କୋଣାର୍କ(sangram keshari mohapatra) : କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ବଡ଼ ଗୁରୁମା ରୁକ୍ମୁଣୀ ଦେବୀ ଙ୍କର ପରଲୋକ ଘଟିଛି ।କଟକ ବିଡ଼ାନାସୀ;ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ବିୟୋଗ ଘଟିଛି ।ତାଙ୍କ ବିୟୋଗରେ ସମଗ୍ର କୋଣାର୍କ ଅଂଚଳରେ ଶୋକରଛାୟା ଖେଳିଯାଇଛି ।ତେବେ ତାଙ୍କ ମରଶରୀର କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମକୁ ଅଣାଯାଇ ନପାରିବାରୁ ବଡ଼ଗୁରୁମା ଙ୍କ ହଜାରହଜାର ଛାତ୍ରଛାତ୍ରୀ ଓ କୋଣାର୍କ ଅଂଚଳବାସୀ ତାଙ୍କ ଶେଷ ଦର୍ଶନରୁ ବଂଚିତ ହୋଇଛନ୍ତି ।ମୃତ୍ୟବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା ।ସୂଚନା ମୁତାବକ ୧୯୪୭ ମସିହାରେ ଭଦ୍ରକର ଅଗରପଡ଼ାରେ ଜନ୍ମ ହୋଇଥିବା ରୁକ୍ମୁଣୀଦେବୀ ସରକାରୀ ଚାକିରୀ ଛାଡ଼ି ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠାତା କୁମାର ଭାଇଙ୍କ ସହ ଯୋଗଦେଇଥିଲେ ।କୋଣାର୍କରେ ଶୋଭନୀ୍ୟ ଶିକ୍ଷାଶ୍ରମ ପ୍ରତିଷ୍ଠାର ସେ ମୁଖ୍ୟ ପୁରୋଧା ଥିଲେ । ଗତ ସପ୍ତାହରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ରୁକ୍ମୁଣୀ ଦେବୀଙ୍କୁ କଟକ ବିଡ଼ାନାସୀ ଆଶ୍ରମ ନିଆଯାଇ ସେଠାରେ ଚିକିତ୍ସା କରାଯାଉଥିଲା ।
ସେ କୋଣାର୍କର ବିଭିନ୍ନ ସଂଗଠନ ସହିତ ଜଡିତ ଥିଲେ ।ତାଙ୍କର ଅକାଳ ମୃତ୍ୟୁ ରେ ଅର୍କଶ୍ରୀ ର ସମ୍ପାଦକ ଉମେଶ ସ୍ୱାଇଁ, କୋଣାର୍କ ସାହିତ୍ୟ ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମାଜ ସେବୀ ହରିଶ୍ଚନ୍ଦ୍ର ଦାଶ, କୋଣାର୍କ ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ, ସହ ସମ୍ପାଦକ ଗୁରୁପଦ ବଳିଆରସିଂ,ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି, ଶିକ୍ଷକ ରାମକୃଷ୍ଣ ମହାନ୍ତି, ବିଜେଡିର ବରିଷ୍ଠ ନେତା ରାଜୁ ମହାପାତ୍ର, କୋଣାର୍କ ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁବାସ ନାୟକ , କୋଣାର୍କ ପ୍ରେସକ୍ଲବ ର କର୍ମକର୍ତ୍ତା ଙ୍କ ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୋକବ୍ୟକ୍ତ କରାଯାଇ ଅମର ଆତ୍ମା ର ସଦଗତି କାମନା କରାଯାଇଛି।
