Odisha news

ରାଇକିଆ, ବଡବାରବା ଠାରେ କନ୍ଧମାଳ ବିଜେଡ଼ି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

0

ଫୁଲବାଣୀ,୩୦ା୧୦(Santosh Mishra) : କନ୍ଧମାଳ ଜିଲା ରାଇକିଆ ବ୍ଳକର ବଡ଼ବାରବା ଠାରେ ଆଜି ବିଜେଡ଼ି ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକଙ୍କୁ କରୋନା ସଚେତନତା କରାଯିବା ସହିତ ସେମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି । ରାଇକିଆ ବ୍ଳକର ଦୁର୍ଗମ ଅଂଚଳ ଏହି ପଂଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ କରୋନା ସତର୍କତା ନେଇ ସଚେତନନତା କରିବା ସହିତ ବଡ଼ବାରବା ଠାରେ ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ କରିଥିଲେ ।

ଏହି ଅବସରରେ ସ୍ଥାନୀୟ କର୍ମୀମାନେ ବିଧାୟକଙ୍କୁ ସ୍ଥାନୀୟ କନ୍ଦୁଣୀଦେବୀ ମନ୍ଦିର ନିକଟରେ ସ୍ୱାଗତ କରିବା ସହିତ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଅବଗତ କରାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ ,ଜିଲା ପରିଷଦ ସଭ୍ୟ ମୃତୁ୍ୟଞ୍ଜୟ ପାତ୍ର , ବଡ଼ବାରବା ସରପଂଚ ବିନୀତା ନାୟକ ଓ ଇନ୍ଦ୍ରଗଡ଼ ସରପଂଚ ଦୁନିଆ ମଲିକ , ସମିତି ସଭ୍ୟ ବାସନ୍ତି ଦଳବେହେରା ଓ ଅନ୍ୟମାନେ ଉପସ୍ଥିତ ରହି କରୋନା ସଚେତନତା ଓ ମାସ୍କ ବ୍ୟବହାର ଉପରେ ଅନେକ ସଚେତନତାର ସୁଚନା ଦେଇଥିଲେ ।

Leave A Reply