Odisha news

ରାସ୍ତା କଡରେ ପଡିରହିଛି ଶହ ଶହ ବ୍ୟବହୃତ ମାସ୍କ ଓ ଗ୍ଲୋବସ ,ଅଂଚଳ ରେ କରୋନା ବ୍ୟାପିବା ଆଶଙ୍କା

0

କୋଣାର୍କ (sangram keshari mohapatra  ) : ଆଜିକୁ ପ୍ରାୟ୭ ମାସରୁ ଉର୍ଦ୍ଧ୍ବ ସମୟ ଧରି ସାରା ବିଶ୍ବକୁ ହୁ ହୁ ହୋଇ ମାଡି ଚାଲିଥିବା କରୋନା ଭାଇରସ କବଳରେ ପୃଥିବୀର ଅଧାରୁ ଅଧିକ ଲୋକେ ଆକ୍ରାନ୍ତ ହୋଇସାରିଲେଣି।ଦୈନିକ ଶହ ଶହ ଜୀବନ ନେଉଥିବା ଏହି କରୋନା ଭାଇରସ ଯେ କେତେ ଭୟଙ୍କର ତାହା ମଣିଷ ସମାଜ ଅଙ୍ଗେ ନିଭେଇ ସାରିଲେଣି।କିନ୍ତୁ ତଥାପି ଏବେ ବି ସୁଧୁରିବାର ନା ନେଉନାହାନ୍ତି ସମାଜ ରେ ରହୁଥିବା ଲୋକମାନେ। ଏହି ଭାଇରସ କବଳରୁ ରକ୍ଷା ପାଇଁ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଏହି ମାସ୍କ ଯେ କରୋନା ଭାଇରସ ର ବାହକ ହୋଇପାରେ ତାହା କହିବା ମଧ୍ୟ ଭୁଲ ହେବ ନାହିଁ।କାରଣ,ମେଡିକାଲ ହେଉ କିମ୍ବା କୋଭିଡ କେୟାର ନଚେତ ସାଧାରଣ ଲୋକ ପିନ୍ଧୁଥବା ମାସ୍କ ର ବ୍ୟବହାର ପରେ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଡିସପୋଜାଲ କରିବା ଉଚିତ ହୋଇଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ  ଦେଖିବାକୁ ମିଳିଛି କୋଣାର୍କ ରେ କୋଣାର୍କ ରୁ ଗୋପ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ଏବେ ପଡିଛି ଶହ ଶହ ବ୍ୟବହୃତ ହୋଇଥିବା ମାସ୍କ, କ୍ୟାପ,ଗ୍ଲୋଭ।ଯେଉଁ କରୋନା ର ଡର ରେ ମାସ୍କ ର ବ୍ୟବହାର କରାଯାଉଛି, ସେହି ମାସ୍କ ର ବ୍ୟବହାର ପରେ ତାକୁ ରାସ୍ତା କଡରେ ଫିଙ୍ଗିବା ଯେ କେତେ ଠିକ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।ଯଦି ଦୁର୍ଭାଗ୍ୟ ବଶତଃ ସେହି ବ୍ୟବହୃତ ମାସ୍କ ରେ କରୋନା ଭାଇରସ ରହିଥାଏ ତେବେ ଏହା ରାସ୍ତା କଡରେ ଖୋଲା ଆକାଶ ତଳେ ପଡ଼ି ରହିଥିବା ହେତୁ ଏହି ଭାଇରସ ଯେ କେତେ ପରିମାଣରେ ନ ବ୍ୟାପିବ ତାହା କହିବା ଭୁଲ ହେବ ନାହିଁ।ତେବେ କିଏ ଓ କେବେ ଏହି ବ୍ୟବହୃତ ସାମଗ୍ରୀ କୁ ଖୋଲା ଖୋଲି ଏପରି ପକାଇଛନ୍ତି ଓ ଯଦି ଏହି ପାଖପାଖି ଅଞ୍ଚଳ ମାନଙ୍କ ରେ କରୋନା ଭାଇରସ ବ୍ୟାପେ ତେବେ ଏଥିପାଇଁ ଦାୟୀ କିଏ ବୋଲି ଉଠିଛି ପ୍ରଶ୍ନବାଚୀ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବ୍ୟବହୃତ ଏହି ମାସ୍କ ସବୁ କୋଣାର୍କ ଗୋପ ମୁଖ୍ୟ ରାସ୍ତାର ସାରଡା ଛକ ଠାରେ ଥିବା କୋଭିଡ କେୟାର ସମୁଖ ରେ ପଡ଼ି ରହିଛି।ତେବେ ଦେଖିବାକୁ ରହୁଛି ସରକାର କେବେ ଲୋକଙ୍କ ଜୀବନ ଉପରେ ଯତ୍ନବାନ ହେଉଛନ୍ତି ଓ ଏପରି ରାସ୍ତା କଡରେ ଫିଙ୍ଗା ଯାଉଥିବା ମାସ୍କ କୁ କିପରି ନଷ୍ଟ କରିବେ ତାହା ଉପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply