା : ଭୀଷଣ ସାମୁଦ୍ରିକ ଝଡ ‘ଗୋନି’ ରବିବାର ଫିଲିପାଇନରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ସୃଷ୍ଟି କରିଛି। ଏଥିରେ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ତେବେ ‘ଗୋନି’ ଆଜି ସ୍ଥଳଭାଗ ଛୁଇଁବା ପୂର୍ବରୁ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ସରକାର ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଫିଲିପାଇନ୍‍ସ ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି, ଲୁଜୋନ୍‍ ଦ୍ୱୀପର ଆଲବେ ଅଞ୍ଚଳରୁ ପ୍ରାୟ ୮ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇଥିବାବେଳେ ପାଖାପାଖି ଅଞ୍ଚଳରୁ ଆଉ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

‘ଗୋନି’ ସ୍ଥଳଭାଗ ଛୁଇଁବା ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ସର୍ବାଧିକ ୨୨୫କିଲୋମିଟର ବେଗରେ ପବନ ବହିବା ସହ ପରେ ଏହାରର ବେଗ ଘଣ୍ଟା ପ୍ରତି ୩୧୦ କିଲୋମିଟରକୁ ବୃଦ୍ଧି ପାଇଥିଲା। ଫଳରେ ଘରର ଛାତ ଉଡ଼ିଯିବା, ଗଛ ଉପୁଡ଼ିବା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply