କାଳ ଭୈରବଙ୍କର ଜନ୍ମ କେଉଁଠୁ ହୋଇଛି ଓ ତାଙ୍କୁ ଗୃହସ୍ଥ ଲୋକମାନେ କାହିଁକି ପୁଜା କରନ୍ତି ନାହିଁ
ନବରାତ୍ର ସମୟରେ ଅଷ୍ଟମୀ କିମ୍ବା ନବମୀ ଦିନ କଂଜକ ପୂଜା କରାଯାଇଥାଏ l ଏହି ଦିନ ୯ଟି କନ୍ୟାଙ୍କ ସହିତ କାଳଭୈରବ ର ବାଲୁଦ ରୂପ ର ପୂଜା କରାଯାଇଥାଏ l
ମାନ୍ୟତା ରହିଛିଯେ କାଳଭୈରବ ବିନା ମା ଦୁର୍ଗାଙ୍କର ଆରାଧନା ଓ ନଅ ଦିନର ଉପବାସ ସବୁ ଅଧୁରା ଅଟେ l ସେଥିପାଇଁ ନବରାତ୍ରୀରେ ଯେଉଳକମାନେ ବିଶେଶ ସିଦ୍ଧି ପାଇଁ ମା ଦୁର୍ଗାଙ୍କ ପୂଜା କରିଥାନ୍ତି , ସେମାନଙ୍କ ପାଇଁ ଭଗବାନଙ୍କ ଭଇରବଙ୍କର ପୂଜା କରିବା ନିହାତି ଆବଶ୍ୟକ l
ଏହି କାରଣରୁ ମା ଦୁର୍ଗାଙ୍କର ଯେଉଁଠାରେ ମନ୍ଦିର ରହିଥାଏ , ତା ନିକଟରେ କାଳ ଭଇରବ ମନ୍ଦିର ନିହାତି ଭାବରେ ଦେଖିବାକୁ ମିଳିଥାଏ l ମାଙ୍କ ଦର୍ଶନ ପରେ ଲୋକମାନେ ବାବା ଭଇରବଙ୍କ ଦର୍ଶନ ମଧ୍ୟ କରିଥାନ୍ତି ଓ ତାଙ୍କୁ ନିଜର ସବୁ କଷ୍ଟ ଦୂର କରିବା ପାଇଁ ପ୍ରାଥନା କରନ୍ତି l
ଗୃହସ୍ଥ ଲୋକମାନେ ବାବା ଭୈରବଙ୍କ ପୂଜା କରନ୍ତି ନାହିଁ –
ଗୃହସ୍ଥ ଲୋକମାନେ ବାବା ଭୈରବ ଙ୍କ ପୂଜା କରନ୍ତି ନାହିଁ ଓ ତାଙ୍କୁ ଘରେ ମଧ୍ୟ ସ୍ଥାପନ କରନ୍ତି ନାହିଁ l କାଳ ଭଇରବଙ୍କୁ ତନ୍ତ୍ରର ଦେବତା କୁହାଯାଏ l କିନ୍ତୁ ଗୃହସ୍ଥ ଲୋକମାନେ ବଟୁକ ଭୈରବ କିମ୍ବା ବାଳ ଭୈରବଙ୍କୁ ପୂଜା କରିପାରିବେ l ଯେପରି ନାବରାତ୍ରୀର ନବମୀ ଦିନ ୯ ଟି କନ୍ୟାଙ୍କୁ ପୂଜା କରାଯାଏ ସେହିପରି ଭାବରେ ଗୋଟିଏ ୬ ବର୍ଷର ପୁଅ ପିଲାକୁ ମଧ୍ୟ ବାଳ ଭଇରବ ଭାବରେ ପୂଜା କରାଯାଏ l
ଭୈରବ ଙ୍କର ଜନ୍ମ କିପରି ହୋଇଥିଲା :
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଥରେ ବ୍ରହ୍ମା , ବିଷ୍ଣୁ ଓ ମହେଶ୍ୱର ଙ୍କ ମଧ୍ୟରେ ନିଜର ଶ୍ରେଷ୍ଠତାକୁ ନେଇ ବିବାଦ ହୋଇଥିଲା l ଯାହାର ସମାଧାନ କରିବା ପାଇଁ ତିନିଲୋକର ଦେବତା , ରୁଷି ଙ୍କ ପାଖରେ ପହଁଚିଲେ l ରୁଷି ମୁନି ବିଚାର ବିମର୍ଷ କରି କହିଲେ ଭଗବାନ ଶିବ ହିଁ ସବୁଠୁ ଶ୍ରେଷ୍ଠ ଅଟନ୍ତି l ଏହି କଥା ଶୁଣି ଭଗବାନ ବ୍ରହ୍ମା ରାଗିଗଲେ ଓ ସେ ଶିବଙ୍କର ଅସମ୍ମାନ କରିବାକୁ ଲାଗିଲେ l
ଏହାଦେଖି ଶିବ ଅତ୍ୟନ୍ତ କ୍ରୋଧ ହୋଇଗଲେ ଲ ଭୋଳାନାଥଙ୍କର ଏହି ରୂପ ଦେଖି ସମସ୍ତ ଦେବଦେବୀ ଡ଼ରିଗଲେ l କୁହାଯାଏଯେ ଶିବଙ୍କର ଏହି କ୍ରୋଧରୁ କାଳଭୈରବଙ୍କର ଜନ୍ମ l