Odisha news

ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କର ଧରା ଅବତରଣ

0

(ପଦ୍ମଜା ପଟ୍ଟନାୟକ)

“ଯା ଦେବୀ ସର୍ବ ଭୂତେଷୁ

ଶକ୍ତି ରୁପେଣ ସଂସ୍ଥିତା

ନମସ୍ତସୈ   ନମସ୍ତସୈ  ନମସ୍ତସୈ

ନମୋ ନମଃ l ”

ଭାରତ ଗୋଟିଏ ସଂସ୍କୃତି ଓ ପରମ୍ପରାର ଦେଶ l ବିଭିନ୍ନ ରାଜ୍ୟରେ ବିଭିନ୍ନ ଭାଷା ଜାତି ,ଧର୍ମ ଓ ପରମ୍ପରାକୁ ନେଇ ଆମ ଭାରତବର୍ଷ ଗଠିତ l ସେଥିରେ ପୁଣି ସବୁ ରାଜ୍ୟର ଏକ ଅଲଗା ମହତ୍ୱ l ଦଶହରା ପର୍ବ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଆଡେ ହୋଇପଡେ ଉଛବ ମୁଖର l ମାଙ୍କ ଆସିବା ଆଗମନରେ ରହିଥାଏ ଗୋଟିଏ ନିୟର ଅନୁଭୂତି ,ସେହି ଅନୁଭୂତି ପରଦେଶୀ ମାନଙ୍କୁ ଟାଣି ଆଣେ ଜନ୍ମ ମାଟିକୁ l ପୂର୍ବ ପୁରୁଷ କହିଛନ୍ତି ଯେ ଭାରତବର୍ଷ ଗୋଟିଏ ଏପରି ଦେଶ ଯେଉଁଠାରେ ଦେବତା ମାନେ ବାସ କରିଥାନ୍ତି l ଦୁର୍ଗା ପୂଜା ହିନ୍ଦୁ ମାନଙ୍କର ଏକ ବିଶେଷ ପୂଜା l ଏହି ପୂଜାରେ ସାକୀ ରୂପିଣୀ ମା ଦୁର୍ଗାଙ୍କୁ ସମସ୍ତେ ମନ ପ୍ରାଣଦେଇ ପୂଜା କରିଥାନ୍ତି l ପୂର୍ବ ଭାରତର ଲୋକ ମାନଙ୍କର ଏହା ଗୋଟିଏ ପ୍ରମୁଖ ପୂଜା ,ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ଦୁର୍ଗ ପୂଜାକୁ ଜାକଜମକରେ ପାଳନ କରାଯାଏ l

କୁହାଯାଏ ଯେ ଅଧର୍ମ ଉପରେ ଧର୍ମର ଜୟ ପାଇଁ ମା ଦୁର୍ଗାଙ୍କୁ ଧାରା ପୃଷ୍ଠାକୁ ଆସିବାକୁ ପଡିଥାଏ l ଓଡ଼ିଶାରେ ଦୁର୍ଗା ପୂଜାର ଗୋଟିଏ ଅଲଗା ମହତ୍ୱ ରହିଛି l କୁହାଯାଇଛି ଯେ ମା ଦୁର୍ଗା ହେଉଛନ୍ତି ଶକ୍ତିର ସ୍ୱରୂପିଣୀ l ତେଣୁ ଏହି ମଣିଷ ଜାତି ତାଙ୍କର ଶକ୍ତିର ସ୍ପର୍ଶ ପାଇବା ପାଇଁ ତାଙ୍କୁ ଉପାସନା କରିଥାଏ l ଆସୀନ ମାସ ଆରମ୍ଭରେ ଧଳା ରଙ୍ଗର କାଶତଣ୍ଡୀ ଫୁଲର ସମ୍ଭାରରେ ଧରାପୃଷ୍ଠ ହସିଉଠେ l ଦେଖିଲେ ଯେମିତି ଲାଗେ ଧଳା ରଙ୍ଗର ଗୋଟିଏ ଆସ୍ତରଣ ପୃଥିବୀ ଉପରେ ଖେଳିଯାଇ ମାଙ୍କୁ ଡାକି କହୁଛି ହେ ମା ତୁମେ ଧରା ବକ୍ଷକୁ ଅବତାର କରି ମୋତେ ଶାନ୍ତି ଦିଅ l ତୁମର ପବିତ୍ର ପାଦ ସ୍ପର୍ଶ ପାଇ ମୁଁ ଆନନ୍ଦିତ ହେବି l

ପ୍ରତେକ ପୂଜାର ଗୋଟିଏ ବିଶେଷ ମହତ୍ୱ ରହିଛି l ମା ଦୁର୍ଗା ଏହି ଧରା ପୃଷ୍ଠାକୁ ଓଲ୍ହାଇ ମହିଷାସୁର ଭଳି ପପିକୁ ସଂହାର କରିଥିଲେ l ଦୁର୍ଗା ପୂଜା ଆମକୁ ଏହି ସନ୍ଦେଶ ଦିଅ ଯେ ନିଜ ମନର କ୍ରୋଧ ଓ ହିଂସାକୁ ଦମନ କରି ଶାନ୍ତି ,କ୍ଷମା ,ଦୟାର ସହିତ ଜୀବନ ବଞ୍ଚିବା ଆବଶ୍ୟକ l ଓଡ଼ିଶାର ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ହସ ଉଲ୍ଲାସରେ ଦୁର୍ଗା ପୂଜା ପାଳନ କରିଥାନ୍ତି l ଦଶହରା ସମୟରେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ମାଙ୍କ ମଣ୍ଡପରେ ନିଜ ମନ ଇଛା ସୁମୀରଣ କରି ପୂଜା କରିଥାନ୍ତି l ମାଙ୍କର ପୂଜା ବିଦ୍ଧି ୯ ଦିନ ଧରି ଚାଲିଥାଏ ,ସେହି ସମୟରେ ସାରା ଭାରତ ବର୍ଷରେ ନବରାତ୍ରି ପାଳନ କରାଯାଏ l

ଦଶହରା ଦିନ ରାବଣ ପୋଡି ହୋଇ ଦୁର୍ଗା ପୂଜାର ସମାପନ ହୋଇଥାଏ l ଓଡ଼ିଶାର ବଜାର ଓ ହାଟରେ ବଡ଼ବଡ଼ ତୋରଣ ହୋଇ ସଜାସଯ୍ୟ ହୁଏ l ସେହି ସାମୟରେ ସମସ୍ତ ହିନ୍ଦୁ ମାନଙ୍କର ମନରେ ଏକ ନିଆରା ଆସ ଅନୁଭୂତ ହୁଏ l ସେହି ସମୟରେ ପ୍ରତ୍ୱେକଟି ମଣିଷ ଏକ ସ୍ୱରରେ ମାଙ୍କୁ ପ୍ରାଥନା କରନ୍ତି l ହେ ମା ,ଆମକୁ ଶକ୍ତି ,ଶାନ୍ତି ,ଦୟା ,କ୍ଷମା ପ୍ରଦାନ କର l ଯେମିତି ଏ ଦୁନିଆର ଯନ୍ତ୍ରଣାକୁ ସହିପାରୁ ଓ ମନକୁ ଶାନ୍ତ ରଖି ପ୍ରତ୍ୱେକଟି କାର୍ଯ୍ୟକୁ ଠିକ୍ ରେ  କରିପାରୁ l

Leave A Reply