ଜିଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତାରେ ୧୦୨ ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର ଜିଲ୍ଲା ୧୦୨-ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ତୀର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ନାମାଙ୍କନ ଶେଷ ଦିବସ ଥିଲା।ତୀର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ମୋଟ ୯ ଜଣ ପ୍ରାଥିପତ୍ର ଦାଖଲ କରିଛନ୍ତି।ସେମାନଙ୍କ ମଧ୍ୟରେ ବିଜେଡ଼ି, କଂଗ୍ରେସ, ବିଜେପି, ସିପିଆଇ ଓ ୫ ଜଣ ସ୍ୱାଧୀନ ପାର୍ଥି ରହିଛନ୍ତି। ତୀର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୩୯ ହଜାର ୧ସହ ୫୩ଜଣ।ସେଥି ମଧ୍ୟରୁ ପୁରୁଷ ଭୋଟର ୧ଲକ୍ଷ ୨୪ହଜାର ୧ସହ ୬୮ଜଣ ଥିବାବେଳେ ମହିଳା ଭୋଟର ୧ଲକ୍ଷ ୧୪ ହଜାର ୯ସହ ୫୬ଜଣ, ଅନ୍ୟାନ୍ୟ ୨୯ଖଣ୍ଡ ।
ମୋଟ ବୁଥ ସଂଖ୍ୟା-୩୭୩ ରହିଥିବା କହିଥିଲେ।ସଭା ସମିତି ନିମନ୍ତେ ୧୬ଟି ସ୍ଥାନ ନିରୂପଣ କରାଯାଇଛି। ଏହି ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ଯୋଗଦେଇ କହିଥିଲେ ଆଇନ ଶୃଙ୍ଖଳା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।ସ୍ୱଚ୍ଛ ଓ ନିରପେକ୍ଷ ଭୋଟଦାନ ପାଇଁ ସଚେତନ ମଧ୍ୟ କରାଯାଉଛି।ସମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୂ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ। ଶେଷ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।