କରୋନା ମହାମାରୀ ଚାଲିଥିବା କାରଣରୁ ସାରା ପୃଥିବୀରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଦେଇଛି l ଏହି ସମୟରେ ଅଧିକାଂଶ ଦେଶରେ ବେକାରୀ ସମସ୍ୟା ବଢି ଯାଇଛି ,କେବଳ ଏତିକି ନୁହେଁ ଅଧିକାଂଶ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ଚାକିରିରୁ ବାହାର ମଧ୍ୟ କରି ଦେଉଛନ୍ତି l ଏହି ସମୟରେ ମଧ୍ୟ ଗୋଟିଏ ଏପରି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ହୁଏତଃ ଖୁସି ହୋଇଯିବେ ,ଗୋଟିଏ ବିସ୍କୁଟ କମ୍ପାନୀ ଚାକିରୀ ଦେବାର ଭରସା ଦେଇଛି ତାହା ପୁଣି ଏପରି ଚାକିରୀ ଯାହାକୁ ଆବେଦନ କରିବା ପାଇଁ ଲୋକଙ୍କର ଲାଗିଛି ଲମ୍ବା ଲାଇନ l
ସ୍କଟଲ୍ୟାଣ୍ଡର ଏକ ବିସ୍କୁଟ ନିର୍ମାଣ କମ୍ପାନୀ “ବର୍ଡ଼ର ବିସ୍କୁଟସ “ଚାକିରୀ ପାଇଁ ଆବେଦନ ପତ୍ର ମଗାଇଛି l ଏଥିରେ କମ୍ପାନୀ ଯେଉଁ ସର୍ତ ରଖିଛି ତାହା ହୁଏତଃ ଯେକୌଣସି ବ୍ୟକ୍ତିକୁ ଆକର୍ଷିତ କରିପାରେ l ଏକ ରିପୋର୍ଟରୁ ସୂଚନା ମିଳିଛି ଯେ କମ୍ପାନୀ ମାଷ୍ଟର ବିସ୍କଟର ପାଦ ପାଇଁ ଆବେଦନ କରିବାକୁ କହିଛି ,ଏଥିରେ ଆବେଦକଙ୍କ ପାଇଁ ରହିଛି ବିସ୍କୁଟର ସ୍ୱାଦ ଚାଖିବା ମୁଖ୍ୟ କାମ l ଏହି କମ୍ପାନୀର ନିର୍ଦେଶକ କହିଛନ୍ତି ଯେ ବିସ୍କୁଟ ପାଇଁ ଆଗ୍ରହ ରଖୁଥିବା ଲୋକମାନଙ୍କ ପାଇଁ ଏହା ଏକ ସୁବର୍ନ ସୁଯୋଗ l
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମେ ମାଷ୍ଟର ବିସ୍କୁଟରଙ୍କ ସ୍ୱାଦ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର ବିସ୍କୁଟ ତିଆରି କରିବୁ ଯାହା ସମସ୍ତଙ୍କୁ ପସନ୍ଦ ଆସିବ l ଏହା ମଧ୍ୟ କୁହାଯାଇଛି ଯେ ସର୍ବ ଶ୍ରେଷ୍ଠ ସ୍ୱାଦ ଓ ଗୁଣବର୍ତ୍ତ କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ପ୍ରସ୍ତୁତ କରିବ l ତେଣୁକରି ଆମେ ଆମ କମ୍ପାନୀ ପାଇଁ ମାଷ୍ଟର ବିସ୍କୁଟର ଖୋଜୁଛୁ l ଏହି ଚାକିରୀ ପାଇଁ ବାର୍ଷିକ ୪୦ ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ତାଙ୍କ ଦରମା ମିଳିବ l ବର୍ଷକୁ ୩୫ ଦିନ ଛୁଟି ମିଳିବl ସହିତ ଏହା ଏକ ଫୁଲ ଟାଇମ ଯବ ଅଟେ l ଏହି ଆବେଦନଟି ବାହାରିବା ପରେ ଆବେଦକଙ୍କ ଲମ୍ବା ଲାଇନ ଲାଗିଯାଇଛି