Odisha news

ବାପାଙ୍କ ମୃତ୍ୟୁର ଦୁଃଖକୁ ସହି ନପାରି ଝିଅ କଲେ ଆତ୍ମହତ୍ୟା : ତାପରେ ….

0

ନୂଆଦିଲ୍ଲୀ : ବାପା ଓ ଝିଅର ସମ୍ପର୍କ ସାରା ଦୁନିଆରେ ଗୋଟିଏ ସୁନ୍ଦର ସମ୍ପର୍କ ,ଯାହାର କିଛି ତୁଳନା ନାହିଁ l ସମସ୍ତେ ଜାଣିଛନ୍ତି ଯେ ଦୁନିଆରେ ଯଦି ଗୋଟିଏ ଝିଅ କାହାକୁ ଅଧିକ ଭଲ ପାଇଥାଏ ସିଏ ହେଲେ ତାର ବାପା l ବୋଧହୁଏ ଏହି କାରଣରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଗୋଟିଏ ଝିଅ ନିଜ ପିତାଙ୍କର ମୃତ୍ୟୁ ପରେ ଦୁଃଖକୁ ନସହିପାରି ନିଜକୁ ନିଆଁ ଲଗାଇ ମୃତ୍ୟୁ ମୁଖକୁ ଠେଲି ଦେଇଛି l ପୋଲିସର କହିବା ମୁତାବକ ମୃତକ ଯୁବତୀଙ୍କର ପିତାଙ୍କର ପାଖାପାଖି ୨୧ ମାସ ପୂର୍ବରୁ ମୃତ୍ୟୁ ହୋଇ ଯାଇଥିଲା ,ଏହାପରେ ସେ ସବୁବେଳେ ମାନସିକ ଚାପ ସହିତ ଦୁଃଖରେ ରହୁଥିଲା l ଯୁବତୀଙ୍କ ନାମ କବିତା ସୋନି l

ସେ ରାଜଧାନୀ ଭୋପାଲର କୋଲାର ରୋଡ଼ରେ ରୁଅଛନ୍ତି l ୨୮ ବର୍ଷୀୟ କବିତା ପିତାଙ୍କ ମୃତ୍ୟୁର ୨ବର୍ଷ ପୂର୍ବରୁ ବିବାହ କରିଥିଲେ l ତାଙ୍କର ପିତାଙ୍କ ମୃତ୍ୟୁ ପରେ ସେ ଦୁଖୀ ରହିବାକୁ ଲାଗିଥିଲେ l ମଙ୍ଗଳବାର ଦିନ ୧୨ ତା ବେଳେ ନିଯଉପରେ କିରୋସିନ ଢାଳି ନିଆଁ ଲଗାଇଥିଲେ ,ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l କବିତାଙ୍କ ଭାଇ କହିଛନ୍ତି ଯେ ତାଙ୍କ ଭଉଣୀ ବାପାଙ୍କର ଅତି ଗେଲ୍ହା ଝିଅ ଥିଲେ l ବାପାଙ୍କ ମୃତ୍ୟୁ ପରେ ସେ ସବୁବେଳେ ଦୁଃଖିତ ରହିବ ସହିତ କାନ୍ଦୁଥିଲେ l ତାଙ୍କ ବାପାଙ୍କୁ ପ୍ରତେକଟି ମୁହୁର୍ତରେ ଖୋଜୁଥିଲେ ଓ ଖାଇବା ପିଇବା ମଧ୍ୟ ଛାଡି ଦେଇଥିଲେ l

Leave A Reply