Odisha news

ମହାଭାରତର କିଛି ରୋଚକ କଥା : ଅହଂକାରୀ ଭୀମଙ୍କର ଅହଂକାର ଭାଙ୍ଗିଥିଲେ ହନୁମାନ , ଦେଖେଇଥିଲେ ବିରାଟ ରୂପ

0

ମହାଭାରତର କାହାଣୀରେ ଭୀମ ଗୋଟିଏ ପ୍ରମୁଖ ପତ୍ର l ଭୀମ ଅତ୍ୟନ୍ତ ବଳଶାଳୀ ହେବl ସହିତ ଯୁଦ୍ଧ କୌଶଳରେ ନିପୁଣ ଥିଲେ l ଶକ୍ତିଶାଳୀ ହୋଇଯିବାରୁ ଭୀମଙ୍କ ଅହଂକାର ବଢିଗଲା l

ଏହି ଅହଂକାରକୁ ଦୂର କରିବା ପାଇଁ ହନୁମାନ ଗୋଟିଏ ଲୀଳା ରଚିଲେ ଯେତେବେଳେ ଭୀମ ସତ କଥାଟି ଜାଣି ପାରିଲେ ତାଙ୍କ ଭୁଲ ପାଇଁ ହନୁମାନଙ୍କୁ କ୍ଷମା ମାଗିଲେ l ଏହା ପରେ ହନୁମାନ ପ୍ରସନ ହୋଇ ଭୀମଙ୍କୁ ନିଜର ବିରାଟ ରୂପ ଦେଖାଇଲେ l

ପାଣ୍ଡବ ମାନେ ଯେତେବେଳେ ବନବାସ ବିତାଉଥିଲେ ସେହି ସମୟରେ ତାଙ୍କୁ ଅଜ୍ଞାତ ବାସ ମଧ୍ୟ ପଡିଥିଲା ,ସେହି ସମୟରେ ସେମାନେ ବେଶ ବଦଳାଇ ଏଣେତେଣେ ରହୁଥିଲେ l ଦ୍ରୌପଦୀ ମଧ୍ୟ ପାଣ୍ଡବ ମାନଙ୍କ ସହିତ ଥିଲେ ,ଏବଂ ଗୋଟିଏ ଆଶ୍ରମରେ ରହି ସମୟ ବ୍ୟତୀତ କରୁଥିଲେ l ଗୋଟିଏ ଦିନ ଯେତେବେଳେ ସେ ଆଶ୍ରମରେ ବସି ଥିଲେ ଗୋଟିଏ ପୁଷ୍ପ ଉଡିଆସି ତାଙ୍କ ପାଖରେ ପଡିଲା ,ସେହି ପୁଷ୍ପର ସୁଗନ୍ଧ ଦ୍ରୌପଦୀଙ୍କୁ ଖୁବ ଭଲ ଲାଗିଥିଲା l ସେତେବେଳେ ସେ ଭୀମଙ୍କୁ ଡାକି ସେହି ଫୁଲଟିକୁ ଆଣିବାକୁ କହିଲେ l

ଦ୍ରୌପଦୀଙ୍କ ଇଛା ପୁରାଣ କରିବା ପାଇଁ ଭୀମ ଫୁଲଟିକୁ ଖୋଜିବା ପାଇଁ ବାହାରି ପଡିଲେ l ଫୁଲଟିର ସୁଗନ୍ଧ ଯେଉଁ ଦିଗରୁ ଆସୁଥିଲା ଭୀମ ସେହି ଦିଗକୁ ମାଡି ଚାଲିଥିଲେ l ଫୁଲଟିକୁ ଖୋଜି ଖୋଜି ଭୀମ ଗୋଟିଏ ଅରଣ୍ୟ ଭିତରେ ପହଞ୍ଚିଲେ l ସେଠାରେ ପହଞ୍ଚି ଦେଖିଲେ ଯେ ଅରଣ୍ୟ ଭିତରକୁ ଯିବା ପାଇଁ ଯେଉଁ ରାସ୍ତା ରହିଛି ସେହି ରାସ୍ତାରେ ଗୋଟିଏ ବାନର ସୋଇଛି l ଭୀମ ବାନର ଟିକୁ ଯତ୍ନ ସହକାରେ ରାସ୍ତାରୁ ହଟିଯିବ ପାଇଁ କହିଲେ କିନ୍ତୁ ବାନରଟି କୌଣସି ପ୍ରତିକ୍ରିୟା ଦେଇ ନଥିଲା l

ବାନର ଟିକୁ ବାରମ୍ବାର ହଟିବା ପାଇଁ କହିବାରୁ ସେ କହିଥିଲା ମୁଁ ବହୁତ ଦୁର୍ବଳ ଅଟେ ତେଣୁ ବାଟରୁ ଉଠି ପାରିବି ନାହିଁ l ଆପଣ ମତେ ଡେଇଁ ପଳାଇ ଜନ୍ତୁ l ବନାରର କଥା ଶୁଣି ଭୀମଙ୍କ କ୍ରୋଧ ଆସିଗଲା ଓ ସେ ନିଜର ଶକ୍ତି ବିଷୟରେ କହିବାକୁ ଲାଗିଲେ “ମୁଁ କୁନ୍ତୀ ପୁତ୍ର ଓ ପବନ ପୁତ୍ର ଭୀମ ଅଟେ l ହନୁମାନ ମୋର ଭାଇ ଏବଂ ମୁଁ ପ୍ରଚଣ୍ଡ ବଳଶାଳୀ ମଧ୍ୟ ଅଟେ l “ଭୀମଙ୍କ କଥା ଶୁଣି ବାନର କିଛିବି ପ୍ରତିକ୍ରିୟା ଦେଲା ନାହିଁ ,ଭୀମଙ୍କ କ୍ରୋଧ ବଢ଼ିବାରେ ଲାଗିଲା ସେ କହିଲେ ମତେ ଯଦି କ୍ରୋଧିତ କରିବା ତେବେ ଏହାର ପରିଣାମ ବହୁତ ଭୟଙ୍କର ହେବ l

ବାନର ଭୀମଙ୍କ କହିଲେ ଯଦି ଆପଣ ଶୀଘ୍ର ଯିବାକୁ ଚାହୁଁଛନ୍ତି ତେବେ ମୋର ଲାଞ୍ଜ ଉଠାଇ ପଳେଇ ଯାନ୍ତୁ l ଭୀମ ରାଗ ଜର୍ଜରିତ ହୋଇ ବନାରର ଲାଞ୍ଜ ଉଠାଇବାକୁ ଚେଷ୍ଟା କଲେ କିନ୍ତୁ ସେ ତାହା ଉଠାଇ ପାରିଲେ ନାହିଁ l ସେହି ସମୟରେ ଭୀମ ଅନୁଭବ କଲେ ଇଏ କୌଣସି ସାଧାରଣ ବାନର ନୁହେଁ l ଭୀମ ଏହାପରେ ହାତ ଯୋଡି ଠିଆ ହୋଇ ତାଙ୍କ ପରିଚୟ ପଚାରି ଥିଲେ l ଏହା ପରେ ବାନରଟି ନିଜର ପରିଚୟ ହନୁମାନ ବୋଲି ଦେଇଥିଲେ l

ଭୀମ ହନୁମାନଙ୍କୁ ଦେଖି ଚକିତ ହୋଇ ରହିଗଲେ ଓ ହାତ ଯୋଡି ଠିଆ ହେଲେ l ସେହି ସମୟରେ ଭାନୁମାନ ଭୀମଙ୍କ କହିଲେ ଏହା ଏକ ବିଶେଷ ବନ ଅଟେ l ଏହି ରାସ୍ତା କେବଳ ଦେବତା ମାନଙ୍କ ପାଇଁ ଓ ଏହା ମନୁଷ୍ୟ ମାନଙ୍କ ପାଇଁ ସୁରକ୍ଷିତ ନୁହେଁ l ସେଥିପାଇଁ ମୋତେ ତମ ରକ୍ଷା କରିବା ପାଇଁ ଆସିବାକୁ ପଡିଲା l ଭୀମଙ୍କୁ ହନୁମାନ ମଧ୍ୟ ସେହି ବିଶେଷ ଫୁଲ ବିଷୟରେ କହିଲେ l ସେଠାରେ ଏହି ଫୁଲଟି ଅଛି ତାହା ତୁମେ ନେଇ ପରା l ଫୁଲ ନେଇ ସାରିବା ପରେ ହନୁମାନ ଭୀମଙ୍କୁ କହିଲେ ତୁମେ ବର୍ତ୍ତମାନ ଏହି ଯାଗାଛାଡି ଚାଲିଯାଅ l

ଭୀମ ହନୁମାନଙ୍କ ପାଖରୁ ଆଜ୍ଞା ନେବା ପୂର୍ବରୁ ନିଜର ଗୋଟିଏ ଇଛା କହିଲେ “ମୁଁ ଆପଣଙ୍କର ବିରାଟ ରୂପ ଦେଖିବାକୁ ଚାହୁଁଛି “ଭୀମଙ୍କ କହିବା ଅନୁସାରେ ହନୁମାନ ନିଜର ବିରାଟ ରୂପ ଧାରଣ କଲେ l ଏହା ପରେ ହନୁମାନଙ୍କ ପାଖରୁ ଭୀମ ଆଜ୍ଞା ମାଗିଥିଲେ ମୁଁ ଆପଣଙ୍କୁ ଟିକିଏ ସ୍ପର୍ଶ କରିବି l ସେହି ବିରାଟ ରୂପରେ ଭୀମଙ୍କୁ ହନୁମାନ ଆଲିଙ୍ଗନ କରିବା ଦ୍ୱାରା ଭୀମଙ୍କର ଶକ୍ତି ଆହୁରି ବଢିଗଲା ଏବଂ ଭୀମଙ୍କୁ ହନୁମାନ ଆଶୀର୍ବାଦ ଦେଲେ ମହାଭାରତ ଯୁଦ୍ଧରେ ବିଜୟୀ ହୁଅ l

Leave A Reply