Odisha news

ମହାଭାରତର ରୋଚକ କଥା : କର୍ଣ୍ଣଙ୍କର ଜନ୍ମ ରହସ୍ୟ

0

ଏହି କାହାଣୀ ଏପରି ଗୋଟିଏ ବୀରର ଯାହାକୁ ସମସ୍ତେ ଦାନବୀର କର୍ଣ୍ଣ ନାମରେ ଜାଣନ୍ତି l କର୍ଣ୍ଣ ପାଣ୍ଡବ ମାନଙ୍କ ମଧ୍ୟରେ ସବୁଠୁ ବଡ ଥିଲେ ଓ ଏହି କଥା ମାତା କୁନ୍ତିଙ୍କ ବ୍ୟତୀତ କେହିବି ଜାଣି ନଥିଲେ l କର୍ଣ୍ଣଙ୍କ ଜନ୍ମ କୁନ୍ତିଙ୍କ ବିବାହ ପୂର୍ବରୁ ହୋଇଥିଲା l ଲୋକ ଲଜ୍ୟାକୁ ଡରି କୁନ୍ତୀ କର୍ଣ୍ଣଙ୍କୁ ପାଣିରେ ଭସାଇ ଦେଇଥିଲେ l କୁନ୍ତିଙ୍କ ବିବାହ ପୂର୍ବରୁ କିପରି ହେଲା କର୍ଣ୍ଣଙ୍କ ଜନ୍ମ ଏହା ପଛରେ ରହିଛି ଏକ କାହାଣୀ l ଘଟଣାଟି ହେଉଛି ସେହି ସମୟରେ ଯେଉଁ ସମୟରେ କୁନ୍ତୀ ବିବାହ କରି ନଥିଲେ ଓ ସେ ଜଣେ ରାଜକୁମାରୀ ଥିଲେ l ସେତେବେଳେ ରୁଷି ଦୁର୍ବାସା ଗୋଟିଏ ବର୍ଷ ପାଇଁ କୁନ୍ତୀଙ୍କ ପିତାଙ୍କ ପାଖରେ ଅତିଥି ଭାବରେ ରାଜା ମହଲରେ ରହିଥିଲେ l କୁନ୍ତୀ ଏକ ବର୍ଷ ପାଇଁ ତାଙ୍କର ଖୁବ ସେବା କରିଥିଲେ l

ରାଜକୁମାରୀଙ୍କ ସେବାରେ ଦୁର୍ବାସା ସନ୍ତୁଷ୍ଟ ହୋଇ ତାଙ୍କୁ ବର ଦେଇଥିଲେ l ବରଦାନଟି ଥିଲା ଏହିଭଳି ଯେକୌଣସି ଦେବତାଙ୍କୁ ଧ୍ୟାନକରି ତାଙ୍କ ପାଖରୁ ସନ୍ତାନ ପ୍ରାପ୍ତ କରି ପାରିବେ l ଥରେ ଉଦ୍ୟାନରେ ବୁଲୁଥିବା ସମୟରେ କୁନ୍ତିଙ୍କ ମନରେ ଅସ୍ତ ସୂର୍ଯ୍ୟଙ୍କୁ ଦେଖି ବରଦାନ ପରୀକ୍ଷା କରିବା ପାଇଁ ଆସ ଜାଗ୍ରତ ହେଲା l ଏହା ପରେ ସେ ପ୍ରାଥନା କରି ସୂର୍ଯ୍ୟ ଦେବତାଙ୍କୁ ଡାକିଲେ l ସୂର୍ଯ୍ୟ ଦେବତା ତାଙ୍କ ପ୍ରାଥନାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଗୋଟିଏ ଶିଶୁ ପ୍ରଦାନ କଲେ l ଏହାପରେ କୁନ୍ତୀ ଚିନ୍ତା କଲେ ଯେ ବିବାହ ନକରି ଗୋଟିଏ ଶିଶୁର ମୁଁ ଜନନୀ ହୋଇଗଲି ଶିଶୁଟିର ଜନ୍ମରୁ ତା ଶରୀରରେ କବଚ ଓ କୁଣ୍ଡଳ ରହିଥିଲା l

କୁମାରୀ ଅବସ୍ଥାରେ ପୁତ୍ରପ୍ରାପ୍ତି କରିଥିବା କାରଣରୁ ଲୋକ ଲଜ୍ୟାକୁ ଡରି କୁନ୍ତୀ ଶିଶୁ ପୁତ୍ରଟିକୁ ଡାଲା ଭିତରେ ପୁରାଇ ପାଣିରେ ଭସାଇ ଦେଇଥିଲେ l ସେହି ଶିଶୁ ପୁତ୍ରଟିକୁ ଗୋଟିଏ ଶୁଦ୍ର ପରିବାର ପାଣିରୁ ପାଇଲେ l ସେମାନଙ୍କର କୌଣସି ସନ୍ତାନ ନଥିଲା ତେଣୁ ସେମାନେ ପୁତ୍ରଟିର ଖୁବ ଲାଳନପାଳନ କଲେ l ଏହି ଶୁଦ୍ର ପୁତ୍ର ଦାନବୀର କର୍ଣ୍ଣ ବୋଲି ଆଗକୁ ଜଣା ପଡିଲା କୁନ୍ତୀ କର୍ଣ୍ଣଙ୍କୁ ତାଙ୍କ କବଚ ଓ କୁଣ୍ଡଳରୁ ସୂର୍ଯ୍ୟ ପୁତ୍ର ବୋଲି ଜାଣିପାରିଥିଲେ l କୁରୁକ୍ଷେତ୍ର ଯୁଦ୍ଧରେ ପଞ୍ଚୁପାଣ୍ଡବଙ୍କ ଆଗରେ କର୍ଣ୍ଣ ଗୋଟିଏ ଶକ୍ତିଶାଳୀ ଯୋଦ୍ଧା ଥିଲେ l ଇନ୍ଦ୍ର କପଟ କରି ନଥିଲେ ହୁଏତ କର୍ଣ୍ଣଙ୍କର ଯୁଦ୍ଧରେ ମୃତ୍ୟୁ ଅସମ୍ଭବ ଥିଲା l

Leave A Reply