ବିରିଡି ; ସଂପୂର୍ଣ୍ଣ କୋଭିଡ-୧୯ କଟକଣାକୁ ଅନୁପାଳନ କରାଯାଇ ବିରିଡି ବ୍ଲକର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ବ୍ଲକର ବାଲିଆ, ହାଜିପୁର, ବିିରଡି, ଅଲାଣ୍ଡୋ, ମାଣତୀର, ଚାନ୍ଦପୁରର ୩ ଟି ସ୍ଥାନରେ ମା ଦୁର୍ଗାଙ୍କ ମୃଣମୟୀ ମୃର୍ତି ଗଢାଯାଇଥିବା ଜଣାପଡିଛି । ଓଡିଆ ପରାମ୍ପରାର ଏହି ସାର୍ବଜନୀନ ଦୁର୍ଗା ପୂଜାରେ ଭକ୍ତମାନଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ ତଥା ଭିଡ ବା ଗହଳି କରିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବାରୁ ପୂଜା ମଣ୍ଡପର କର୍ମକର୍ତାମାନେ ରହି ମାଙ୍କ ଯଥା ବିଧି ପୂଜାର୍ଚ୍ଚନା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବାଲିଆ, ହାଜିପୁର, ମାଣତୀର ଓ ଅନ୍ୟାନ୍ୟ ପୂଜା କମିଟିର ପରିଚାଳନା ସଭ୍ୟମାନେ କହିଛନ୍ତି ।
ସେହିପରି ବିରିଡି ଛକ ସମେତ ବିରିଡି ହାଟ ଓ ବାଲିଆରେ ପୂତାରନ ପରମ୍ପରାକୁ ବଜାୟ ରଖିବା ପାଇଁ କେତେକ ସ୍ଥାନରେ ବିଭିନ୍ନ ଦେବାଦେବୀଙ୍କ ପ୍ରତି ମୃତିକୁ ପୂଜା କରାଯିବା ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ତେବେ କୋଭିଡ-୧୯ ଯୋଗୁଁ ଭକ୍ତମାନଙ୍କ ଦର୍ଶନ ଓ ଗହଳୀ ମନା ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନିରୁସôାହ ଦେଖାଦେବା ସହ ଚଳିତ ବର୍ଷ ଦୁର୍ଗା ପୂଜା ଏକ ପ୍ରକାର ଫିକା ପଡିବ । ଏଥିରେ ମଧ୍ୟ ଅନେକ ବ୍ୟବସାୟୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି ।