ବିରିଡି, ୨୩ା୧୦ ; ଜଗତସିଂହପୁର ଜିଲ୍ଲା ତିର୍ତୋଲ ୧୦୨ ବିଧାନ ସଭା ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ଉପ ନିର୍ବାଚନରେ ଶାସକ ବିଜୁ ଜନରା ଦଳରୁ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ଇଂ ବିଜୟ ଶଙ୍କର ଦାସ ପାର୍ଥୀ ହୋଇଛନ୍ତି । ଶ୍ରୀ ଦାସଙ୍କୁ ଏହି ଉପନିର୍ବାଚନରେ ଜିତାଇବା ପାଇଁ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି ବ୍ଲକର ମଙ୍ଗୁଆଳ ସାଜିଥିବା ବେଳେ ମନ୍ତ୍ରୀ ଶ୍ରୀ ସାହୁ ଶୁକ୍ରବାର ଦିନ ଏହି ବଲକର ୨୨ ମୌଜା ର ୬ଟି ପଂଚାୟତକୁ ତୋଫାନୀ ଗ୍ରସ୍ତ କରିବା ସହ ଦଳୀୟ କର୍ମକର୍ତା କର୍ମି ମହିଳା ସ୍ୱୟଂ ସହାୟ ଗୋଷ୍ଠିର ମା ମାନଙ୍କୁ ଭେଟିବା ସହ ବିଭିନ୍ନ ଛକ ବଜାରରେ ଓହ୍ଲାଇ ଜନସାଧାରଣଙ୍କୁ ଭେଟି ଦଳୀୟ ପାର୍ଥୀ ବିଜୟ ଶଙ୍କରଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।
ତା୮୍କ ସହିତ ସିନେ ତାରକା ତଥା ବିଜେଡି ଯୁବ ନେତା ଅରିନ୍ଦମ ରାୟ, କାଜୁ ନିଗମର ଅଧକ୍ଷ ଅମରେନ୍ଦ୍ର ଦାସ ଏହି ପ୍ରଚାରରେ ସାମିଲ ହୋଇଥିବା ବେଳେ ବ୍ଲକ ସଭାପତି ରବିନ୍ଦ୍ର କୁମାର ରାଉଳ, ନୃଶିଂହ କୁମାର ଦାଶ, ନେତ୍ରାନନ୍ଦ ପାତ୍ର, ରାସ ବିହାରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା, ମିର ଆଜମିର ଅଲ୍ଲି, ପୁଷ୍ପ ପ୍ରକାଶ ପ୍ରଧାନ, ଶିବ ପ୍ରସାଦ ଜେନା, ରବିନ୍ଦ୍ର ସାହୁ, କେଦାର ସାହୁ, ପ୍ରକାଶ ଦାସ, ପ୍ରଣବ ରଂଜନ ପୃଷ୍ଠି, ମହେଶ୍ୱତା ଜେନା, ଗୟାଧର ମହାନ୍ତି, ପ୍ରଦିପ୍ତ ଭୂୟାଁ, ତୃପ୍ତି ରାୟ, କେଦାର ନାଥ ସାହୁ, ସୁବାଶ ନାୟକ, ବିଭୂତି ରାୟ, ମିହିର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟ କ୍ରମରେ ନେତୃତ୍ୱ ନେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିକାଶ ସେନାପତି, ସନ୍ତୋଷ ରାଉତରାୟ, ବୈଷ୍ଣବ ସାହୁ, ଲୋକନାଥ ମହାନ୍ତି, ରଂଜିତ ମହାନ୍ତି, ନିରଂଜନ ସେଠୀ, ପରକ୍ଷିତ ନାୟକ ସେହପରି ଜ୍ଞାନ ଜେନା, ପ୍ରଶାନ୍ତ ଜେନା, ବିମ୍ବାଧର ଦାସ, ସୁକାନ୍ତ ବାରିକ, ପ୍ରବିର ଦାସ, ସରପଂଚ ସୁଭଦ୍ରା ଭୋଇ, ମିତଂଜଳୀ ଭୋଇ, କୃପାସିନ୍ଧୁ ଭୋଇ ପ୍ରମୁଖ ପରିଚାଳନା କରିଥିଲେ । ମନ୍ତ୍ରୀ ଗ୍ରସ୍ତ ସମୟରେ ବାସନ୍ଦରା ପଂଚାୟତର ଗଡ ଦଳିତ ସାହିର ଶତାଧିକ ମହିଳା ଓ ପୁରୁଷମାନେ ମନ୍ତ୍ରୀଙ୍କ ଆସିବା ଶୁଣୀ ମୁଖ୍ୟ ରାସ୍ତାରେ ଠିଆ ଷୋଇ ସେମାନଙ୍କ ପଡାକୁ ଦେଶ ସ୍ୱାଧିନ ହବା ପର ଠାରୁ ଖଣ୍ଡେ ଭଲ ରାସ୍ତା ନଥିବା ଦୃଷ୍ଟିକୁ ଆଣିଥିଲେ । ସେହି ରାସ୍ତା ଅବସ୍ଥା ଦେଖି ମନ୍ତ୍ରୀ ଚକିତ ହୋଇ ପଡିବା ସହ ବିସ୍ମିତ ମଧ୍ୟ ହୋଇପଡିଥିଲେ ଏବଂ ଖୁବ ଶିଘ୍ର ରାସ୍ତା କରାଯିବ ଏବଂ ଲୋକଙ୍କ ଦୁଃଖ ଲାଘବ ହେବ ବୋଲି ପ୍ରତିଶୃତି ଦେଇଥିଲେ ।