ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲାରେ ୨ଜଣ ଡାକ୍ତର ଓ ପୁଲିସ କର୍ମଚାରୀଙ୍କ ସମେତ ୫ଜଣ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଥିବାବେଳେ ଆଜି ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୪୩ ରହିଛି । ଏଥିସହ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୪,୮୫୬ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୪୧୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଫୁଲବାଣୀ ପୌରାଂଚଳ ଅନ୍ତର୍ଗତ ଡିଆରଡଏ ଛାକ ଅଂଚଳର ଜଣେ ବ୍ୟକ୍ତିଙ୍କ କରୋନା ଜନିତ ମୃତୁ୍ୟ ହେବାପରେ ଜିଲ୍ଲାରେ ମୋଟ ମୃତୁ୍ୟ ସଂଖ୍ୟା ୨୪ରେ ପହଂଚିଛି । ଆଉ ୪୧୭ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୮ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ବାଲିଗୁଡା ବ୍ଳକ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଘୁ.ଉଦୟଗିରିର ବିଜ୍ଞାପିତ ଅଂଚଳ ଏବଂ ଗ୍ରାମାଂଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କ.ନୁଆଗାଁର ୪ ଜଣ,ଚକାପାଦରେ ୪, ଦାରିଙ୍ଗବାଡିର ୩ ଜଣ,ଖଜୁରିପଡାରେ ୫ ଜଣ, ,ଫିରିଙ୍ଗିଆ ୫,ରାଇକିଆ ୬,ଟିକାବାଲିର ୩, ତୁମୁଡିବନ୍ଧ ଅଂଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।