Odisha news

ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ

0

ଭୁବନେଶ୍ବର (୬ଅକ୍ଟୋବର୨୦୨୦): ସୁଲେଖିକା, ସଂପାଦିକା ଓ ସଂଗଠିକା ସଂଯୁକ୍ତା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ ହୋଇଯାଇଛି।ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅନୁବାଦିକା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକାଡ. ଶକୁନ୍ତଳା ବଳିଆରସିଂହ ଏବଂ କବି, ଗୀତିକାର, ସ୍ତମ୍ଭକାର,ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ରଂଜନ କୁମାର ଦାସ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ‌ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏ ଉପନ୍ୟାସରେ ମହାଭାରତର ‘ଦ୍ରୌପଦୀ’ ଚରିତ୍ରକୁ ପୁନର୍ବିନ୍ୟାସ କରି ବର୍ତ୍ତମାନ ସମୟରେ ନାରୀର ପୀଡ଼ା ଓ ପୁଲକକୁ ପ୍ରତିପାଦିକ କରିଛନ୍ତି ଲେଖିକା ଶ୍ରୀମତୀ ମହାପାତ୍ର।

ପ୍ରତିଟି ବାପା ପାଇଁ ସେମାନଙ୍କର ଝିଅ ଜଣେ ଜଣେ ରାଜନନ୍ଦିନୀ ବୋଲି କହିଥିଲେ ରଂଜନ କୁମାର ଦାସ।ଆଜି ବିରାଜ ନନ୍ଦିନୀ ମାନେ ଅବହେଳା, ନିର୍ଯାତନା ଓ ଶୋଷଣର ଶିକାର । ଆଜି ବିଦ୍ରୌପଦୀମାନେ ନିରନ୍ତର ବିବସ୍ତ୍ର ହୋଇ ଚାଲିଛନ୍ତି ବୋଲି ଶ୍ରୀଦାସ କହିଥିଲେ।ବେବିନାର ବ୍ୟଥା ଠାରୁ ହଥରସ୍‌ରେ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସବୁଠି ଆଜି ରାଜନନ୍ଦିନୀ ନ୍ୟାୟ ଅପେକ୍ଷା ରେ ବୋଲି ସେ ମତ ଦେଇଥିଲେ।ଏ ପୁସ୍ତକ ମାଧ୍ୟମ ରେ ଲେଖିକା କେବଳ ପୁରାଣ ଚରିତ୍ର ଓ କାହାଣୀକୁ ଭିନ୍ନ ବାଗରେ ଥୋଇଛନ୍ତି, ତାହା ନୁହେଁ।ବରଂସେ ଦ୍ରୌପଦୀ ଚରିତ୍ର ମାଧ୍ୟମରେ ଆମ ଜୀବନ ଓ ସମାଜର ବହୁ ଦାର୍ଶନିକ ତତ୍ତ୍ବକୁ ପରିବେଷଣ କରିଛନ୍ତି ବୋଲି ଉପନ୍ୟାସରୁ ଉଦ୍ଧୃତି ଦେଇ ଶ୍ରୀଦାସ କହିଥିଲେ।

ରାମାୟଣ ଓ ମହାଭାରତ ସବୁ କାଳରେ ଆମକୁ ପ୍ରଭାବିତ କରି ରଖିଛି ଓ ସେଥିରେ ଥିବା ଚରିତ୍ର ମାନେ ଏବେବି ପ୍ରାସଙ୍ଗିକ ବୋଲି କହିଥିଲେ ଶକୁନ୍ତଳା ବଳିଆରସିଂହ। ବିଭିନ୍ନ ଭାଷାରେ ଶହଶହ ବର୍ଷଧରି ମହାଭାରତ ଓ ରାମାୟଣ ତଥା ସେଥିରେଥିବା ଚରିତ୍ର ମାନଙ୍କୁ ନେଇ ବାରମ୍ବାର ପୁସ୍ତକ ରଚିତ ହୋଇଛି। ତେବେ ଲେଖକଟିଏ ନିଜ କାଳର କଥା ଲେଖିବାବେଳେ ଭବିଷ୍ୟତ ପାଇଁ କିଛି ବାର୍ତ୍ତାଦିଏ, ଚେତାବନୀ ବି ଦିଏ।ଏ ଉପନ୍ୟାସରେ କେବଳ ଦ୍ରୌପଦୀ ଚରିତ୍ର ମାଧ୍ୟମରେ ନାରୀର ତ୍ୟାଗ ଆଉ ପୀଡ଼ା କଥା କହାଯାଇନାହିଁ।ବରଂ ଲେଖିକା ଏଠାରେ ଚେତାଇ ଦେଇଛନ୍ତିଯେ ତମେ ଯଦି ନାରୀକୁ ଅପମାନିତ କରିବ ତେବେ ତୁମର ଧ୍ବଂସ ଅବଶ୍ୟମ୍ଭାବୀ। ଉପନ୍ୟାସର ଶୈଳୀ ଓ ବର୍ଣ୍ଣ ନାଚାତୁରୀ ବେଶ୍‌ ନିଆରା ବୋଲି ସେ ମତ ଦେଇଥିଲେ।

ନିଜ ଜୀବନର ଗୋଟିଏ ବ୍ୟକ୍ତିଗତ ଅପମାନ ଓ ପୀଡ଼ା ଦ୍ବାରା ପ୍ରେରିତ ହୋଇ ସେ କିଭଳି ଏ ଉପନ୍ୟାସ ରଚନା କରିଥିଲେ ତାହା ନିଜର ଲେଖକୀୟ ବକ୍ତବ୍ୟରେବର୍ଣ୍ଣନାକରିଥିଲେସଂଯୁକ୍ତାମହାପାତ୍ର ।କଥାକାର, ସାମ୍ବାଦିକ ତଥା ପେନ୍‌ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଉତ୍ସବ ପରିଚାଳନା କରିଥିଲେ।

Leave A Reply