Odisha news

ଅର୍କକ୍ଷେତ୍ର ରେ ପୂଜା ପାଇଲେ ମା ଅନ୍ନଦାତ୍ରୀ ଗଜଲଷ୍ମୀ

0

କୋଣାର୍କ(Sangram Keshari Mohapatra) :  ଗୁରୁବାର ଦିନ ଅପରାହ୍ନରେ ଚନ୍ଦ୍ରଭାଗର ପବିତ୍ର ତ୍ରିର୍ଥ ପୁଷ୍କରିଣୀ ରୁ  କଳସ ଧାରୀ ଙ୍କ ଦ୍ଵାରା ଜଳ ଅଣାଯାଇ ଘଟ ସ୍ଥାପନ ହେଲାପରେ ମଣ୍ଡପ ରେ ମା ଗଜଲଷ୍ମୀ ଙ୍କର ପୂଜାବିଧି ଯଥା ରୀତି ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ଼ି କଟକଣା ଥିବାରୁ କୋଣାର୍କ ଗଜଲଷ୍ମୀ ର କର୍ମକର୍ତ୍ତା ମାନେ ୪ ଫୁଟ ର  ସୁନ୍ଦର ମୁଣ୍ଣୟ ମୃତ୍ତି  ମଣ୍ଡପରେ ସ୍ଥାପନ କରି ମା ଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।

ଯେଉଁମାନେ ମାଙ୍କୁ ଦର୍ଶନ ପାଇଁ ଯାଉଛନ୍ତି ।ସମସ୍ତଙ୍କୁ  ମାସ୍କ ପରିଧାନ ପାଇଁ କୁହାଯାଉଛି ଓ ହାତ କୁ ସାନିଟାଇଜର କରିବା ପାଇଁ ମଣ୍ଡପ ପାଖରେ  ସାନିଟାଇଜର ରଖାଯାଇଛି।ମା ଙ୍କ ମଣ୍ଡପକୁ ବିଭିନ୍ନ ରଙ୍ଗ ବେରଙ୍ଗ ର ଆଲୋକ ରେ ସଜାଯାଇଛି।ଯାହା ଅତ୍ୟନ୍ତ ମନଲୋଭା ଦିଶୁଛି ।ସେତେ ଯେପରି ମା ତାଙ୍କର ସନ୍ତାନ ମାନଙ୍କ ର ଇଛା ପୂରଣ ପାଇଁ ମଣ୍ଡପରେ ବିରାଜମାନ କରିଛନ୍ତି

Leave A Reply