2020,ସେପ୍ଟେମ୍ବର ମାସରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ବିଶେଷ ପାର୍ସଲ ଟ୍ରେନ୍ ଏବଂ ଏସ୍ଏଲ୍ଆର ମାଧ୍ୟମରେ 1383 ଟନ୍ ଦ୍ରବ୍ୟ ପରିବହନ କରିଛି
ଯାତ୍ରୀ ପରିବହନ କରୁଥିବା ଟ୍ରେନ ଏବଂ ସମୟ ନିର୍ଦ୍ଧାରିତ ସ୍ୱତନ୍ତ୍ର ପାର୍ସଲ ଟ୍ରେନ ରେ ଥିବା ଏସ୍ଏଲ୍ଆର ଓ ପାର୍ସଲ୍ ଭାନ୍ ଗୁଡିକରେ 120 ଦିନ ଅଗ୍ରୀମ ବୁକିଂର ସୁବିଧା |
01019/01020( ସି ଏସ୍ ଟି, ମୁମ୍ବାଇ-ଭୁବନେଶ୍ୱର-ସି ଏସ୍ ଟି, ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍ ସହିତ ଆଉ ଏକ ପାର୍ସଲ୍ ଭାନ୍ ସଂଲଗ୍ନ ହୋଇଛି |
ଯଦିଓ COVID-19 କୁ ଦୃଷ୍ଟିରେ ରଖି ସୀମିତ ଯାତ୍ରୀବାହୀ ଟ୍ରେନ୍ ସେବା ଅଛି, କିନ୍ତୁ ପାର୍ସଲ ଟ୍ରେନ୍, ଏସ୍ଏଲ୍ଆର ଏବଂ ପାର୍ସଲ୍ ଭ୍ୟାନ୍ ମାଧ୍ୟମରେ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ଶୃଙ୍ଖଳା ଭାରତୀୟ ରେଳବାଇ ଦ୍ୱାରା କ୍ରମାଗତ ଭାବରେ ଚାଲିଛି |
ବର୍ତ୍ତମାନ, ଖୋର୍ଦ୍ଧା ରୋଡ଼ ମଣ୍ଡଳ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, କଟକ, ଯାଜପୁର- କେନ୍ଦୁଝର ରୋଡ୍, ବ୍ରହ୍ମପୁର, ପଲାସା ଇତ୍ୟାଦି ବିଭିନ୍ନ ପାର୍ସଲ୍ ଲୋଡିଂ ପଏଣ୍ଟରେ ପାର୍ସଲ୍ ଭ୍ୟାନ୍ ଏବଂ ସ୍ଲିପର କମ ଲଗେଜ୍ ଭ୍ୟାନ୍ ସହିତ ଛଅ ଯୋଡ଼ା ସମୟ ନିର୍ଦ୍ଧାରିତ ପାର୍ସଲ୍ ଟ୍ରେନ୍ ସହ କାରବାର କରୁଛି |
2020, ସେପ୍ଟେମ୍ବର ମାସରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ 1383 ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଓଷଧ, ପନିପରିବା, କାଜୁ, ମାଛ, ଦୁଗ୍ଧଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ହାର୍ଡ ପାର୍ସଲକୁ ଦେଶର ବିଭିନ୍ନ ସ୍ଥାନକୁ ତଥା ମୁମ୍ବାଇ, ନୂଆଦିଲ୍ଲୀ, ବାଙ୍ଗାଲୋର ଏବଂ ଚେନ୍ନାଇ ଇତ୍ୟାଦି ସ୍ଥାନଗୁଡିକୁ ପରିବହନ କରିଛି।
ପ୍ରମୁଖ ପାର୍ସଲ ଲୋଡିଂ ବେପାରୀ ମାନଙ୍କଠାରୁ ପ୍ରାପ୍ତ ନିୟମିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳର ନିଷ୍ପତ୍ତି ଅନୁସାରେ ଜୋନାଲ ରେଳବାଇ ସମୟ ନିର୍ଦ୍ଧାରିତ ପାର୍ସଲ୍ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ସହିତ ସଂଲଗ୍ନ ହୋଇଥିବା ପାର୍ସଲ ଭ୍ୟାନକୁ 120 ଦିନ ଅଗ୍ରୀମ ବୁକିଂର ସୁବିଧା ପାଇଁ ଅନୁମତି ଦିଆଯାଇଛି ।
ପାର୍ସଲ୍ ସ୍ପେସ୍ ର ଏହି ଅଗ୍ରୀମ ବୁକିଂ ପାର୍ସଲ୍ ଲୋଡିଂ ବେପାରୀ ମାନଙ୍କୁ ସେମାନଙ୍କର ଲଜିଷ୍ଟିକ୍ସ ପାଇଁ ଏକ ଉତ୍ତମ ଯୋଜନା କରିବାକୁ ସକ୍ଷମ କରିବ |
ଆହୁରି ମଧ୍ୟ, ନିର୍ଦ୍ଦିଷ୍ଟ ମାର୍ଗରେ ପାର୍ସଲ ଲଗେଜ୍ ପାଇଁ ଅତିରିକ୍ତ ସ୍ଥାନ ଯୋଗାଇବା ପାଇଁ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ସହିତ ଅତିରିକ୍ତ ପାର୍ସଲ୍ ଭ୍ୟାନ୍ (ଭିପି) ସଂଲଗ୍ନ କରିବାକୁ ଯୋଜନା କରିଛି।
ଏହି ସଂଯୋଗରେ, କାର୍ଗୋ ଚାଳକଙ୍କ ସୁବିଧା ପାଇଁ 01019/01020 ସିଏସ୍ଟି ମୁମ୍ବାଇ-ଭୁବନେଶ୍ୱର-ସିଏସ୍ଟି ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍ ସହିତ ଆଉ ଏକ ପାର୍ସଲ୍ ଭାନ୍ ସଂଲଗ୍ନ ହୋଇଛି |
ପାର୍ସଲ୍ ଟ୍ରେନ୍ ଏବଂ ପାର୍ସଲ୍ ଭ୍ୟାନ୍ ମାଧ୍ୟମରେ ଦ୍ରବ୍ୟ ପରିବହନର ଏହି ସେବା ନିଶ୍ଚିତ ଭାବରେ ବ୍ୟବସାୟୀ, ଏବଂ କାର୍ଗୋ ଚଳାଚଳ କରୁଥିବା ବ୍ୟକ୍ତି ମାନଙ୍କୁ ଯୋଜନାବଦ୍ଧ କାର୍ଯ୍ୟସୂଚୀରେ ଏକ ନିରାପଦ,ମିତବ୍ୟୟ ଏବଂ ଦ୍ରୁତ ଭାବରେ ପରିବହନ ସାମଗ୍ରୀ ପରିବହନ କରିବାରେ ନିଶ୍ଚିତ ଭାବରେ ସାହାଯ୍ୟ କରିବ |