Odisha news

ତିର୍ତୋଲରେ ନିର୍ବାଚନ ଘମାଘୋଟ : ବିଜେଡିର ଘନ ଘନ ବୈଠକ ଓ କର୍ମି ସମ୍ମୀଳନୀ

0

ବିରିଡି ; ତିର୍ତୋଲ ବିଧାନ ସଭା ଉପ ନିର୍ବାଚନ ପାଇଁ ତ୍ରିମୁଖି ଲଢେଇ ଘମାଘୋଟ ଆରମ୍ଭ ହୋଇଯାଇଛି । ବିଜେପି ଓ କଂଗ୍ରେସ ଦଳ ପ୍ରଚାରକୁ ଆଗେଇ ନେଇଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ ରୁ ପାର୍ଥୀ ହୋଇଥିବା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ଙ୍କୁ ତିର୍ତୋଲ ରୁ ଜିତାଇ ଦୁଇ ବିରୋଧି ଦଳ କଂଗ୍ରେସ ଓ ବିଜେପିକୁ ବ୍ୟା ଫୁଟକୁ ଠେଲି ଦେବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ବ୍ଲକର ବିଭିନ୍ନ ପଂଚାୟତରେ ଘନ ଘନ କର୍ମି ମହିଳା କର୍ମି ଯୁବ ଓ ଛାତ୍ର କର୍ମି ମାନଙ୍କ ବୈଠକ ଆରମ୍ଭ ହୋଇଛି ।

ପଂଚାୟତ ମାନଙ୍କରେ ପହଂଚିଥିବା ପର୍ଯ୍ୟବେକ୍ଷକ ମାନେ ବ୍ଲକ ଓ ପଂଚାୟତ ସ୍ଥରିୟ ନେତୃମଣ୍ଡଲୀଙ୍କ ସହାୟତାରେ ଏହି ବୈଠକର ଆୟୋଜନ କରୁଥିବା ବେଳେ ଏହି ବୈଠକ ମାନଙ୍କରେ ମନ୍ତ୍ରୀ ବିଧାୟକମାନେ ଯୋଗଦେଇ ଦଳୀୟ ପାଥ୭ୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜିତାଇବା ସହ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ସଶକ୍ତି କରି ତାଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ନାନ ଦେଇଛନ୍ତି । ଏହି ଅବସରରେ ବିରିଡି ବ୍ଲକର ବୁଢାପଡା ଗ୍ରାମ ପଂଚାୟତର ନିମାଇ ଠାକୁରାଣୀଙ୍କ ନିକଟରେ ଆୟୋଜିତ ମହିଳା କର୍ମି ସମ୍ମୀଳନୀରେ ମନ୍ତ୍ରୀ ରଘୁ ନନ୍ଦନ ଦାସ, ତୁଷାରକାନ୍ତି ବେହେରା, ବିଜେଡି ନେତା ଅଶ୍ୱିନ ସ୍ୱାଇଁ, ଜ୍ୟୋତି ରଂଜନ ନାୟକ, ସ୍ୱାଧିନ ନାୟକଙ୍କ ସମେତ ବ୍ଲକ ସଭାପତି ରବିନ୍ଦ୍ର ରାଉଳ, ନୃଶିଂହ କୁମାର ଦାଶ, ନେତ୍ରାନନ୍ଦ ପାତ୍ର, ପୁଷ୍ପ ପ୍ରକାଶ ପ୍ରଧାନ, ଅଶୋକ ମହାନ୍ତି, ନିହାର ରଂଜନ ସ୍ୱାଇଁ, ଯୋଗ ଦେଇଥିଲେ ।

ସେହିପରି ରାଜ୍ୟ ସ୍ତରିୟ ଓ ବ୍ଲକ ସ୍ତରିୟ ମହିଳା ବିଜେଡି ନେତୃ ମଣ୍ଡଳୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ପୁରଣ ପଂଚାୟତରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ ସଭାପତି ସୁକାନ୍ତ ବାରିକ, ରାସ ବିହାରୀ ଦାସ, ପ୍ରବିର ଦାସ, ବିମ୍ବାଧର ଦାସ, ସୁଦର୍ଶନ ବେହେରା, ପ୍ରକାଶ ଦାସ, ମିହିର ପଟ୍ଟନାୟକ, କୃପାସିନ୍ଦୁ ଭୋଇ, ସୁଭଦ୍ରା ଭୋଇ, ମିତାଂଜଳୀ ପ୍ରମୁଖ ଯୋଗଦେଇ ବିଜୟ ଶ୮୍କର ଦାସଙ୍କୁ ଭୋଟ ଦେବାକୁ ପରାମର୍ଶ ଦେଇଥିଲେ । ଦରଡାଗ୍ରାମ ଆୟୋଜିତ ମହିଳା କର୍ମି ସମ୍ମିଳନୀରେ ବ୍ଲକ ସଭାପତି ରବିନ୍ଦ୍ର ନାଥ ରାଉଳ, ରାଜ୍ୟ ଯୁବ ସମ୍ପାଦକ ସାରଦା ଜେନା, ସରପଂଚ ଧନଂଜୟ ମହାପାତ୍ର, ସମିତି ସଭ୍ୟ ବିଶ୍ୱ କର, ବ୍ଲକ ଯୁବ ସଭାପତି ପୁଷ୍ପ ପ୍ରକାଶ ପ୍ରଧାନ, କନ୍ଦରପୁର ପୂର୍ବତନ ସରପଂଚ ପ୍ରମୋଦ ରାଉତ, ଦରଡାଗ୍ରାମ ଯୁବ ସଂଗଠକ ପ୍ରମୋଦ ବେହେରା ପ୍ରମୁଖ ଯୋଗଦେଇ ପାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Leave A Reply