Odisha news

କଣ ଖାଇଲେ ମଧୁମେହ ରୋଗୀମାଙ୍କ ବ୍ଲଡସୁଗାର ସହଜରେ କଣ୍ଟ୍ରୋଲ ହେବ

0

ରକ୍ତରେ ଶର୍କରାର ମାତ୍ରା ବଢିବା କାରଣରୁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇପାରନ୍ତି l ଯେଉଁ ଲୋକ ମାନଙ୍କର ଶାରୀରିକ ଗତିବିଧି କମ ହୋଇଥାଏ ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଥାଏ l ଏହି କାରଣରୁ ଶରୀରର ପ୍ୟାଂକ୍ରୀୟାଜ ପ୍ରଭାବିତ ହୋଇଥାଏ ଓ ଶରୀରରେ ରକ୍ତ ଶର୍କରା ଲଗାତାର ବଢ଼ିବାରେ ଲାଗେ l ସାଧାରଣତଃ ମଧୁମେହ ରୋଗୀ ମାନଙ୍କ ପାଇଁ କମ ଖାଇବାକୁ ଉପଦେଶ ଦିଆଯାଇଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିବା ପାଇଁ କିଛି ଖାଦ୍ୟ ପଦାର୍ଥକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ l

* ମାଣ୍ଡିଆରେ ପ୍ରସ୍ତୁତ ହୋଇଥିବା ରୁଟି -ମାଣ୍ଡିଆରେ ପଲିଫେନଲ ଓ ଡାଇଟ୍ରି ଫାଇବର ଭରପୁର ମାତ୍ରାରେ ରହିଥାଏ l ଏଥିରେ ମହଜୂତ ଗ୍ଲିସେମିକ ଇଣ୍ଡେକ୍ସ ପାଚନ ଗତିକୁ ଠିକରେ କ୍ରିୟାଶୀଳ କରିଥାଏ ,ଯେଉଁ କାରଣରୁ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ l ଯେଉଁ ଲୋକମାନେ ନିଜର ହାଇ ବ୍ଲଡସୁଗାର ପାଇଁ ଚିନ୍ତିତ ଅଛନ୍ତି ସେମାନେ ପ୍ରତେକ ଦିନ ମାଣ୍ଡିଆରେ ତିଆରି ରୁଟି ଖାଇବା ଆବଶ୍ୟକ l

* ଅଲିଭତେଲ ହିତକାରୀ ଅଟେ -ଅଲିଭ ତେଲରେ କ୍ୟାଲୋରୀର ମାତ୍ରl ଖୁବ ଅଧିକ ରହିଥାଏ ,କିନ୍ତୁ ଏଥିରେ ଫ୍ୟାଟ ଲେବୁଲ ବହୁତ କମ ଥାଏ l ଏହା ଦ୍ୱାରା ରକ୍ତ ଶର୍କରାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ l ମଧୁମେହ ରୋଗୀଙ୍କ ପାଇଁ ଅଲିଭ ତେଲ ଏଥିପାଇଁ ଭଲ କାରଣ ଏଥିରେ ଓଲିୟୋ ପ୍ରପୀନ ରହିଥାଏ l ଏହା ଅଲିଭ ତେଲର ସବୁଠାରୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଅଟେ l

* ଗୁଜୁରାତି ଖାଇବା ଆବଶ୍ୟକ -ଗୋଟିଏ ଗବେଷଣାରୁ ଜଣ ପଡିଛି ଯେ ଡାକ୍ତରମାନେ ମଧୁମେହ ରୋଗୀଙ୍କୁ ଗୁଜୁରାତି ଖାଇବା ପାଇଁ ଉପଦେଶ ଦେଉଛନ୍ତି ,ଗୁଜୁରାତିରେ ହାଇପୋଲିପିଡେମିକ ତତ୍ୱ ରହିଛି l ଏହା ରକ୍ତ ଶର୍କରାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ l ଏଥିରେ ରହିଥିବା ଅଣ୍ଟିଆକ୍ସିଡେଣ୍ଟ ଓ ଆଣ୍ଟିଇନ୍ଫ୍ଲମେଟୋରି ତତ୍ୱ ଓଜନ କମାଇବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ l

* ପାଣିସିଙ୍ଗଡ଼ା -ରକ୍ତ ଶର୍କରାକୁ ନିୟନ୍ତ୍ରିତ ରଖିବା ପାଇଁ ପାଣି ସିଙ୍ଗଡ଼ା ଖାଇବା ଅତ୍ୟନ୍ତ ଲାଭ ଦାୟକ ଅଟେ l ପାଣି ସିଙ୍ଗଡ଼ା ଶର୍କରାର ପରିମାଣ ଖୁବ କମ ଥାଏ l ଏଥିରେ କିଛି ଏପରି ତତ୍ୱ ରହିଛି ଯାହା ଆପଣଙ୍କ ଶରୀରରେ ପାଣିର ମାତ୍ରାକୁ ବଢ଼ିଇଥାଏ l ତା ସହିତ ମଧୁମେହରା ବିପଦ ମଧ୍ୟ ଦୁରେଇ ଯାଇଥାଏ l ଯେଉଁ ଲୋକମାନେ ମଧୁମେହ କାରଣରୁ ଫଳ ଖାଆନ୍ତି ନାହିଁ ସେମାନେ ପାଣି ସିଙ୍ଗଡ଼ା ଖାଇପାରିବେ l  ଏହାକୁ ଅଧିକ ଖାଇବା ଦ୍ୱାରା କିଛି କ୍ଷତି ମଧ୍ୟ ହୋଇ ନଥାଏ l

Leave A Reply