ଜଗତସିଂହପୁର୦୪ା୧୦ : ନିର୍ବାଚନ ବିଗୁଲ ବାଜିବା ପରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନିତୀ ।ଏହି ଉପନିର୍ବାଚନରେ ବିଶେଷ ଭାବରେ କଂଗ୍ରେସ,ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ଏବେ ଠାରୁ ଆଭାଷ ମିଳିଛି ।ନିର୍ବାଚନ ପାଇଁ ଏହି ପ୍ରମୁଖ ରାଜନୈତିକ ଦଳ ସଜବାଜ ହେଉଥିବା ବେଳେ କଂଗ୍ରେସ ଦଳ ବହୁ ଆଗରେ ରହିଛି ।କଂଗ୍ରେସ ଆଗୁଆ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଜଣେ ଯୁବ ସମାଜସେବୀ ତଥା ଯୁବ ନେତା ଇଂ ହିମାଂଶୁ ଭୁଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥିର କରିଥିବା ବେଳେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଏବେ ଠାରୁ ଆରମ୍ଭ ହୋଇଯାଇଥିବା ଦେଖାଯାଇଛି ।ପ୍ରାର୍ଥୀତ୍ୱକୁ ନେଇ ଶ୍ରୀଯୁକ୍ତ ମଲ୍ଲିକ ତିର୍ତ୍ତୋଳ ନିର୍ବାଚନ ମଣ୍ଡଳୀର ୩୦ରୁ ଉର୍ଦ୍ଧ ପଞ୍ଚାୟତ ବୁଲି ଲୋକ ସଂପର୍କ ବୃଦ୍ଧି କରିଚାଲିଛନ୍ତି ।
ଏହି ପରିପ୍ରେକ୍ଷିରେ ଆଜି ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଠାରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସଙ୍କ ସଭାପତିତ୍ୱରେ ଏକ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା ।
ଏହି କର୍ମୀ ସମ୍ମିଳନୀରେ ପୁର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁର ରାଉତରାୟ ଯୋଗ ଦେଇ କଂଗ୍ରେସ ଦଳ ପ୍ରତି ଲୋକମାନଙ୍କ ଅକୁଣ୍ଣ ସମର୍ଥନ ରହିଛି ।ଏହି ମାଟି ହେଉଛି ନୂତନ ଓଡିଶାର ନିର୍ମାତା ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ମାଟି ।ତେଣୁ ଏହି ମାଟିର ଲୋକମାନେ ମଣିଷ ଚିହ୍ନିବାରେ ଭୁଲ କରିବେ ନାହିଁ ।ବିଜେଡି ଓ ବିଜେଡି ସରକାର ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି ।ଲୋକେ ପୁଣି କଂଗେସ୍ରକୁ ଖୋଜିଲେଣି ।ତାହାର ପ୍ରତିଫଳନ ତିର୍ତ୍ତୋଲ ଉପ ନିର୍ବାଚନରେ ଲୋକେ କଂଗ୍ରେସକୁ ଭିପୁଳ ସଂଖ୍ୟାରେ ଭୋଟ ଦେବେ ।
ଏହି ନିର୍ବାଚନରେ ଜଣେ ଉଚ୍ଚ ଶିକ୍ଷିତ ଓ ପରୋପକାରୀ ଯୁବକ ଇଂ ହିମାଶୁ ମଲ୍ଲିକ ନିର୍ବାଚନ ଲଢିବା ଏକ ପ୍ରକାର ନିଶ୍ଚିତ ।ତେଣୁ ଲୋକେ ଆଉ ଦଲାଲଙ୍କ ହାବୁଡରେ ନପଡି ଜଣେ ଭଲ ଲୋକକୁ ଭୋଟ ଦେବେ ବୋଲି କହିଥିଲେ ବିଧାୟକ ସୁର ରାଉତରାୟ ।ନବୀନ ପଟ୍ଟନାୟକ କରୋନାକୁ ଡରି ଘରୁ ବାହାରୁ ନଥିବା ବେଳେ ସୁତା ଟାଣି ପୋଲ ନିର୍ମାଣ କରିବା ଲୋଭ ଦେଖାଇ ଭୋଟ ନେବାକୁ ବସିଥିବା ସ୍ୱପ୍ନ ଭୁଲିଯିବା ଦରକାର ।ଓଡିଶାରେ ଯାହା ହୋଇଛି କେବଳ କଂଗ୍ରେସ ସରକାରରେ ହୋଇଛି ।
ତିର୍ତ୍ତୋଲର ବିକାଶ କେବଳ କଂଗ୍ରେସ ପରିୟଡରେ ସ୍ୱର୍ଗତ ବସନ୍ତ ବାବୁ ଓ ତାଙ୍କ ଦାୟାଦ ମାନେ କରିଥିଲେ ।ଆଉ ଏବେ ହିମାଂଶୁ ମଲ୍ଲିକ କରିବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ନାରାୟଣ ପ୍ରସାଦ ଜେନା,ଯୁବ ନେତା ଦେବ ପ୍ରସାଦ ନାୟକ,ବରିଷ୍ଠ ଆଇନଜିବୀ ତଥା ବରିଷ୍ଠ କଂଗ୍ରେସ ନେତା ବୈଷ୍ଣବ ଚରଣ ଦାସ,ଜଗନ୍ନାଥପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ଖଣ୍ଡୁଆଳ,ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ତିର୍ତ୍ତୋଲ ବ୍ଲକ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି,ସେଖ ଜିଆ ଉଲ୍ଲା,ସିନ୍ଧୁ ଚରଣ ଖଟୁଆ,କୁଳମଣୀ ରାଉତ,ବଟକୃଷ୍ଣ ମଲ୍ଲିକ,ସଂଗ୍ରାମ କୁମାର ମହାନ୍ତି,ଯୁବ କଂଗ୍ରେସ ନେତା ଦେବବ୍ରତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।