ବାଲେଶ୍ୱର : ଉପ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ଭାଜପା ନେତ୍ରୀ ତଥା ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।
ଶ୍ରୀମତୀ ଷଡ଼ଙ୍ଗୀ ଉପସ୍ଥିତ ସାମ୍ବାଦିକ ମାନଙ୍କୁ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ରମୋଦି ସରକାରଙ୍କ ଲୋକକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆଗାମୀ ବିଧାନସଭା ଉପନିର୍ବାଚନରେ ଭାଜପାର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟଦେଇ ବିଜୟ କରିବାକୁ ନିବେଦନ କରିଥିଲେ ।
ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ ରାଜ୍ୟରେ କ୍ଷମତା ସୀନ ନବୀନ ପଟ୍ଟନାୟକ ସରକାର ଓଡ଼ିଶା ବାସୀଙ୍କ ପାଇଁ ଯେତିକି କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ତାହାଠାରୁ ଯଥେଷ୍ଟ ଭଲକାର୍ଯ୍ୟ କରିଥିବା ଘଟଣା କାହାରିକୁ ଅଛପା ନାହିଁ ।
ଏ ପରିପ୍ରେକ୍ଷୀରେ ସମସ୍ତେ ଭାରତୀୟ ଜନତା ପାର୍ଟିର ହାତମୁଠାକୁ ଟାଣ କରିବା ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଗାମୀ ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ବିଜୟକରିବାକୁ ନିବେଦନ କରିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଭାଜପାର ରାଜ୍ୟ ମୁଖପାତ୍ର ବିରଞ୍ଚô ନାରାୟଣ ତ୍ରିପାଠୀ, ଜିଲ୍ଲା ମିଡ଼ିଆ ସଂଯୋଜକ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ