Odisha news

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ , କଂଗ୍ରେସ ହିଁ ତିର୍ତ୍ତୋଲ ମାଟିର ବିକାଶର ମାଧ୍ୟମ : ଚିରଞ୍ଜୀବ

0

ଜଗତସିଂହପୁର : :ତରେର୍ତ୍ତାଲ ନିର୍ବାଚନକୁ ନେଇ ପ୍ରଚାର ସରଗରମ ଚାଲିଥିବା ବେଳେ ଆଜି କଂଗ୍ରେସ ଦଳର ପ୍ରଚାର ମଇଦାନରେ କଂଗ୍ରେସର ହେଭିୱେଟ ନେତା ତଥା ପିପିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ।ଆଜି ଚିରଞ୍ଜୀବ ବିଶ୍ୱାଳ ରଘୁନାଥପୁର ବଜାର ମଧ୍ୟରେ ଥିବା ଏକ ଦଳୀୟ ନିର୍ବାଚନୀ ଅଫିସକୁ ଉଦଘାଟନ କରିଥିଲେ ।ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ତିର୍ତ୍ତୋଲରେ ଦଳୀୟ ନେତାଙ୍କର ପ୍ରଚାର କାର୍ଯ୍ୟ ସେତିକି ଜମୁଛି ।ଆଜି ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ମଇଦାନକୁ ଓହ୍ଲାଇବା ପରେ କର୍ମୀ ଓ ନେତାଙ୍କ ମଧ୍ୟରେ ଉସôାହ ଦେଖାଯାଇଛି ।କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିବା ପରେ ସେ ସ୍ଥାନୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକଙ୍କ ପ୍ରତି କିଭଳି ଜନ ସମର୍ଥନ ବଢିବ ସେ ବାବଦରେ ଆଲୋଚନା କରିଥିଲେ ।କଂଗ୍ରେସ ହିଁ ତିର୍ତ୍ତୋଲ ମାଟିର ବିକାଶ ମାଧ୍ୟମ ।

କଂଗ୍ରେସ ଅମଳରେ ଯାହା ବିକାଶ ହୋଇଥିଲା ଆଜି ତାହା ରହିଛି ।ଦୀର୍ଘ ବର୍ଷ ହେବ ଏହି ନିର୍ବାଚନ ମଣ୍ଡଳୀ ଶାସକ ଦଳ ଦଖଲକୁ ଯିବା ପରେ ବିକାଶ ଏକ ପ୍ରକାର ଠପ ହୋଇଯାଇଛି ।ତିର୍ତ୍ତୋଲ ହେଉଛି ମା ଶାରଳାଙ୍କ ମାଟି ।ଏହି ମାଟିକୁ ବିକାଶ କ୍ଷେତ୍ରରେ ସାରା ରାଜ୍ୟରେ ଏକ ନମ୍ବର କରିବାକୁ ହେଲେ କଂଗ୍ରେସ ଦଳକୁ ଆହୁରି ସଂଗଠିତ ହେବାକୁ ପଡିବ ।କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦ ତୃଣମୂଳ ସ୍ତରକୁ ଯାଇ ସାଧାରଣ ଲୋକମାନଙ୍କ ସମସ୍ୟା ବାବଦରେ ବୁଝିବା ସହିତ ଜଣେ ଉଚ୍ଚ ଶିକ୍ଷିତ ଓ ଯୁବ ସମାଜସେବୀ ଭାବରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ହିମାଂଶୁ ଭୁଷଣ ମଲ୍ଲିକଙ୍କ ପ୍ରତି ସମସ୍ତ ଆର୍ଶୀବାଦ ରହିବା ପାଇଁ ପ୍ରୟାସ କରିବା ଜରୁରୀ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଯୋଗ ଦେଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଉନ୍ନତି କେବଳ କଂଗ୍ରେସ ସରକାର ଅମଳରେ ହୋଇଥିଲା ।ଆଧୁନିକ ଓଡିଶାର ନିର୍ମାତା ତଥା କର୍ମବୀର ବସନ୍ତ ବିଶ୍ୱାଳଙ୍କ ଅବଦାନରେ ତିର୍ତ୍ତୋଲରେ ଶାରଳା ସୁତାକଳ ଠାରୁ ଆରମ୍ଭ କରି ବହୁ ଜନ ହିତକର କାର୍ଯ୍ୟ ହୋଇଥିଲା ଯାହାକି ଆଜି ବି ତିର୍ତ୍ତୋଲ ଇତିହାରେ ଲିପିବଦ୍ଧ ।ତେଣୁ ଆମକୁ ଲୋକମାନଙ୍କ ପାଖକୁ ଯିବାକୁ ହେବ ।

ଭୋଟରମାନଙ୍କୁ ସଚେତନ କରାଇବା ସହିତ କଂଗ୍ରେସ ପ୍ରତି ଜନ ସମର୍ଥନ କିପରି ବୃଦ୍ଧି ପାଇବ ସେଥିପାଇଁ ସମସ୍ତେ ଚେଷ୍ଟା ସକରିବା ଆବଶ୍ୟକ ସେବାଲି ଶ୍ରୀ ଲେଙ୍କା କହିଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ,ଜିଲ୍ଲା ଯୁବ କଂଗ୍ରେସ ସବାପତି ପ୍ରଶାନ୍ତ ମଲ୍ଲିକ,ରାଜ କିଶୋର ପ୍ରଧାନ,ଯୁବ ସଂଗଠକ ଦେବ ପ୍ରସାଦ ନାୟକ,ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ସର୍ବେଶ୍ୱର ପଣ୍ଡା,ଆର୍ତ୍ତତ୍ରାଣ ପଣ୍ଡା,ସୋମରାଜ ଦାସ,ବସନ୍ତ ଦାସ,ପ୍ରତ୍ୟୁଷ କୁମାର,ରାଜେଶ ଭୋଳ,ପ୍ରଦୀପ ସ୍ୱାଇଁ,ଧୀରେନ୍ଦ୍ର ମଲ୍ଲିକ,ମାନସ ଗୋଚ୍ଚାୟତ,ହେମନ୍ତ ବେହେରା,ଦୟାନିଧୀ ରାଉତ,ରଞ୍ଜିତ ଜେନା,ରୌନକ ଅଲ୍ଲି ଖାଁ,ବିଜୟ ସ୍ୱାଇଁ,ବିଷ୍ଣୁ ଖଟୁଆ,ବଳରାମ ସ୍ୱାଇଁ,ଅଭୟ ସ୍ୱାଇଁ,ଦୀଜବର ରାଉତ,ପରେଶ ପାତ୍ର,ପ୍ରତାପ ସ୍ୱାଇଁ,ସମରେନ୍ଦ୍ର ମହାନ୍ତି,ସାଇ ପ୍ରଭଞ୍ଜନ ମହାପାତ୍ର,ସୁଦାମ ସ୍ୱାଇଁ,ଜିବେଶ ଦେବ ଦର୍ଶନ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply