ପ୍ରଜାପତିର ପିଠିରେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ନୃସିଂହ ଅବତାର : ବିଲୁପ୍ତ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାକୁ ଲୋକଙ୍କ ସୁଅ ଛୁଟିଛି
ଛତ୍ରପୁର : ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଆଜି ବିଲୁପ୍ତପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଛି । ଛତ୍ରପୁର ଏନଏସି ଅନ୍ତର୍ଗତ ୱାର୍ଡ ନଂ-୬ ଅଧୀନସ୍ଥ ଭାଷ୍କରରାଓପେଟା ସାହି ନିବାସୀ ତଥା ସାନ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକଙ୍କ ଘରକୁ ଏହି ବିଲୁପ୍ତପ୍ରଜାତିର ପ୍ରଜାପତି ଉଡିଆସିଥିଲା ।
ପ୍ରଜାପତିର ପିଠିରେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ନୃସିଂହ ଅବତାର ର ଛବି ଦେଖିବାକୁ ମିଳିଥିଲା । ଏହାପରେ ଶ୍ରୀନାୟକଙ୍କ ପରିବାର ବର୍ଗ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ଆସିଯାଇଥିଲାା ତେଣୁ ସେ ପ୍ରଜାପତି କୁ ଅତି ଭକ୍ତିରେ ସାଇତି ରଖିବା ସହ ଧୂପ ଦୀପ ପ୍ରଦାନ କରି ନଡିଆ ଭାଙ୍ଗି ପୂଜାଅର୍ଚ୍ଚନା କରୁଛନ୍ତି । ଏହାର ଖବର ପାଇଁ ସାହି ପଡୋଶି ମାନେ ଶ୍ରୀ ନାୟକ ଘରକୁ ଆସି ମହାପଭୂ ନୃସିଂହ ଠାକୁର ଙ୍କ ଛବି ଥିବା ବିଲୁପ୍ତ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାକୁ ସୁଅ ଛୁଟିଥିଲା ।