Odisha news

କୋରେନା କଟକଣା ମଧ୍ୟରେ ଫିରିଙ୍ଗିଆରେ ଗଜଲକ୍ଷ୍ମୀ ପୂଜା

0

ଫୁଲବାଣୀ (Santosh Mishra) :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ହୋଇ ଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ କୋରେନା କଟକଣା ମଧ୍ୟରେ ଆରମ୍ଭ କରାଯାଇଛି  । ଓଡିଶା ରାଜ୍ୟ ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ତାଙ୍କ ଧର୍ମ ପତ୍ନୀ ତଥା ପୂର୍ବତନ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରମତୀ ବିଷ୍ନୁପ୍ରିୟା ବେହେରା ଙ୍କ ତତ୍ୱାବଧାନରେ ଗତ ବର୍ଷ ଠାରୁ ଅନୁଷ୍ଟିତ ହୋଇ ଆସୁଥିବା ଏହି ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ କୋରେନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ।

ପ୍ରଥମ ଦିନରେ ଫିରିଙ୍ଗିଆ ପଂଚାୟତ ସମିତି ଅଧକ୍ଷ ଲାଲନନ୍ଦ ପ୍ରଧାନ ,ରତଙ୍ଗ ସମିତି ସଭ୍ୟ ପ୍ରକାଶ ନାୟକ ଏହି ପୂଜା ଉସôବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମାଜିକ ଦୂରତା ରକ୍ଷା କରି କେବଳ ପୂଜା କମିଟିର କର୍ମକର୍ତା ମାନଙ୍କ ଉପସ୍ତିରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି ।ପ୍ରଥମ ଦିନରେ ପ୍ରକାଶ ସାହୁ ଏବଂ ତାଙ୍କ ଧର୍ମ ପତ୍ନି ଏହି ପୂଜା କାର୍ଯ୍ୟରେ କର୍ତା ଭାବରେ ଯୋଗ ଦେଇଥିବା ବେଳେ ପୂଜା କମିଟିର ସଭାପତି ବାଲକୃଷ୍ନ ଜୁଣ୍ଡି . ସମ୍ପାଦକ ଅଶୋକ ପାତ୍ର , କୋଷାଧକ୍ଷ ସିମାଂଚଳ ସାସମଲ , ପୂଜାକମିଟି ସଦସ୍ୟ ଅନନ୍ତ ଜାଲ ,ରବିନ୍ଦ୍ର ସାହୁ , ଫିରିଙ୍ଗିଆ ବିଜେଡି ନେତା  ପ୍ରଦୀପ କୁମାର ବେହେରା ,ମୁନା ମହାରଣା ଉପଦେଷ୍ଟା କମିଟିର ସଦସ୍ୟ ବଜୟ କୁମାର ସାସମଲ ଙ୍କଲ ସହ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

ଏହି ପୂଜାରେ ଫିରିଙ୍ଗିଆ ଅଂଚଳର ବିଶିଷ୍ଠ ପୂଜକ ଜଗନ୍ନାଥ ପଣ୍ଡା ପୂାଜା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ଫିରିଙ୍ଗିଆ ସହରର ବିଶିଷ୍ଠ ବ୍ୟବସାୟୀ ବିଶ୍ୱଜିତ ସହୁ (ବାବୁ ଭାଇ ) ଏହି ପୂଜା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply