ମା ଲକ୍ଷ୍ମୀଙ୍କୁ ଧନଧାନ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ଗ୍ରହଣ କରାଯାଏ l ତାଙ୍କର କୃପାରୁ ସମସ୍ତ ସଂସାରରେ ଯଶଃ ,ବୈଭବ ଓ କୀର୍ତି ବିଦ୍ୟମାନ ହୋଇଥାଏ l କୁହାଯାଏ ଯେ ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀଙ୍କୁ ପ୍ରସନ କରିନେଥାଏ ତା ଉପରେ ମା ସବୁବେଳେ କୃପା ଦୃଷ୍ଟି ରଖିଥାନ୍ତି l ମାଙ୍କ କୃପା ଦୃଷ୍ଟି କାରଣରୁ ସେହି ବ୍ୟକ୍ତିର ଘରେ କେବେ ଧାନର ଅଭାବ ହୁଏନାହିଁ l ମାଲକ୍ଷ୍ମୀଙ୍କର ପୂଜା ଗୁରୁବାର ଦିନ କରାଯାଇଥାଏ l ବାସ୍ତୁଶାସ୍ତ୍ର ସହିତ ମା ଲକ୍ଷ୍ମୀଙ୍କ ପୂଜାର ଅନେକ ମାନ୍ୟତା ରହିଛି l ବାସ୍ତୁଶାସ୍ତ୍ର ଅନୁସାରେ ଘରେ କିଛିଟା ଜିନିଷ ରଖିବା ଦ୍ୱାରା ମଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ l
* ଘରେ ରଖନ୍ତୁ ଲକ୍ଷ୍ମୀ ନାରାୟଣଙ୍କ ଫଟୋ –
ଶାସ୍ତ୍ର ମତରେ ଯଦି ଘରେ ଭଗବାନ ବିଷ୍ଣୁଙ୍କ ଫଟୋର ପୂଜା କରାଯାଏ ତେବେ ସମସ୍ତ ବିଘ୍ନ ଦୁରେଇ ଯାଇ ଶାନ୍ତି ରହିଥାଏ l ଯଦି ଆମେ ବିଷ୍ଣୁଙ୍କ ସହିତ ଲକ୍ଷ୍ମୀଙ୍କର ଫଟୋ ରଖି ପୂଜା କରିଥାଉ ତେବେ ଉଭୟଙ୍କ ଦୟାରୁ କେବେ ଧାନର ଅଭାବ ହୁଏ ନାହିଁ l ତେଣୁ ଲକ୍ଷ୍ମୀଙ୍କ ଫଟୋ ସହିତ ବିଷ୍ଣୁଙ୍କ ଫଟୋ ମଧ୍ୟ ରଖି ପୂଜା କରନ୍ତୁ l
* ଘରେ ରଖନ୍ତୁ ଶ୍ରୀ ଯନ୍ତ୍ର –
ମାନ୍ୟତା ରହିଛି ଯେ ଶ୍ରୀ ଯନ୍ତ୍ର ଦେବୀ ଲକ୍ଷ୍ମୀଙ୍କର ବାସସ୍ଥଳୀ ହୋଇଥାଏ ,ସେଥିପାଇଁ ଯଦି ଆମେ ଶ୍ରୀ ଯନ୍ତ୍ରକୁ ଲକ୍ଷ୍ମୀଙ୍କ ପାଖରେ ସ୍ଥାପନ କରିବା ତେବେ ତାହା ଶୁଭଫଳ ଦେବ l ଏହି ଯନ୍ତ୍ରକୁ ଘରର ଉତର ପୂର୍ବ ଦିଗରେ ଲକ୍ଷ୍ମୀଙ୍କ ଫଟୋ ପାଖରେ ରଖିବା ଆବଶ୍ୟକ l ପ୍ରତେକ ଗୁରୁବାର ଦିନ ଏହାକୁ କ୍ଷୀରରେ ଧୋଇ ଫୁଲ,ଚନ୍ଦନ,ସିନ୍ଦୁର,ଧୂପ,ଦୀପ ଓ ନୈବେଦ୍ୟ ଇତ୍ୟାଦି ଅର୍ପଣ କରି ଶ୍ରୀ ଯନ୍ତ୍ର ନିକଟରେ ପ୍ରଣାମ କରିବା ଆବଶ୍ୟକ l ଏହା ଦ୍ୱାରା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ l
* ଘରକୁ ଅଣାନ୍ତୁ ବିଘ୍ନ ହର୍ତ୍ତା ଗଣେଶଙ୍କୁ –
ଭଗବାନ ଗଣେଶଙ୍କୁ ଶୁଭ ସୂଚନାର ପ୍ରତୀକ ବୋଲି କୁହାଯାଇଥାଏ l ଦେବୀ ଲକ୍ଷ୍ମୀ ତାଙ୍କୁ ନିଜର ପୁତ୍ର ଭାବରେ ଗ୍ରହଣ କରିଥାନ୍ତି l କୁହାଯାଏ ଯେ ଯେଉଁ ବ୍ୟକ୍ତି ମାନେ ଭଗବାନ ଗଣେଶଙ୍କୁ ଘରେ ସ୍ଥାପନ କରିଥାନ୍ତି ତାଙ୍କ ଉପରେ ସବୁବେଳେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l ତେଣୁ ମା ଲକ୍ଷ୍ମୀଙ୍କର ବାମପଟରେ ସ୍ଥାପନ କରି ପୂଜା କରନ୍ତୁ l
* ଶ୍ରୀ ଫଳର ଚମତ୍କାର –
ପ୍ରତେକ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ନଡ଼ିଆ ଭୋଗ ଲଗାଇବା ଶୁଭ ଅଟେ l ମାନ୍ୟତା ରହିଛି ଯେ ଲକ୍ଷ୍ମୀଙ୍କର ନଡ଼ିଆ ଅତି ପ୍ରିୟ ଅଟେ l ଯେଉଁ ବ୍ୟକ୍ତି ଲକ୍ଷ୍ମୀଙ୍କୁ ଗୁରୁବାର ଦିନ ନଡ଼ିଆ ସମର୍ପଣ କରନ୍ତି ତେବେ ମା ଲକ୍ଷ୍ମୀ ତା ଜୀବନର ସମସ୍ତ ଦୁଃଖ ଦୁରକରିଥାନ୍ତି l