Odisha news

୨୪ ବର୍ଷରେ ୪୪ ସନ୍ତାନ

0

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଜଣେ ୪୦ ବର୍ଷୀୟା ମହିଳା ୨୪ ବର୍ଷର ବୈବାହିକ ଜୀବନରେ ୪୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏତେ ସନ୍ତାନ ଜନ୍ମ ହେବା ପରେ ସ୍ୱାମୀ ତାଙ୍କୁ ଛାଡ଼ିଦେବାରୁ ଏବେ ସେ ଏକାକୀ ପିଲାଙ୍କ ଲାଳନପାଳନ କରୁଛନ୍ତି । ୟୁଗାଣ୍ଡାରେ ରହୁଥିବା ମରିୟମ୍‌ ନବାତାଞ୍ଜି ମାତ୍ର ୧୨ ବର୍ଷ ବୟସରେ ବାହା ହୋଇଥିଲେ । ସେତେବେଳେ ତାଙ୍କ ସ୍ୱାମୀଙ୍କ ବୟସ ଥିଲା ୪୦ । ମରିୟମ୍‌ ଏକ ବିରଳ ରୋଗରେ ପୀଡ଼ିତା । ଏ ରୋଗରେ ଗର୍ଭଧାରଣର ସାମର୍ଥ୍ୟ ବଢ଼ିଯାଏ । ଏଥିସହ ମରିୟମ୍‌ଙ୍କ ଓଭାରିର ଆକାର ବହୁତ ବଡ଼ । ସେ ଏକସଙ୍ଗରେ ୨-୩ ସନ୍ତାନଙ୍କୁ ଜନ୍ମ ଦେଇଥାନ୍ତି । ଡାକ୍ତର ତାଙ୍କୁ ଗର୍ଭ ନିରୋଧ ଔଷଧ ଖାଇବାକୁ ବି ମନା କରିଛନ୍ତି । ସେ ୩ ଥର ଏକସଙ୍ଗରେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ମରିୟମ୍‌ ଏକାକୀ ପରିବାର ସମ୍ଭାଳିଥିବାବେଳେ କିଛିଦିନ ହେଲା ତାଙ୍କ ବଡ଼ ପୁଅ ତାଙ୍କୁ ସହଯୋଗ କରୁଛନ୍ତି ।

Leave A Reply