ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ : ନବୀନ ସରକାର ଅମଳରେ ତିର୍ତ୍ତୋଲର ଉନ୍ନତି ବଦଳରେ ଅବନତି ହୋଇଛି , କଂଗ୍ରେସ ହିଁ ତିର୍ତ୍ତୋଲ ବିକାଶ ପାଇଁ ବିକଳ୍ପ : ରଞ୍ଜୀବ
ଜଗତସିଂହପୁର : ଆସନ୍ତା ନଭେମ୍ବର ୩ ତାରିଖ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରଚାର ପାଇଁ ହାତରେ ଗୋଟିଏ ଦିନ ଥିବା ବେଳେ ପ୍ରଚାର କାର୍ଯ୍ୟକୁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଯୋରଦାର କରାଯାଇଛି ।କଂଗ୍ରେସ ପକ୍ଷରୁ ଆଜି ଦଳର ହେଭିୱେଟ ନେତା ତଥା ପୁର୍ବତନ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ତଥା ପିସିସି ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ପ୍ରଚାରରେ ସାମିଲ ହୋଇ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକଙ୍କ ପାଇଁ ପ୍ରଚାର କରିଥିଲେ ।କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବାଇକ ଶୋଭାଯାତ୍ରା ତିର୍ତ୍ତୋଲ ବ୍ଲକର ଜଗନ୍ନାଥପୁର,ଇବ୍ରୀସିଂ,ତୁଳଙ୍ଗ ଓ ଗରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା ।ପରେ ଅପରାହ୍ନରେ ଗରାମ ପଞ୍ଚାୟତ ମା ଭଗବତୀ ପୀଠରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସଙ୍କ ସଭାପତିତ୍ୱରେ ଏକ କର୍ମୀ ସମ୍ମିଳନୀର ଆୟୋଜିତ ହୋଇଥିଲା ।
ଏହି କର୍ମୀ ସମ୍ମିଳନୀରେ ପୁର୍ବତନ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଯୋଗ ଦେଇ କହିଲେ ଯେ ରାଜ୍ୟରେ ଦୀର୍ଘ ବର୍ଷ ହେବ ଶାସନ କରୁଥିବା ବିଜେଡି ସରକାର ଦୁର୍ନୀତିରେ ବୁଡି ଖଟ ଖାଇ ଖଟୁଲି ବି ଖାଇ ସାରିଲେଣି ।ତଥାପି ଲୋକେ ଚେତୁ ନାହାନ୍ତି ।ନବୀନ ସରକାର ଅମଳରେ ଜଗତସିଂହପୁର ଜିଲ୍ଲାରେ କଣ ସେହିଭଳି ଆଖିଦୃଶିଆ ଉନ୍ନତି ହୋଇଛି ବୋଲି ପ୍ରଶ୍ନ କରିଥିଲେ ।ନବୀନ ସରକାର ଅମଳରେ ଉନ୍ନତି ବଦଳରେ ଅବନତି ହୋଇଛି ।କଂଗ୍ରେସ ସରକାର ଅମଳରେ ୍ୟାହା ଉନ୍ନତି ହୋଇଥିଲା ଆଜି ବି ସେଇଆ ।କଂଗ୍ରେସ ହିଁ ତିର୍ତ୍ତୋଲ ପାଇଁ ବିକଳ୍ପ ।ଦୀର୍ଘ ୨୦ବର୍ଷ ନବୀନ ସରକାର ଶାସନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦୁବ ବି ଟିକେ କଅଁଳି ନାହିଁ ।୨୦ବର୍ଷ ତଳକୁ ଫେରିଲେ ସ୍ୱର୍ଗତ ବସନ୍ତ ବିଶ୍ୱାଳ ତିର୍ତ୍ତୋଲ ମାଟି ପାଇଁ ଗାଁ ଗାଁକୁ ପକ୍କା ରାସ୍ତା ଠାରୁ ଆରମ୍ଭ କରି ଶାରଳା ସୁତାକଳ,ପାର୍ବତୀ କପଡା ମିଲ ଆଦି ନିର୍ମାଣ କରି ସ୍ଥାନୀୟ ଲୋକମାନଙ୍କୁ ରୋଜଗାର ଦେବା ସହିତ ଏହି ଅଞ୍ଚଳକୁ ସମୃଦ୍ଧ କରିଥିଲେ ।
ହେଲେ ମହାବାତ୍ୟାରେ ସୁତା ମିଲର କ୍ଷୟକ୍ଷତି ହେବା ପରେ ବିଜେଡି ସରକାର ତାକୁ ପୁନଃ ଉଦ୍ଧାର ନକରି କାଳକ୍ରମେ ଦଲାଲଙ୍କ ହାତକୁ ଜଗାରଖା କରିବାକୁ ଦାୟିତ୍ୱ ଦେଇଥିବା ବେଳେ ଏବେ ସେଠାରୁ ଯନ୍ତ୍ରାଶଂ ସବୁ ଚୋରି ହୋଇ ଯାଇଥିବା ଜଣାଯାଇଛି ।ତିର୍ତ୍ତୋଲ ବ୍ଲକର ଗୋପାଳପୁର ପଞ୍ଚାୟତ ସହିତ ଅନ୍ୟ ୩ ପଞ୍ଚାୟତର ଲୋକେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ।ସେଠାରେ ଦୀର୍ଘ ବର୍ଷ ବର୍ଷ ରାସ୍ତା ଖଣ୍ଡିଏ ହୋଇ ପାରୁନାହିଁ ।ଗାଁକୁ ରାସ୍ତା ଖଣ୍ଡିଏ ନିର୍ମାଣ କରିବାକୁ ୨୦ବର୍ଷ ଲାଗିଲେ ବି ହୋଇ ପାରିଲା ନାହିଁ ।ମାତ୍ର ଏବେ ତିର୍ତ୍ତୋଲ ରେ ଦୁଇଟି ସେତୁ ନିର୍ମାଣ କରିବାକୁ ଭିଡିଓ କନଫେରେନସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଫଳକ ଶିଳାନ୍ୟାସ କରି ଭୋଟ ନେବାକୁ ନୁଆ ଚାଲ କରିଛନ୍ତି ।ସାଧାରଣ ନିର୍ବାଚନ ସମୟରେ କାଳିଆ ଯୋଜନା କରି ଭୋଟ ନେଲେ ପୁଣି ନିର୍ବାଚନ ସରିବା ପରେ କାଳିଆ ଯୋଜନାରେ ଦେଇଥିବା ଟଙ୍କାକୁ ଫେରାଇବାକୁ କହିଲେ ।ତେଣୁ ଏ ମିଛୁଆ ରାଧୁଆ ସରକାରକୁ ଲୋକେ ଚିହ୍ନି ସାରିଲେଣି ।ନୋଟ ଦେଇ ଭୋଟ କିଣିବାର ଅଭ୍ୟାସକୁ ଆଉ ତିର୍ତ୍ତୋଲର ଜନସାଧାରଣ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ।ଆଗାମୀ ନିର୍ବାଚନରେ ତିର୍ତ୍ତୋଲର ଭୋଟର ଏହାର ଉଚିତ ଜବାବ ଦେବା ସହିତ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକଙ୍କୁ ବିପୁଳ ସଂଖାରେ ଭୋଟ ଦେବା ପାଇଁ ପୁର୍ବତନ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ନିବେଦନ କରିଥିଲେ ।
ଏହି ସମ୍ମିଳନୀରେ ଜଟଣୀର ବିଧାୟକ ସୁର ରାଉତରାୟ କହିଲେ ଯେ ନବୀନ ପଟ୍ଟାନାୟକ କରୋନାରେ ଘରୁ ବାହାରୁ ନାହିଁ ।ଲୋକଙ୍କ ସମସ୍ୟା ବାବଦରେ ସେ କିଛି ଜାଣେ ନାହିଁ ।ଗୋଟିଏ ଗୋବର ଗଣେଶ ବା ରବର କଣ୍ଢେଇ ଭଳି ଆଇ.ଏ.ଏସ ଅଫିସର ମାନେ ତାକୁ ନଚାଉଛନ୍ତି । ବିକାଶ ନାଁରେ ଅଫିସରମାନେ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି ।ନିର୍ବାଚନ ଆସିଲେ ଚାନ୍ଦା କଲେକସନ କରି ଲୋକମାନଙ୍କୁ ରାତି ଅଧରେ ନାଲିଆ ନେଳିଆ ନୋଟର ଭେଳିକି ଦେଖାଇ ଭୋଟ କିଣିବାର ନିଶା ବିଜେଡିକୁ ଘାରିଛି ।ଏବେ କିନ୍ତୁ କଂଗ୍ରେସ କର୍ମୀମାନେ ଗାଁଗଣ୍ଡାରେ ଜଗିଛନ୍ତି ।ଟଙ୍କା ବାଣ୍ଟିବାକୁ ଆସିଲେ ତାଙ୍କୁ ଉତ୍ତମ ମଧ୍ୟମ ଦେବେ ବୋଲି ସୁର କର୍ମୀମାନଙ୍କୁ କହିଛନ୍ତି ।ତେଣୁ କଂଗ୍ରେସର ପ୍ରାର୍ଥୀ ହିମାଂଶୁ ନିଜ ମାଟିର ପିଲା ।ତିର୍ତ୍ତୋଲ ମାଟିରେ ତାର ଭବିଷ୍ୟତ ଅଛି ।ତେଣୁ ତାକୁ ଭୋଟ ଦେଲେ ଅଞ୍ଚଳ ପାଇଁ କାମ କରିବ ବୋଲି କହିଥିଲେ ସୁର ରାଉତରାୟ ।ଏହି କର୍ମୀ ସମ୍ମୀଳନୀରେ ପିସିସି ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଯେଗ ଦେଇ କହିଲେ ଯେ ଦଃୁଭିକ୍ଷେ ରାଷ୍ଟ୍ର ବିପ୍ଲବେ ରାଜ ଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଠନ୍ତି ସ ବାନ୍ଧବ ।କଂଗ୍ରେସର ପ୍ରାର୍ଥୀ ହିମାଂଶୁ ଜଣେ ସେହିଭଳି ବ୍ୟକ୍ତିତ୍ୱ ଯେ ଲୋକଙ୍କ ସୁଖଦଃୁଖରେ ଦୀର୍ଘ ଦିନ ହେବ ରହି ଆସିଛି ।
ହିମାଂଶୁ ପାଖରେ କଳାଟଙ୍କା ନାହିଁ ।ମାତ୍ର ତାଙ୍କ ପାଖରେ ମଣିଷ ପଣିଆ ଅଛି ।ସେ ଜଣେ ଉଚ୍ଚ ଶିକ୍ଷିତ ହୋଇ ବଡ ବଡ କମ୍ପାନିରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବେଳେ ସେହି ରୋଜଗାର ଅର୍ଥକୁ ସମାଜ ସେବା କ୍ଷେତ୍ରରେ ବିନିଯୋଗ କରିଥାଏ ।ଉଚ୍ଚ ପଦସ୍ଥ ଚାକିରୀ ଓ ଟଙ୍କାର ପାହାଡ ଉପରେ ଚାଲୁଥିବା ଜଣେ ବ୍ୟକ୍ତିତ୍ୱ ସମାଜସେବା ପାଇଁ ସବୁକିଛି ପରିତ୍ୟାଗ କରିବା ସହିତ ପ୍ରତ୍ୟକ୍ଷ ରାଜନିତୀ ମଇଦାନକୁ ଆସି ସେବାରେ ଉସôର୍ଗୀକୃତ ଜୀବନକୁ ଆହୁରି ରସାମୃତ କରିବା ପାଇଁ ଆପଣମାନଙ୍କ ପାଖରେ ଭୋଟ ଖଣ୍ଡିଏ ପାଇଁ ନିବେଦନ କରୁଛି ।ତେଣୁ ସେହିଭଳି ଜଣେ ବ୍ୟକ୍ତିତ୍ୱ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ତିର୍ତ୍ତୋଲର ଜନସାଦାରଣ ଅକୁଣ୍ଠ ଚିତ୍ତରେ ଭୋଟ ଦେବା ପାଇଁ ସତ୍ୟ ପ୍ରକାଶ ନାୟକ ନିବେଦନ କରିଛନ୍ତି ।ଏହି ସମ୍ମିଳନୀରେ ପୁର୍ବତନ ବିଦାୟକ ଦେବାଶିଷ ପଟ୍ଟନାୟକ,ରାଜ୍ୟ କଂଗ୍ରେସ କମିଟି ଉପସଭାପତି ଶିବାନନ୍ଦ ରାୟ,ପର୍ଯ୍ୟବେକ୍ଷକ ନଳିନୀ ସ୍ୱାଇଁ,ଡଃ ସ୍ମୃତି ରଞ୍ଜନ ଲେଙ୍କା,ପୁର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ଦାସ,ବରିଷ୍ଠ ଶିକ୍ଷାବିତ ଗୋଲକ ବିହାରି ପଲାଇ ଆଦି ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇ ବିଜେଡି ସରକାରଙ୍କ କଳା କାରନାମା ବାବଦରେ କଟୁ ସମାଲୋଚନା କରିବା ସହିତ ହିମାଂଶୁ ମଲ୍ଲିକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।ଏହି ସମ୍ମିଳନୀରେ ଗରାମ ପଞ୍ଚାୟତର ଛାମୁଆଁ କଂଗ୍ରେସ କର୍ମୀ ତପନ ଶତପଥୀ ,ଜେୟାତି ରଞ୍ଜନ ମଲ୍ଲିକ,ସତ୍ୟବ୍ରତ ଶତପଥୀ,ଶିବ ଚରଣ ସାହୁ,ସୁଦିପ୍ତ ଦାସ,ଅମିତାଭ ଶତପଥୀ,ମନୋରଞ୍ଜନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ସମ୍ମୀଲନୀରେ କୋଷ୍ଠି ମଲ୍ଲିକାପୁର ପଞ୍ଚାୟତରେ ୨୩ ଜଣ ବିଜେପି କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ ।