Odisha news

ନଈକୁଳିଆଙ୍କ ଦୁଃଖ ସାଜିଛି ନାଗାବଳୀ ନଦୀ

0

ରାୟଗଡା୬/୧୦(Rabindra Patkhandal) : ନାଗବଳୀ ନଦୀର ଗତିପଥ ବଦଳୁଛି ଅବବାହିକାରେ ବସବାସ କରୁଥିବା ଲୋକଙ୍କ ନିଦ ହଜିଛି । ନଦୀ କୂଳିଆ ୩୦ଟି ବସ୍ତିର ଲୋକେ ନିଜର ସୁରକ୍ଷା ପାଇଁ ରାତିରେ ନିଦନାହିଁ କି ଭୋକ ନାହିଁ । ବନ୍ୟା ଓ ବାତ୍ୟା ଆତଙ୍କ ଆଜିକାଲିର ନୁହେଁ ବର୍ଷବର୍ଷ ଧରି ନଈକୁଳିଆ ଅଞ୍ଚଳବାସୀଙ୍କ ଦୁଃଖ ସାଜିଛି ନାଗାବଳୀ । ଯୁଗଯୁଗ ଧରି ବସତି ସ୍ଥାପନ କରି ଦିନ କାଟୁଥିବା ଏହି ଗାଁର ଲୋକ କେତେଯେ ବିପଦ ମୁକ୍ତ । ପ୍ରତି ବର୍ଷ ନାଗାବଳୀରେ ବନ୍ୟା ଆସୁଥିବା ବେଳେ ନଦୀ ହିଡ଼ରେ ମୁଠାଏ ମାଟି ପଡ଼ିଲା ନାହିଁ । କେତେବେଳେ ଯେ ଏହି ନଦୀ ଜୀବନ ନେଇ ଚାଲିଯିବ ବୋଲି ବିପଦ ମଣୁଥିବା କହିଛନ୍ତି ।

ରାତି ଅଧରେ ଗାଁ ନଦୀ ଗର୍ଭକୁ ଚାଲିଯିବ । ପଡାରେ ରହୁଥିବା ଲୋକେ ପାଣିସୁଆର ଭାସିଯିବେ । ଏହି ଗୁହାରୀ ନେଇ କେତେଯେ ନେତା ରାଜନେତା ଓ ପ୍ରଶାସନିକ ଅଧିକାରିଙ୍କ ନିକଟକୁ ଧାଇଁ ବୁଲିଛୁ । ନିଜର ଭିଟାମାଟିକୁ ବଞ୍ଚାଇବା ପାଇଁ ନେହୁରା ହୋଇଛୁ । ପ୍ରତିବର୍ଷ ଆସୁଥିବା ବନ୍ୟପାଣିରେ କେତେଯେ ଚାଷଜମି ବିଳିନ ହୋଇଗଲା । ରୁତୁ ଅନୁଯାଇ ଆହାର ଦେଉଥିବା ମୁଲ୍ୟବାନ ଗଛ ବାଲି ଭିତରେ ପୋତିହୋଇଗଲା । ବର୍ଷବର୍ଷ ଧରି ମିଳିଛି କେବଳ ପ୍ରତିଶୃତି ।

ଆଉ ବର୍ଷା ଆସିଲେ ବନ୍ୟାପାଣି ନେଇ ଆସୁଥିବା ସର୍ବନାସକୁ ଅନାଇ ବାସିବା ବ୍ୟତିତ ଅନ୍ୟ କୌଣସି ଉପାୟ ନାହିଁ ବୋଲି ଅବବାହିକାର ଗାଁର ଲୋକେ ଚିକ୍ରାର କରି କହୁଛନ୍ତି । ନାଗାବଳୀ ନଦୀର ଅବବାହିକାର ସୁରକ୍ଷାର କଥା ଯେପରି ସରକାର ଏବଂ ପ୍ରତି ପାଞ୍ଚବର୍ଷରେ ଭୋଟଦେଇ ଜନ ପ୍ରତିନିଧି କରିଥିବା ବିଧାୟକ ଏବଂ ମନ୍ତ୍ରୀ ଭୂଲିଯାଇଛନ୍ତି । କଲ୍ୟାଣସିଂହପୁର ବ୍ଲକ ସମେତ କୋଲନରା ବ୍ଲକ ଏବଂ ରାୟଗଡା ବ୍ଲକ ୩୦ଖଣ୍ଡ ଗାଁ ବନ୍ୟାପରେ ଆହୁରି ବିପଦ ପୂର୍ଣ୍ଣ ହୋଇଯାଇଛି । ନଦୀଗର୍ଭ ପୂର୍ବ ତୁଳନାରେ ପ୍ରାୟ ୨୦ରୁ ୩୦ଫୁଟ ଉଚ୍ଚ ହୋଇଯାଇଛି ।

ପରିଣାମ ସଦୃଶ୍ୟ ନଦୀର ଗଭୀରତା କମି ଯାଇଥିବା ବେଳେ ସମାନ୍ୟ ବର୍ଷାରେ ପୁଣି ବନ୍ୟା ହେବାର ଆଶଙ୍କା ଦେଖାଦେଇଛି ବୋଲି ଅବବାହିକାର ଗାଙ୍ଗନାପେଟା, ଅଣ୍ଟାରିଗୁଡ଼ା, ମାଝିଗୁଡା, ବୁଡାଗୁଡା, ଶିକରପାଇ, ଧାମୁଣିପଙ୍ଗା, ନାରାୟଣପୁର, ପୁଜାରୀଗୁଡା ଦୁନ୍ଦୁଲି ଲୋକେ କହିଛନ୍ତି । ଏଣିକି ଉପର ମୁଣ୍ଡରେ ଅଳ୍ପ ବର୍ଷା ବର୍ଷିଲେ ଲୋକେ ବନ୍ୟା ଚାପରେ ରହିବେ ବୋଲି ପ୍ରଭାବିତ ସିମାନ୍ତି ବିଡିକା ମତବ୍ୟକ୍ତ କରିଛନ୍ତି । ନଦୀ ଏବେ ଗାଁ ଆଡକୁ ମୁହାଇଛି । ବେଲକଣା, ରେବତିଗୁଡା, ରାୟଗଡାର ବିଭିନ୍ନ ସ୍ଥାନରେ ନିଜର ଗତପଥ ପରିବର୍ତ୍ତନ କରିବାସହ ପାଣିର ସୁଅ ଗାଁ ଆଡକୁ ମାଡି ଆସିଛି ।

ପ୍ରତିବର୍ଷ ବର୍ଷା ଦିନରେ ଆସୁଥିବା ପାଣି ମୁଣ୍ଡରେ ଥିବା ମାଟିକୁ ତଳପଟୁ ଖାଇ କୋରଡ କରିଦେଇଥିବା ବେଳେ ଯେକୌଣସି ମୁହୁର୍ତ୍ତରେ ରେବତିଗୁଡା ଗାଁ ଦେଇ ନଦୀର ସୁଅ ଛୁଟିବ । ଆଉ ଲୋକେ ବାସଗ୍ରାସ ହରାଇବେ ବୋଲି ଗାଁର ସଦାରାମ ହୁଇକା, ଲକିନାତ କାଡ୍ରାକା ନାଗେଶ୍ୱର କାଡ୍ରାକ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ସେହପରି ରାୟଗଡା ବ୍ଲକ ବାଇସିଂ, ବୌରାଗିହଲୁଆ ଓ ହାଟଶେଷଖାଲ ପଞ୍ଚାୟତର ଗାଙ୍ଗନାପେଟା,ଗୁରୁରାଜଗୁଡ଼ା ଏପରି ପ୍ରାୟ ୮ଖଣ୍ଡ ଗାଁ ବର୍ତ୍ତମାନ ବିପଦଶଙ୍କୁଳ ଅବସ୍ତାରେ ଆସି ପହଞ୍ଚିଛି ।

ଆଉ ଔପଚାରିକତା ଦୃଷ୍ଟିରୁ ପ୍ରତିବର୍ଷ ବିପର୍ଯ୍ୟୟ ପ୍ରଶମନ ବୌଠକରେ ଏହି ଗାଁ ଗୁଡକର ନାମକୁ ନେଇ ଚର୍ଚ୍ଚା କରାଯାଉଛି । କିନ୍ତୁ ସୁରକ୍ଷା ପାଇଁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନଥିବା ଅବବାହିକାରେ ଥିବା ଗାଁ ମାନଙ୍କ ପାଇଁ ଦୁର୍ଭାଗ୍ୟର କଥା ବୋଲି ମନୋଜ କୁମାର ଚୌଧୁରୀ କହିଛନ୍ତି । ବଡନାଳ, ବଂଶଧାର, କଲ୍ୟାଣି, ଝଞ୍ଜାବତୀ, ଚାଉଳଧୁଆ ଫଳଫଳିଆ ଓ ନାଗାବଳୀ ଭଳି ବଡନଦୀ ଜିଲାରେ ପ୍ରବାହିତ ହେଉଥିଲେବି ରାଜନୌତିକ ଇଚ୍ଛାଶକ୍ତିର ଅଭାବରୁ ଜିଲାରେ ଗୋଟିଏ ଜଳସମ୍ପଦ ବିଭାଗର କାର୍ଯ୍ୟାଳୟ ଟିଏ ନାହିଁ ।

ୱାଚ ଟାବାର ବ୍ୟବସ୍ଥା ନାହିଁ । ଯଦ୍ୱାରା ବନ୍ୟା ପାଣିର ପରିଚାଳନା ହୋଇପରୁନାହିଁ । ତେବେ ଦୁଇ ବିରୋଧୀ ଦଳ ଶାସକ ଦଳକୁ ଏହି ଅବହେଳା ପାଇଁ ନିନ୍ଦା କରୁଥିବା ବେଳେ ଅଟକଳ ସରକାରଙ୍କ ଜଳ ସମ୍ପଦ ବିଭାଗକୁ ପଠାଯାଇଛି । ଅଳ୍ପକିଛି ଅନୁଦାନ ପାଇବାପରେ ରେବତୀଗୁଡା ଠାରେ ଏକ ପଥର ବନ୍ଧ ବନ୍ଧାଯାଇଛି । ଏହି ବିଷୟରେ ସ୍ୱେଚ୍ଛାସେବୀ ବାଦଲ କୁମାର ତା କହିଛନ୍ତି ସହର ତଳିଅଞ୍ଚଳ ପାଇଁ କାହାର ନିଘା ନାହିଁ । ନା ସରକାର ନା ପ୍ରଶାସନର । ସେ ଅଞ୍ଚଳବାସୀଙ୍କ ପ୍ରତିବାଦର ସ୍ୱର ରାଜଧାନୀ ଯାଏ ଶୁଭିଲେ ଜାଗିବେ ସରକାର ।

 

Leave A Reply