ନୂଆଦିଲ୍ଲୀ : ବିବାହ କରିବା ପାଇଁ ଲୋକମାନେ ସବୁବେଳେ ଏକ ସଠିକ ସାଥି ଖୋଜି ଥାନ୍ତି ଓ ତାଙ୍କ ସହିତ ସାରା ଜୀବନ ବିତାଇ ଥାନ୍ତି l କିନ୍ତୁ ଆମେରିକାର ଜଣେ ମହିଳା ନିଜ ପାଇଁ ସଠିକ ସାଥୀଟିଏ ଖୋଜି ଖୋଜି ବର୍ତ୍ତମାନ ସୁଦ୍ଧା ୧୦ ଥର ବିବାହ କରି ସାରିଲେଣି l କିନ୍ତୁ ଆଶ୍ଚର୍ଯ୍ୟର କଥା ଯାହାକି ଯେ ତାଙ୍କୁ କୌଣସି ଫ୍ରକ ପଡୁନି କେତୋଟି ବିବାହ କଲେଣି କିମ୍ବା ଆଗକୁ କେତୋଟି ବିବାହ କରିବେ l ବାସ ତାଙ୍କୁ ସଠିକ ଜୀବନ ସାଥିଟିଏ ଦରକାର l ଆମେରିକାର ଏହି ମହିଳା ଜଣଙ୍କର ନାମ ହେଉଛି କେସି ଓ ସେ ନିୟୁର୍କ ସହରରେ ରୁହନ୍ତି l ନିକଟରେ ସେ ଏହି ଖବରକୁ ଗୋଟିଏ ଟିଭି ସୋରେ ଜଣାଇଥିଲେ l
ସେ ଏହି ଟିଭି ସୋରେ ପାରଦର୍ଶୀ ପୂର୍ଣ୍ଣ ବ୍ୟବସାୟ ମହିଳା ଭାବରେ ଯୋଗ ଦେଇଥିଲେ ଓ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ l ୫୬ ବର୍ଷୀୟ କେସି କହିଥିଲେ ଯେ ନିକଟରେ ସେ ନିଜର ୧୦ ତମ ବିବାହକୁ ବିଚ୍ଛେଦ କରାଇଛନ୍ତି l ସେ କହିଥିଲେ ଯେ ଏହି ବିବାହକୁ ନେଇ ମୁଁ ଖୁସି ଥିଲି ,କିନ୍ତୁ ଆଗକୁ ଏହା ବିଭିନ୍ନ ପ୍ରକାରର ଅସୁବିଧା ସୃଷ୍ଟି କଲା l ବର୍ତ୍ତମାନ ସେ ତାଙ୍କର ନୂଆ ସାଥି ସନ୍ଧାନରେ ରହିଛନ୍ତି l କେସିଙ୍କର ଲମ୍ବା ଚାଲିଥିବା ଵିଵାହାତି ହେଲା ୮ ବର୍ଷ ଓ ତାଙ୍କର କମ ସମୟ ପାଇଁ ଚାଲିଥିବା ଵିଵାହାତି ହେଉଛି ୬ ମାସ l
କେସି କହିଛନ୍ତି ମୁଁ ୧୦ ଟି ବିବାହ କରିଛି କିନ୍ତୁ ଜୀବନରେ ଦୁଃଖ ଓ ଯନ୍ତ୍ରଣା ସବୁବେଳେ ରହିଛି l ୧୦ ଟି ବିବାହ କରିବା କୌଣସି ଗର୍ବର କଥା ନୁହେଁ କିନ୍ତୁ ମୁଁ ନିଜକୁ ଦୁଃଖୀ ମଧ୍ୟ କରିବାକୁ ଚାହୁଁନାହିଁ l ସେ ଯେତେବେଳେ ନିଜ ଜୀବନ ସାଥୀଙ୍କ ପାଖରୁ କିଛି କଷ୍ଟ ଅନୁଭବ କରନ୍ତି ଓ ତାହା ଭୁଲି ହୁଏନାହିଁ ସେ ସିଧା ସଳଖ ଛାଡପତ୍ର ମାଗିଥାନ୍ତି l ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି l