ତିର୍ତୋଲ ଉପନିର୍ବାଚନ : ବିଜେଡି ପାର୍ଥୀ ବିଜୟ ବିଜୟ ଶଙ୍କର ବିରିଡିରେ ରୋଡ ସୋ ବିପୁଳ ଜନ ସମର୍ଥନ ସହ ବରାହପୁରରୁ ଆରମ୍ଭ କଲେ ପ୍ରଚାର
ବିରିଡି, ; ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନ ସଭା ୧୦୨ ସଂରକ୍ଷିର ଆସନର ଉପନିର୍ବାଚନ ବିଜୁ ଜନତା ଦଳରୁ ପାର୍ଥୀ ହୋଇଥିବା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ବୁଧୁବାର ଦିନ ବିରିଡି ବ୍ଲକର ଅଢଙ୍ଗ ମଜୁରାଇ ପଂଚାୟତର ବରାହପୁର ଠାରୁ ପ୍ରଚାର ଆରମ୍ଭ କରିବା ସହ ରୋଡ ସୋ କରି ଥିଲେ ।
ବ୍ଲକ ସଭାପତି ରବିନ୍ଦ କୁମାର ରାଉଳ, ବିଜେଡି ନେତା ନୃଶିଂହ ଦାଶ, ନେତ୍ରାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା, ବ୍ଲକ ଯୁବ ସଭାପତି ପୁଷ୍ପ ପ୍ରକାଶ ପ୍ରଧାନ, ଯୁବ ନେତା ତୃପ୍ତି ରାୟ, ପରଓଜ ଅହେମଦ, ମାନସ ବେହେରା, ସରପଂଚ ଦିପ୍ତି ମୟୀ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଏହି ଦଳିୟ ପ୍ରଚାର ଓ ରୋଡ ସୋ କାର୍ଯ୍ୟକ୍ରମରେ ପାର୍ଥୀ ଏକ ଖୋଲା ଜିପ ଉପରେ ଛିଡା ହୋଇ ଭୋଟ ଭିକ୍ଷା କରିଥିଲେ । ତାଙ୍କ ସହିତ ବିରିଡି ବ୍ଲକ ପ୍ରଚାର ଦାୟିତ୍ୱରେ ଥିବା ଅରିନ୍ଦମ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା, ବିଧାୟକ ଚନ୍ଦ୍ର ସାରଥି ବେହେରା ପ୍ରମୁଖ ଷ୍ଟାର ପ୍ରଚାରକ ଭାବେ ପ୍ରଚାରକୁ ଜୋରଦାର କରିଥିଲେ ।
ତେବେ ଆଜି ଦଳର ପାର୍ଥୀ ବିରିଡି ବ୍ଲକର ଅଢଙ୍ଗମଜୁରାଇ, ଅଢଙ୍ଗଗଡ, ଶିବପୁର, ଅରଣା, ସଢେଇଶାସନ, ଗୋପିନାଥପୁର, ବୁଢାପଡା ଓ କୂଳକଇଜଙ୍ଗା (୮) ଟି ପଂଚାୟତକୁ ଯାଇ ରୋଡ ସୋ କରିବା ସହ ଜନସାଧାରଣଙ୍କୁ ପ୍ରିୟ ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ୱାରା ରାଜ୍ୟରେ ବସବାସ କରୁଥିବା ସମସ୍ତ ବର୍ଗର ଲୋକମାନଙ୍କ କଲ୍ୟାଣ ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମା ମାନଙ୍କୁ କିପରି ସମସ୍ତ ସୁବିଧା ସୁଯୋଗ ଦିଆଯାଇ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ପାର୍ଥୀ ବିଭିନ୍ନ ଛକ ମାନଙ୍କରେ ରହି ଲୋକମାନଙ୍କୁ ଭେଟିଥିଲେ । ବିଜୁ ଜନତା ଦଳରୁ ତିର୍ତୋଲ ବିଧାନ ସଭା ଉପନିର୍ବାଚନରେ ପାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ଆଜି ଏହି ପ୍ରଚାର କାର୍ଯ୍ୟକ୍ରମରେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଥିଲା । ତେବେ ବିଜୟ ଶଙ୍କରଙ୍କ ଏହି ପ୍ରଚାର ବେଳେ ବିଭିନ୍ନ ପଂଚାୟତର ଛାମୁଆ ନେତା କର୍ମି ଉପସ୍ଥିତ ରହି ସ୍ୱାଗତ ଜଣାଇବା ସହ ଫୁଲ ତୋଡା ଦେଇ ସମ୍ବଦ୍ଧିତ କରୁଥିବାର ଦେଖିବାକୁ ମିଳିଥିଲା ।