ନୂଆଦିଲ୍ଲୀ : ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଆବଶ୍ୟକ ହୋଇଥାଏ l ଯାହା ଆଜିକାଲି ଦୁନିଆରେ ସମସ୍ତଙ୍କ ପାଖରେ ସମ୍ଭବ ନୁହେଁ l କିଏ ନିଜର ଭିଟାମାଟିରେ ଘର ତିଆରି କରି ରହୁଛି ତ କିଏ ଗୋଟିଏ ଭଲ ଘର କିଣିବା ପାଇଁ ନିଜ ଜୀବନର ସମସ୍ତ ରୋଜଗାର ଲଗାଇ ଦେଉଛି l କିନ୍ତୁ ବିଶ୍ୱର ଏପରି ଗୋଟିଏ ଦେଶ ଅଛି ଯେଉଁଠି ଭାରତୀୟ ମୁଦ୍ରାରେ ମାତ୍ର ୮୬ ଟଙ୍କାରେ ଘର ବିକ୍ରି ହେଉଛି l ଇଟାଲୀର ଶିଶଲୀ ସ୍ଥିତ ଗୋଟିଏ ଛୋଟ ସହରରେ ଖୁବ କମ ଦାମରେ ଘର ବିକ୍ରି ହେଉଛି l ଏହି ସହରଟିର ନାମ ହେଲା ସାଲେମି l ଏଠାରେ ଇଟାଲୀୟ ମୁଦ୍ରାରେ ୧ ୟୁରୋରେ ଘର ମିଳୁଛି ,ଏହା ଆଶ୍ଚର୍ଯ୍ୟ ଯୁକ୍ତ ହେଲେ ମଧ୍ୟ ଏହା ପଛରେ ରହିଛି ଗୋଟିଏ ବଡ଼ କାରଣ l
ଗତ କିଛି ବର୍ଷ ହେଲାଣି ଇଟାଲୀର ଅଧିକାଂଶ ଜାଗାରେ ଜନସଂଖ୍ୟା କମିବାରେ ଲାଗିଛି ,ଏହି କାରଣରୁ ଘର ଗୁଡିକ ଖାଲି ପଡୁଛି ତେଣୁ ଏପରି ଶସ୍ତା ଦରରେ ଘର ବିକ୍ରି କରାଯାଉଛି l ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଏହି ସହରର ମେୟର କହିଛନ୍ତି ଯେ ସବୁ ଘର ଗୁଡି଼କ ସିଟି କାଉନ୍ସିଲର ଅଟେ l ଏହି ଯୋଜନାକୁ ଆରମ୍ଭ କରିବା ପୂର୍ବରୁ ପୁରୁଣା ଭାଗ ଗୁଡିକରେ ପୁଣି ଆଉଥରେ ଜନବସତି ଆରମ୍ଭ କରିବାରେ ଥିଲା l ତା ସହିତ ସଡକ ବିଜୁଳି ଓ ଜଳ ପରିବହନ ଇତ୍ୟାଦି ସୁବିଧାକୁ ଉନ୍ନତ ମଧ୍ୟ କରା ଯାଇଛି l ଇଟାଲୀରେ ଏହି ପରି ଅନେକ ସହର ଅଛନ୍ତି ଯୁଏହା ଜନବସତି ଶୂନ୍ୟ ଅଟେ l ତେଣୁ ଏହି ସହରରେ ଖୁବ କମ ଦାମରେ ଘର ବିକ୍ରି କରାଯାଉଛି l
ଏଠାକାର ଲୋକମାନେ ପୂର୍ବରୁ ଏହି ଜାଗାକୁ ଛାଡି ଚାଲି ଯାଇଥିଲେ ଓ ଏଠାକାର ସମ୍ପତ୍ତି ବିକ୍ରି କରିବା ତାଙ୍କପାଇଁ କଷ୍ଟକର ହେଉଥିଲା l ଏହି ସାଲେମି ସହର ଏକ ଐତିହାସିକ ସ୍ଥାନ ହୋଇଥିବାରୁ ଏଠାରେ ଲୋକମାନେ ରହିବ ପାଇଁ ଇଛା ପ୍ରକାଶ କରି ଘର କିଣିବାରେ ଲାଗି ପଡିଛନ୍ତି l ୧୯୬୮ ଭୂମିକମ୍ପ ପରେ ଏହି ସହର ଖୁବ କ୍ଷତିଗ୍ରସ୍ତ ହୋଇଥିଲା l