Odisha news

କରୋନା ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ପୂର୍ବତଟ ରେଳପଥ କର୍ମଚାରୀମାନେ ଜନ ଆନ୍ଦୋଳନରେ ସାମିଲ ହୋଇ ଶପଥ ନେଲେ

0

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାରମ୍ଭ କରାଯାଇଥିବା ଜନ ଆନ୍ଦୋଳନ ଅଭିଯାନରେ କରୋନା ବିରୁଦ୍ଧ ଲଢେଇ କୁ ସମ୍ମାନ ଦେଇ ପୂର୍ବ ତଟ ରେଳପଥ ଏହି ଜନ ଆନ୍ଦୋଳନର ମୁଖ୍ୟ ବୈଶିଷ୍ଟ୍ୟ ଅନୁସରଣ ଯଥା ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ଅନୁସରଣ କରିବା ଏବଂ ଦୁଇ ଗଜ ଦୂରତା ରଖିବାର ଅଭ୍ୟାସ ଜାରିରଖିବାକୁ ଏହାର କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କୁ ନିବେଦନ କରିଛି |

ଏହି ଜନ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ ରେଳପଥର କର୍ମଚାରୀମାନଙ୍କୁ ସର୍ବଦା ସଜାଗ ରହିବାକୁ ଏବଂ COVID-19 ରୁ ନିଜେ ତଥା ସେମାନଙ୍କ ସହକର୍ମୀଙ୍କ ପ୍ରତି ବିପଦ ନରଖିବାକୁ ଶପଥ ପାଠ କରାଇବା ସହ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପ୍ରତିଜ୍ଞା କରାଇଥିଲେ ଯାହାକି ଏହି ମାରାତ୍ମକ ଜୀବାଣୁର ବିସ୍ତାରକୁ ରୋକାଯାଇ ପାରିବ ଏବଂ ଅନ୍ୟ ଉପଯୁକ୍ତ କୋଭିଡି ଆଚରଣ ଅନୁସରଣ କରିବାକୁ ଅନ୍ୟମାନଙ୍କୁ ପ୍ରେରଣା ଏବଂ ଉତ୍ସାହିତ କରିବାକୁ ପ୍ରତିଜ୍ଞା କରାଇଥିଲେ | କର୍ମଚାରୀମାନେ ବିଶେଷ କରି ସର୍ବସାଧାରଣ ସ୍ଥାନରେ ସର୍ବଦା ମାସ୍କ ପିନ୍ଧିବାକୁ, ଅନ୍ୟମାନଙ୍କଠାରୁ ସର୍ବନିମ୍ନ ଦୂରତା ରଖିବାକୁ, ବାରମ୍ବାର ସାବୁନ୍ ଏବଂ ପାଣିରେ ହାତ ଧୋଇବାକୁ ଏବଂ କୋଭିଡ଼୧୯ ବିରୁଦ୍ଧରେ  ଲଢେଇ କରିବାକୁ ଶପଥ ନେଇଛନ୍ତି |

ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ କରୋନା ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ଶପଥ ପାଠ ଉତ୍ସବରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କର୍ମଚାରୀମାନେ ମଧ୍ୟ ସାମାଜିକ ଦୂରତା ରଖି ଶପଥ ପାଠ ଉତ୍ସବ ରେ ଭାଗ ନେଇଥିଲେ।
Leave A Reply