Odisha news

ଓଜନ କମାଇବାରେ ସାହାଯ୍ୟ କରିଥାଏ ଜିରା ଓ ଜୁଆଣିର ଚାହା

0

ଓଜନ କମାଇବା ଆଜିକାଲି ଗୋଟିଏ ବଡ ଚୁନୋତି ପୂର୍ଣ୍ଣ ସମସ୍ୟା ଅଟେ l ସେଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି l ସେମାନେ ନିଜର ଦୀନବଦିନା କାର୍ଯ୍ୟ ଓ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି l ବେଳେବେଳେ ଆମର ଦୈନଦିନ ଖାଦ୍ୟ ପ୍ରଣାଳୀ ମଧ୍ୟ ଓଜନ ବଢାଇବାର ମୁଖ୍ୟ କାରଣ ହୋଇଥାଏ l ଆଧୁନିକ ଦୁନିଆରେ ସମୟର ସଦୁପଯୋଗ ନକରିବା ମଧ୍ୟ ଓଜନ ବଢିବାର ଗୋଟିଏ କାରଣ ଅଟେ l

ବିଶେଷଜ୍ଞନ ମାନଙ୍କ ମତରେ ଯଦିଥରେ ଓଜନ ବଢ଼ିଯାଏ ତେବେ ଏହାକୁ କମ କରିବା କଷ୍ଟକର ଅଟେ l ଅଧିକାଂଶ ଲୋକ ଓଜନ କମାଇବା ପାଇଁ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟକୁ ସାମିଲ କରିଥାନ୍ତି ,ତାସାହିତ ଗ୍ରୀନ ଟି ମଧ୍ୟ ପ୍ରତ୍ୟକ ଦିନ ପିଇଥାନ୍ତି l ଯଦି ଆପଣଙ୍କୁ ଗ୍ରୀନ ଟି ପସନ୍ଦ ନୁହେଁ ତେବେ ଆପଣଙ୍କ ରୋଷେଇ ଘରେ ଥିବା ମସଲାରେ ମଧ୍ୟ ଚା ପ୍ରସ୍ତୁତ କରି ପିଇ ପାରିବେ l ଏହାକୁ ବ୍ୟବହାର କରି ଚା ପ୍ରସ୍ତୁତ କରି ପିଇଲେ ଓଜନ କମ ହେବାର ସମ୍ଭାବନା ରହିଛି l ଯେପରିକି ଜୁଆଣି ଓ ଜିରା ,ଏହି ଦୁଇଟି ଜିନିଷ ଓଜନ କମାଇବାରେ ସାହାଯ୍ୟ କରିଥାଏ l

ଜୁଆଣିରେ ଗୋଟିଏ ପ୍ରକାରର ତେଲ ବାହାରେ ,ତାହାକୁ ଥିମଲ କୁହାଯାଏ l ଏଥିରେ ପାଚନ ତନ୍ତ୍ର ମଝବୁତ ହୋଇଥାଏ ଓ ସୁଚାରୁ ରୂପେ କାମ କରିଥାଏ l ଯେବେକି ଆମେ କୌଣସି ପ୍ରକାରର ଖାଦ୍ୟ ଖାଉ ଯାହା ଆମେ ହଜମ କରି ନପାରୁ ସେହି ସମୟରେ ଜୁଆଣି ପାଣି ପିଇଥାଉ ଯାହା ଆମ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ l ଜୁଆଣୀରେ ଥିବା ତେଲ ଆମ ପେଟର ଚର୍ବିକୁ ନିଷ୍କ୍ରିୟ କରିଥାଏ l ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଯେ ଜୁଆଣିରେ ଥିବା ଥିମଲ ତେଲ ଆମ ଶରୀରର ଚର୍ବିକୁ କରିବା ସହିତ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ l ତେଣୁ ସକାଳୁ ଖାଲି ପେଟରେ ଜୁଆଣି ପାଣି ମଧ୍ୟ ପିଇ ପାରିବେ l

ଓଜନ କମ କରିବା ପାଇଁ ଜୁଆଣି ଓ ଜିରାରେ ପ୍ରସ୍ତୁତ ଚା ଅତ୍ୟନ୍ତ ଲାଭ ଦାୟକ ଅଟେ l ଗୋଟିଏ କପ ପାଣିରେ ଏକ ଚାମଚ ଜିରା ଓ ଏକ ଚାମଚ ଜୁଆଣି ପକାଇ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ l ତାପରେ ଏଥିରେ କିଛି ମହୁ ମିଶାନ୍ତୁ l ତାପରେ ଏହାକୁ ଛାଣି ତିନିବୁନ୍ଦା ଲେମ୍ବୁ ରସ ମିଶାଇ ପ୍ରତେକ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ l ଜିରା ଓଜନ କମାଇବାରେ ସାହାଯ୍ୟ କରିଥାଏ l ଏଥିରେ ଥିବା ଏଞ୍ଜାଇମ ସୁଗାର ,ଫ୍ୟାଟ ଓ କାର୍ବୋ ହାଇଡ୍ରେଡ଼କୁ ଦୁର୍ବଳ କରିଥାଏ l ତା ସହିତ ଜିରା ପାଚନ ପ୍ରକ୍ରିୟାକୁ ମଧ୍ୟ ସୁଦୃଢ କରେ l

Leave A Reply