Odisha news

ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ବିରିଡିରେ କର୍ମୀ ସମ୍ମିଳନୀ

0

ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ବିରିଡି ବ୍ଲକ ଭାନୁପ୍ରଭା ଆଇ  ଟି ଆଇ ପରିସରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ । ଏହି କର୍ମୀ ସମ୍ମିଳନୀରେ ଓଡିଶା ପ୍ରଭାରୀ ଡ଼. ଏ.ଚେଲା କୁମାର ଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟନାୟକ,ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ,ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ବିଧାୟକ ତାରାପ୍ରସାଦ ବାହିନୀପତି,ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି କର୍ମୀ ସମ୍ମିଳନୀରେ ମାଧ୍ୟମରେ ପ୍ରଭାରୀ ଏ ଚେଲ୍ଲା କୁମାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି,ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଂଚଳର କଂଗ୍ରେସ କର୍ମୀଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ପୃଥକ ପୃଥକ ଭାବରେ ଆଲୋଚନା କରିବା ସହିତ ଆଗାମୀ ବିଧାନ ସଭା ଉପ ନିର୍ବାଚନରେ କଂଗ୍ରେସ କିପରି ଭଲ ପ୍ରଦର୍ଶନ କରିବ ସେ ବାବଦରେ ଆଲୋଚନା କରିଥିଲେ ।

ଏହି ବିଧାନସଭା ଉପନର୍ବାଚନରେ ଦଳୀୟ କର୍ମୀ ଓ ନେତୃବୃନ୍ଦ ସବୁ ରାଗ ରୁଷା ଭୁଲି ସମସ୍ତେ ଏକାଠି ହୋଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପରାମର୍ଶ ଦେଇଥିଲେ ।ତେବେ ଦୀର୍ଘ କୋଡିଏ ବର୍ଷଧରି ଶାସନରେ ଥିବା ବିଜେଡି ସରକାର ସାଧାରଣ ଲୋକ ମାନଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହିଁ ।ଓଡ଼ିଶାରେ ଯାହା କିଛି ଉନ୍ନତି ମୂଳକ କାର୍ଯ୍ୟ ହୋଇଛି କଂଗ୍ରେସ ଅମଳରେ ହୋଇଛି ।ଶିକ୍ଷା,ସ୍ଵାସ୍ଥ୍ୟ ଆଦିରେ ବ୍ୟାପକ ସମସ୍ୟା ରହିଥିବା ବେଳେ ବେରୋଜଗାରୀ ବଢି ଚାଲିଛି ।

ଏପରିକି ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀମାନଙ୍କ ସମସ୍ୟା ସମାଧାନ ହୋପାରୁନାହିଁ ବୋଲି କହିଥିଲେ ଚେଲ୍ଲା କୁମାର ।ଏବେ ସମୟ ଆସିଛି ଲୋକମାନେ ସଚେତନ ହୋଇଛନ୍ତି।ଉପନିର୍ବାଚନ ରେ କଂଗ୍ରେସର ବିଜୟ ହେବବୋଲି ରାଜ୍ୟ ପ୍ରଭାରୀ ଡ଼. ଏ.ଚେଲା କୁମାର ଓ ରାଜ୍ୟ ସଭାପତି ନିରଞ୍ଜନ ପଟନାୟକ ପ୍ରକାଶ କରଥିଲେ ।

Leave A Reply