Odisha news

ଆରଡିଏସି ମାନସିକ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ପକ୍ଷରୁ ବିଶ୍ୱମାନସିକ ସ୍ୱାସ୍ଥ୍ୟଦିବସ ପାଳିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ସୁନାମୁହିଁ ନିକଟସ୍ଥ ଆରଡିଏସି ହାପ୍ରୱେ ହେମର ଅନ୍ତେବାସୀମାନଙ୍କୁ ନେଇ ବିଶ୍ୱମାନସିକ ସ୍ୱାସ୍ଥ୍ୟଦିବସ-୨୦୨୦ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଆରଡିଏସିର ସମ୍ପାଦକ ବିଜୟ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସମାରୋହକୁ ଆନୁଷ୍ଠନିକ ଭାବରେ ଉଦ୍ଘାଟନ କରିଥିଲେ ।

ଏହି ସଭାରେ ବିଦୁ୍ୟତ୍ ପ୍ରଭାନାୟକ ସ୍ୱାଗତଭାଷଣ ଦେଇ ମୁଖ୍ୟଅତିଥି ଏବଂ ଅନ୍ତେବସୀମାନଙ୍କୁ ସ୍ୱାଗତ କରି ବିଶ୍ୱମାନସିକ ସ୍ୱାସ୍ଥ୍ୟଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ବିଶ୍ୱମାନସିକ ସ୍ୱାସ୍ଥ୍ୟଦିବସ ଅବସରରେ ମୁଖ୍ୟଅତିଥି ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର ସହ ପୁନଃମିଳନ ବିଷୟରେ ବ୍ୟକ୍ତ କରିଥିଲେ ଏବଂ ମାନସିକ ରୋଗରୁ ଭଲ ହୋଇଥିବା ଜୈନିକ ମହିଳା ଅନ୍ତେବାସୀମାନଙ୍କୁ ବସ୍ତ୍ର ଉପହାର ଦେଇଥିଲେ ।

ଏହି ବିଶ୍ୱମାନସିକ ସ୍ୱାସ୍ଥ୍ୟ ଦିବସରେ ଜିଲ୍ଲାରୁ ଅଧିକରୁ ଅଧିକ ମାନସିକ ବିକାରଗ୍ରସ୍ତ ମହିଳା ଏବଂ ଶିଶୁଙ୍କ ପାଖରେ ସେବା ପହଞ୍ଚାଇବାର ଉଦେ୍ଦଶ୍ୟ ରଖି କାର୍ଯ୍ୟ କରିବାର ସଂକଳ୍ପ ନିଆଯାଇଥିଲା । ସବିଶେଷରେ ପ୍ରୀତିସ୍ପଦା ଦାଶ ପରାମର୍ଶ ଦାତ୍ରୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଆରଡିଏସିର ସଦସ୍ୟଗଣ ସର୍ବଶ୍ରୀ ଭାବଗ୍ରାହୀ ଆଚାର୍ଯ୍ୟ, ମୌନାବତୀ ଗିରି, କିଷ୍ଣା ଘୋଷ ଓ ଆଲିମା ଦାଶ ସହଯୋଗ କରିଥିଲେ ।

Leave A Reply