କେନାଲ କୁ ଖସି ପଡିଲା କାର, ପୂର୍ବତନ ଏମ.ପି ଅମର ପ୍ରଧାନ ଙ୍କ ପୁତ୍ର ଦେଵବ୍ରତ ଅମରପ୍ରଧନ ଙ୍କ ସମେତ ୩ ମୃତ ଘୋଷଣା କଲେ ଡାକ୍ତର
ଗତକାଲି ରାତି ୨.୩୦ ମିନିଟ ସମୟରେ ଏକ କାର ଯୋଗେ କଟକ ଦେଇ ଭୁବନେଶୱର ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଥିଲା od ୧୪ c୦୦୦୭ । ଉକ୍ତ ଗାଡିଟି କଟକ ଭୁବନଶ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ବେଗ ଅଧିକ ଥିବାରୁ ତେଲେଙ୍ଗା ପେଠ ସ୍ଥିତ ତେଲଦୟାଲ୍ ଢ଼ାବା ପା ଖ କେନାଲ ଭିତରକୁ ଭାରସାମ୍ୟ ହରାଇ ଖସି ପଡିଥିଲା।
କାର ଟିର କାଚ ବନ୍ଦ ଥିବାରୁ ଏଥିରେ ଯାତ୍ରା କରୁଥିବା ଦେବ୍ରବ୍ରତ ଅମରପ୍ରଧାନ୍,ଗୌତମ ଦାସ, ପ୍ରୋନି ସି ମଧୂପତ୍ ବାହାରକୁ ବାହାରି ନ ପାରି ଶ୍ୱାସ ରୁଦ୍ଧ୍ ହୋଇ ପଡିଥିଲେ। ଏ ସଂକ୍ରାନ୍ତରେ ସଦର ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରି SCB ଟ୍ରମା କେୟାର ୟୁନିତ୍ କୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ। ଡାକ୍ତର ସେମାନଙ୍କୁ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ