ମହାଭାରତର କାହାଣୀ ଅନୁସାରେ ଅର୍ଜୁନଙ୍କ ପୁତ୍ର ଇରାବନ ଜଣେ କୁଶଳ ଯୋଦ୍ଧା ଥିଲେ l ସେ ମହାଭାରତ ଯୁଦ୍ଧରେ ବିରାଟର ସହିତ ଯୁଦ୍ଧ କରି କୌରବ ମାନଙ୍କର ଖୁବ ହାନି କରିଥିଲେ l ପାଣ୍ଡବ ଠାରୁ ନେଇ କୌରବ ପର୍ଯ୍ୟନ୍ତ ମହାଭାରତରେ ଏପରି ଅଧିକାଂଶ ପlତ୍ର ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ l ମହାଭାରତରେ ସେହି ପାତ୍ର ମାନଙ୍କ ସହିତ କିଛିନା କିଛି କାହାଣୀ ଯୋଡି ହୋଇଥାଏ ,ସେଥିମଧ୍ୟରୁ ଜଣେ ହେଲେ ଇରାବନ l ଇରାବନ ଅର୍ଜୁନ ଓ ନଗକାନ୍ୟ ଉଲୁପିଙ୍କର ପୁତ୍ର ଅଟନ୍ତି l ତାଙ୍କ ବିଷୟରେ କୁହାଯାଏ ଯେ ସେ ପାଣ୍ଡବ ମାନଙ୍କର ବିଜୟ ଲାଭ ପାଇଁ ମା କାଳୀଙ୍କ ଆଗରେ ନିଜର ବଳି ଦେଇ ଦେଇଥିଲେ ଓ କିନର ମାନଙ୍କର ଭଗବାନ ହୋଇଯାଇଥିଲେ l
କିନରଙ୍କର ଭଗବାନ ଇରାବନ-
ହିନ୍ଦୁ ସଂସ୍କୃତିରେ ଇରାବନ ହେଉଛନ୍ତି କିନର ମାନଙ୍କର ଦେବତା ଓ ଆଜି ମଧ୍ୟ ଭାରତର ତାମିଲନାଡୁରେ ତାଙ୍କର ବିଶେଷ ପୂଜା କରାଯାଇଥାଏ l ବର୍ଷର ଗୋଟିଏ ଦିନ ଏପରି ରହିଛି ଯେଉଁ ଦିନ ତାଙ୍କୁ କିନର ମାନେ ତାଙ୍କୁ ପୂଜା କରିଥାନ୍ତି l ସେହିଦିନ କିନର ମାନେ ତାଙ୍କୁ ବିବାହ ମଧ୍ୟ କରିଥାନ୍ତି ଓ ତାପର ଦିନ ବିଧିବଦ୍ଧ ଭାବରେ ଇରାବନଙ୍କର ମୃତ୍ୟୁ କରାଯାଏ ,ତାପରେ ସେହି କିନର ମାନେ ବିଳାପ କରି କାନ୍ଦି ନିଜକୁ ତାଙ୍କର ବିଧବା ବୋଲି ଗୋଟିଏ ଦିନ ପାଇଁ କହିଥାନ୍ତି l
ମହାଭାରତରେ ଅର୍ଜୁନଙ୍କର ପୁତ୍ର ଇରାବନବୀରତାର ସହିତ ଯୁଦ୍ଧ କରିଥିଲେ l ଏହା ପରେ ଯେତେବେଳେ ସେ ଚାହିଁଲେ ପାଣ୍ଡବ ମାନେ ଯୁଦ୍ଧରେ ଯେପରି ହେଲେବି ଜୟଲାଭ କରନ୍ତୁ ସେଥିପାଇଁ ସେ ନିଜକୁ ବଳି ପକାଇ ଦେଇଥିଲେ l ଏହି ବଳି ସେ ମା କାଳୀଙ୍କ ପାଖରେ ପକାଇଥିଲେ l କୁହାଯାଏ ଯେ ମା କାଳୀ ଇରାବନଙ୍କୁ କଥା ଦେଇଥିଲେ ପାଣ୍ଡବ ମାନେ ଯୁଦ୍ଧରେ ଜୟଲାଭ କରିବେ l କିନ୍ତୁ ବଳି ପୂର୍ବରୁ ଇରାବନ ବିବାହ କରିବା ପାଇଁ ଇଛା ପ୍ରକଟ କରିଥଲେ l ବର୍ତ୍ତମାନ ଏହା ଚିନ୍ତା ପଡିଥିଲା ଯେ ଯେଉଁ ବ୍ୟକ୍ତିର ବଳି ପଡିବ ସେହି ବ୍ୟକ୍ତି ସହିତ କିଏବା ବିବାହ କରିବା l ଏହି ସମୟରେ ଭଗବାନ ଶ୍ରୀ କୃଷ୍ଣ ସ୍ୱୟଂ ମୋହିନୀ ରୂପ ଧାରଣା କରି ଇରାବନଙ୍କୁ ବିବାହ କରିଥିଲେ l
ବିବାହ କରିବା ପରେ ଗୋଟିଏ ରାତି ଇରାବନଙ୍କ ସହିତ ବିତାଇ ଥିଲେ l ପର ଦିନ ସକାଳୁ ମା କାଳୀଙ୍କ ପାଦରେ ଇରାବନ ନିଜକୁ ଅର୍ପଣ କରିଥିଲେ l ଇରାବନ ମୃତ୍ୟୁ ପରେ ଶ୍ରୀ କୃଷ୍ଣ ସେହି ମୋହିନୀ ବେଶରେ ନିଜ ସ୍ୱାମୀଙ୍କ ନିକଟରେ ବିଳାପ କରିଥିଲେ ଓ ପରେ ସେ ନିଜର ସ୍ୱରୂପକୁ ଫେରିଥିଲେ l କୃଷ୍ଣ ଇରାବନଙ୍କର ଏହି ବଳିଦାନକୁ ମହାଭାରତରେ ଖୁବ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଇରାବନ ଜଣେ ଠିକ ଯୋଦ୍ଧା ଥିଲେ ,ତାଙ୍କର ଜୀବିତ ଅବସ୍ଥାରେ କୁରୁକ୍ଷେତ୍ରରେ ଆଉ କେହିବି ବୀରତାର ପ୍ରମାଣ ଦେଇ ପlରି ନଥାନ୍ତେ l