ବିନ୍ସ ଗୋଟିଏ ଏପରି ପାରିବା ଯାହାକୁ ଆମେ ଦେଖିଲେ କିଣିବାକୁ ଇଛା ପ୍ରକାଶ କରିଥାଉ l ବିନ୍ସରେ ଫାଇବର ,ଭିଟାମିନ ,ଖଣିଜ ତତ୍ୱ ଓ ବହୁତ କମ ମାତ୍ରାରେ କାର୍ବୋ ହାଇଡ୍ରେଡ଼ ରହିଛି l ଏହା ବ୍ୟତୀତ ଏଥିରେ ପ୍ରୋଟିନ ,କ୍ୟାଲସିୟମ ,ଆଇରନ ,ଆଣ୍ଟିଆକ୍ସିଡେଣ୍ଟ ,ଅମେଗା ୩ ,ଫ୍ଲେନଏଡ଼ ଇତ୍ୟାଦି ପ୍ରଚୁର ମାତ୍ରାରେ ରହିଛି l ବିନ୍ସ ଖାଇବା ଆମ ଦେହପାଇଁ ଅତ୍ୟନ୍ତ ହିତକର ଅଟେ l
* ମାଂସପେଶୀକୁ ସୁଦୃଢ କରେ -ବିନ୍ସରେ ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ଓ ଆଇରନ ପ୍ରବୃତି ଭରପୁର ହୋଇ ରହିଛି l ଯାହା ମାଂସପେଶୀକୁ ବଢିବାକୁ ଦେବା ସହିତ ସୁଦୃଢ କରିବାରେ ମଧ୍ୟ ସହାୟକ ହୋଇଥାଏ l ଯେଉଁ ଲୋକମାନେ ପ୍ରତେକ ଦିନ ଜିମ ଯାଉଛନ୍ତି ସେମାନଙ୍କ ପକ୍ଷରେ ବିନ୍ସ ଖାଇବା ଫଳପ୍ରଦ ହୋଇଥାଏ l
* ହାଡ଼କୁ ମଝବୁତ କରେ – ବିନ୍ସ କ୍ୟାଲସିୟମରେ ଭରପୁର ଅଟେ ,ଯାହା ହାଡ଼କୁ କ୍ଷତି ହେବାରୁ ଅଟକାଇଥାଏ l ଏହା ବ୍ୟତୀତ ଏଥିରେ ଭିଟାମିନ-ଏ ,କେ ଓ ସିଲିକନ ରହିଛି ଯାହା ହାଡ ପାଇଁ ଅନେକ ଲାଭ ଦାୟକ l ଏହି ପୋଷାକ ତତ୍ୱ ଗୁଡିକର କମି କାରଣରୁ ହାଡ ଦୁର୍ବଳ ହୋଇଯାଇଥାଏ l
* ମଧୁମେହ ପାଇଁ ସହାୟକ- ବିନ୍ସରେ ଏପରି କିଛି ତତ୍ୱ ରହିଛି ଯାହା ମଧୁମେହକୁ ବଢାଇବା ପାଇଁ ଅଟକାଇଥାଏ l ବିନ୍ସରେ ଭରପୁର ମାତ୍ରାରେ ଡାଏଟ୍ରି ଫାଇବର ରହିଛି l ମଧୁମେହ ରୋଗୀଙ୍କ ପାଇଁ ବିନ୍ସ ଗୋଟିଏ ଉତ୍ତମ ପାରିବ ଅଟେ l
* ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ -ବଇନ୍ସରେ ଭରପୁର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ରହିଛି ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ସୁଦୃଢ କରିଥାଏ l ବିନ୍ସର ଏହି ଆଣ୍ଟିଆକ୍ସିଡେଣ୍ଟ ଗୁଣ ଦୁର୍ବଳ କୋଷିକା ଗୁଡିକୁ ଠିକ କରିବା ସହିତ ନୂଆ କୋଷିକା ତିଆରି କରିବାରେ ସହଗାଯ୍ୟ କରିଥାଏ l
* କ୍ୟାନ୍ସରୁ ରକ୍ଷା କରିଥାଏ-ଯଦି ଆପଣ ପ୍ରତେକ ଦିନ ବିନ୍ସ ସେବନ କରୁଛନ୍ତି ତେବେ ଗୋଟିଏ ନିର୍ଦ୍ଧିଷ୍ଟ ପ୍ରକାରର ପୋଲନ କ୍ୟାନ୍ସରରୁ ନିଜକୁ ଦୁରେଇ ରଖି ପାରିବେ l
* ପେଟକୁ ସୁସ୍ଥ ରଖେ -ଯଦି ଆପଣ ବିନ୍ସ ନିୟମିତ ସେବନ କରୁଛନ୍ତି ତେବେ ଆପଣଙ୍କ ପେଟ ସୁସ୍ଥ ରହିବ l ଏହାକୁ ଖାଇବା ଦ୍ୱାରା ପାଚନ ସମ୍ବଧୀୟ ସମସ୍ୟା କମ ହୋଇଯାଇଥାଏ ଓ ଗ୍ୟାସ କୋଷ୍ଠକାଠିନ୍ୟ ଇତ୍ୟାଦି ଦେଖାଯାଇ ନଥାଏ l