Odisha news

ଭାଜପା ପକ୍ଷରୁ ମାନସ ଦତ୍ତଙ୍କ ପ୍ରାର୍ଥୀପତ୍ର ଦାଖଲ

0

ବାଲେଶ୍ୱର : ଆସନ୍ତା ନଭେମ୍ବର ମାସ ୩ ତାରିଖରେ ବାଲେଶ୍ୱର ବିଧାନସଭା ଆସନ ନିମନ୍ତେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ବାଲେଶ୍ୱରର ରାଜନୈତିକ ବାତାବରଣ କ୍ରମଶଃ ସରଗରମ ହେଉଛି । ଆଜି ଭାରତୀୟ ଜନତାପାର୍ଟିର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ନିଜର ପ୍ରାର୍ଥୀ ପତ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ଶ୍ରୀ ଦତ୍ତ ଏକ ଶୋଭାଯାତ୍ରାରେ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ତାଙ୍କ ସହିତ ତାଙ୍କ ମା ପ୍ରେମଲତା ଦତ୍ତ, ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧି ଦଳ ନେତା ପ୍ରଦୀପ ନାୟକ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସାଂସଦ ମୋହନ ମାଝୀ, ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୁୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ଜାତୀୟ ଉପସଭାପତି ଠାକୁର ରଣଜିତ୍ ଦାସ, ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲାସଭାପତି ଉମାକାନ୍ତ ମହାପାତ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ସାମିଲ ଥିଲେ ।

ପ୍ରାର୍ଥୀପତ୍ର ଦାଖଲ କରିସାରିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଥିଲେ ଯେ ଭୂତପୂର୍ବ ବିଧାୟକ ତଥା ମାନସ ଦତ୍ତଙ୍କ ପିତା ମଦନମୋହନ ଦତ୍ତ ଯେଉଁସବୁ କାର୍ଯ୍ୟକୁ ସଫଳ କରିବା ନିମନ୍ତେ ସ୍ୱପ୍ନ ଦେଖିଥିଲେ ସେହି ଅଧୁରା ସ୍ୱପ୍ନକୁ ମାନସ ପୂରଣ କରିବାର ଲକ୍ଷ୍ୟ ରଖିଛନ୍ତି । ତେଣୁ ବାଲେଶ୍ୱର ସଦର ବିଧାନସଭା ଆସନ ଅଞ୍ଚଳର ଭୋଟରମାନେ ମାନସଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପ୍ରଦର୍ଶନ ପୂର୍ବକ ଆଗାମୀ ଉପନିର୍ବାଚନ ସମୟରେ ନିଜର ମତଦାନ ମାନସଙ୍କ ସପକ୍ଷରେ କଲେ ସେ ଜିତିବା ସହ ସ୍ୱର୍ଗତଃ ମଦନମୋହନ ଦତ୍ତଙ୍କ ଅଧୁରା କାର୍ଯ୍ୟକୁ ପୂରଣ କରିବାରେ ସକ୍ଷମ ହୋଇପାରିବେ

Leave A Reply